ସଫଳତାର ଶୀର୍ଷରେ ଜ୍ୟୋସ୍ନାରାଣୀ, ଶିକ୍ଷୟିତ୍ରୀରୁ ସଫଳ ମହୁ ଚାଷୀ

ଦେବଗଡ଼:ଦୃଢ଼ ମନୋବଳ,ଇଚ୍ଛାଶକ୍ତି ଓ କିଛି ନୂଆ କରିଦେଖାଇବାର ଆଗ୍ରହ ଥିଲେ ମଣିଷ ଯେକୌଣସି କ୍ଷେତ୍ରରେ ସଫଳତାର ଶୀର୍ଷକୁ ପହଞ୍ଚିପାରେ। ଏହାକୁ ସାର୍ଥକ କରି ଦେଖାଇଛନ୍ତି ଦେବଗଡ଼ ଜିଲ୍ଲାର ଜଣେ ମହିଳା। ସଫଳ ମହୁଚାଷୀ ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ଏବେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। ଆତ୍ମନିର୍ଭରଶୀଳତାର ଏକ ସଫଳ ଉଦାହରଣ ସୃଷ୍ଟି କରିଛନ୍ତି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବଳମ ଗ୍ରାମର ଜ୍ୟୋସ୍ନାରାଣୀ ପଣ୍ଡା। ବିବାହ ପୂର୍ବରୁ ଜ୍ୟୋସ୍ନାରାଣୀ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ବିବାହ ପରେ ସେ ଶିକ୍ଷକତା ଛାଡିଦେଇଥିଲେ। କିନ୍ତୁ ମନରେ ଥିଲା ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିବାର ସ୍ୱପ୍ନ। ବିବା‌ହ ପରେ ସ୍ବାମୀଙ୍କ ପ୍ରେରଣା ପାଇ ପରିବାରର ସହଯୋଗରେ ପ୍ରାୟ ତିନି ବର୍ଷ ତଳେ ମାତ୍ର ଦୁଇଟି ମହୁ ବାକ୍ସରୁ ଆରମ୍ଭ କରିଥିଲେ ତାଙ୍କର ଚାଷ । କଠିନ ପରିଶ୍ରମ ଓ ଅତୁଟ ଧୈର୍ଯ୍ୟ ଥିଲେ ସଫଳତା ନିଶ୍ଚିତ ମିଳେ ଏହାକୁ ପ୍ରମାଣ କରିଛନ୍ତି ଜ୍ୟୋସ୍ନାରାଣୀ। ବର୍ତ୍ତମାନ ତାଙ୍କ ଫାର୍ମରେ ରହିଛି ୪୦ଟି ମହୁ ବାକ୍ସ। ଚଳିତ ବର୍ଷ ସେ ପ୍ରାୟ ଦୁଇରୁ ଅଢ଼େଇ କ୍ୱିଣ୍ଟାଲ ମହୁ ସଂଗ୍ରହ କରି ସଫଳତା ହାସଲ କରିଛନ୍ତି। କେବଳ ଉତ୍ପାଦନ ନୁହେଁ, ତାଙ୍କ ମହୁର ବଜାର ଚାହିଦା ମଧ୍ୟ ଦିନକୁ ଦିନ ବଢ଼ିଚାଲିଛି।ରାଜ୍ୟର ବିଭିନ୍ନ ଅଞ୍ଚଳ ସହ ପଶ୍ଚିମବଙ୍ଗର କୋଲକାତାକୁ ମଧ୍ୟ ସେ ମହୁ ବିକ୍ରି କରୁଛନ୍ତି।ନିଜେ ସ୍ୱାବଲମ୍ବୀ ହେବା ସହିତ ତାଙ୍କ ଫାର୍ମରେ ପାଞ୍ଚଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ଅନ୍ୟମାନଙ୍କ ପାଇଁ ମଧ୍ୟ ଜୀବିକାର ମାର୍ଗ ସୃଷ୍ଟି କରିଛନ୍ତି। ଏହାସହିତ ଆମ୍ବ ଓ କଦଳୀ ଚାଷ ମଧ୍ୟ କରିଛନ୍ତି। ଜ୍ୟୋସ୍ନାରାଣୀଙ୍କ ଏହି ସଫଳତା ଆଜି ଅନେକ ମହିଳାଙ୍କ ପାଇଁ ପ୍ରେରଣାର ପ୍ରତୀକ ପାଲଟିଛି। ଘରର ଚାରି କାନ୍ଥ ଭିତରେ ସୀମିତ ନ ରହି, ନିଜ ପ୍ରତିଭା ଓ ପରିଶ୍ରମ ଦ୍ୱାରା କିପରି ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବା ସହ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଏହି ମହିଳା ମହୁଚାଷୀ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ