ସମସ୍ତ ସରକାରୀ କୋଠାର ନିୟମିତ ବିଦ୍ୟୁତ୍‌ ଯାଞ୍ଚ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଖାରବେଳ ଭବନରେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରି ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସ୍ଥାନରେ ଘଟିଥିବା ଅଗ୍ନି ଦୁର୍ଘଟଣା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଆଲୋଚନା କରି ସମସ୍ତ ସରକାରୀ ବିଭାଗୀୟ କୋଠାରେ ବିଦ୍ୟୁତ ଓୟାରିଂ ତନଖି, ବୈଦ୍ୟୁତିକ ଉପକରଣ ନିୟମିତ ଯାଂଚ, ଆବଶ୍ୟକ ଉନ୍ନତିକରଣ କାର୍ୟ୍ୟ ସହ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ସଚିବ ସ୍ତରୀୟ ବୈଠକରେ ଅର୍ଥ ବିଭାଗ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷରେ ଅଦ୍ୟାବଧି ହୋଇଥିବା ଆର୍ଥିକ ସ୍ଥିତି ଉପସ୍ଥାପନ ହୋଇଛି । ଆର୍ଥିକ ବର୍ଷରେ ବଜେଟ ଅନୁମୋଦନ ଅନୁସାରେ ଅଦ୍ୟାବଧି ବିଭିନ୍ନ ବିଭାଗ ଦ୍ୱାରା ହୋଇଥିବା ଖର୍ଚ୍ଚ ଓ ରାଜସ୍ୱ ଆଦାୟ ଧାର୍ୟ୍ୟ ଲକ୍ଷ୍ୟ ପୂରଣ ସଂପର୍କିତ ଆଲୋଚନା ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମବାୟ ଓ ଶକ୍ତି ବିଭାଗ ସମେତ ସାମାଜିକ କ୍ଷେତ୍ର ସଂପର୍କିତ ବିଭିନ୍ନ ବିଭାଗରେ କାର୍ୟ୍ୟକ୍ରମ ବ୍ୟୟ ବାବଦରେ ଖର୍ଚ୍ଚ ହାର ଗତ ବର୍ଷ ଏହି ସମୟ ତୁଳନାରେ ଅଧିକ ବୃଦ୍ଧି ଘଟିଛି । ବୈଠକରେ ବିଭିନ୍ନ କ୍ଷେତ୍ରରୁ ଅଦ୍ୟାବଧି ରାଜସ୍ୱ ଆଦାୟ ଲକ୍ଷ୍ୟ ପ୍ରାୟ ୭୮.୭୭ ପ୍ରତିଶତ ହୋଇଥିବା ଜଣାପଡିଛି । ଚଳିତ ମାସ ଶେଷ ସୁଦ୍ଧା ଧାର୍ୟ୍ୟ ଲକ୍ଷ୍ୟ ପୂରଣ ପାଇଁ କାର୍ୟ୍ୟ ଅଗ୍ରଗତି ସହ ଖର୍ଚ୍ଚ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଭିତ୍ତିଭୂମି ବିକାଶ କ୍ଷେତ୍ର ସଂପର୍କିତ ଅନ୍ୟ ବିଭାଗ ସମେତ ଅନ୍ୟ ବିଭାଗମାନଙ୍କରେ ଅଦ୍ୟାବଧି ଖର୍ଚ୍ଚ ସ୍ଥିତି ଉପସ୍ଥାପନ ହୋଇଛି । ‘ଆମେ ଜାଣିବା ଆମ ବଜେଟ’ କାର୍ୟ୍ୟକ୍ରମରେ ୨୦୨୬-୨୭ ବଜେଟ ସମ୍ପର୍କରେ ବିଭିନ୍ନ ସ୍ତରରେ ଜନସାଧାରଣଙ୍କୁ ସୂଚିତ କରିବାକୁ ଆଲୋଚନା ହୋଇଛି । ରାଜ୍ୟ ବଜେଟ ଏବଂ କେନ୍ଦ୍ର ସରକାରଙ୍କ ଓଡ଼ିଶା ସମ୍ପର୍କିତ ବିକାଶମୂଳକ ଏବଂ ଲୋକାଭିମୁଖୀ କାର୍ୟ୍ୟକ୍ରମଗୁଡ଼ିକ ସଂପର୍କରେ ରାଜ୍ୟ ମୁଖ୍ୟାଳୟରୁ ଆରମ୍ଭ କରି ଜିଲ୍ଲା, ପୌରାଞ୍ଚଳ, ବ୍ଲକ ଓ ଗ୍ରାମସଭା ସ୍ତରରେ ‘ବଜେଟ ସଭା’ ଆୟୋଜନ କରାଯାଇ ଜନସାଧାରଣଙ୍କୁ ସୂଚନା ଦେବାକୁ ପଦକ୍ଷେପ ନିଆଯିବ । ଏହା ଦ୍ୱାରା ବିଭିନ୍ନ କାର୍ୟ୍ୟକ୍ରମ ଦକ୍ଷ ଓ ସ୍ୱଚ୍ଛତାର ସହ କାର୍ୟ୍ୟାନ୍ୱୟନ ହୋଇପାରିବ ବୋଲି ବୈଠକରେ ଆଲୋଚନା ହୋଇଛି । ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ କାର୍ୟ୍ୟ ତ୍ୱରାନ୍ୱିତ କରାଯିବା ସଂପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଆଗାମୀ ଜୁନ ମାସ ସୁଦ୍ଧା ରାଜ୍ୟ ସରକାର ବିଭିନ୍ନ ବିଭାଗରେ ଖାଲିଥିବା ୬୫ ହଜାର ପଦବୀ ପୂରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ତନ୍ମଧ୍ୟରୁ ୪୧,୦୬୩ଟି ପଦବୀ ପୂରଣ ହୋଇଛି । ଅବଶିଷ୍ଟ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଇଥିବା ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗକୁ କେତେକ ଗୁରୁତ୍ୱପୂର୍ଣ୍ଣ ଏବଂ ଜରୁରୀ କାର୍ୟ୍ୟ ସଂପାଦନ ନେଇ ଦେଇଥିବା ପତ୍ରର କାର୍ୟ୍ୟ ଅନୁପାଳନ ବିବରଣୀ ପ୍ରଦାନ ସଂପର୍କରେ ସମୀକ୍ଷା କରାଯାଇ ତ୍ୱରିତ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ୧୫ ପଏଣ୍ଟ କାର୍ୟ୍ୟସୂଚୀ ମଧ୍ୟରେ ପ୍ରମୁଖ ପଦକ୍ଷେପ ବିକଶିତ ଓଡ଼ିଶା ୨୦୩୬ ଏବଂ ଏବଂ ବିକଶିତ ଭାରତ ପାଇଁ ୨୦୪୭ ପାଇଁ ପ୍ରସ୍ତୁତ ଓଡ଼ିଶା ଭିଜନର ଲକ୍ଷ୍ୟ ସାଧନ ପାଇଁ ପ୍ରସ୍ତୁତ ପ୍ରମୁଖ ଜନ କଲ୍ୟାଣକାରୀ ବିକାଶ କ୍ଷେତ୍ର ପ୍ରକଳ୍ପ ଓ କାର୍ୟ୍ୟକ୍ରମ ‘୩୬ ଫର ୩୬’ କାର୍ୟ୍ୟକାରିତା ଅଗ୍ରଗତି ନେଇ ଆଲୋଚନା ହୋଇଛି । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇ ଆଗାମୀ ଏପ୍ରିଲ ମାସରୁ ପ୍ରତି ମାସରେ କାର୍ୟ୍ୟ ଅଗ୍ରଗତି ସମୀକ୍ଷା କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ୱୀପ – ଅର୍ଥନୈତିକ ଅଞ୍ଚଳ ବିକାଶ ନେଇ ଲକ୍ଷ୍ୟ ଓ କାର୍ୟ୍ୟକାରିତା ପଦକ୍ଷେପ ସଂପର୍କରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଉପସ୍ଥାପନ କରିଛନ୍ତି ।

ଆଇ-ଜିଓଟି କର୍ମଯୋଗୀ ପ୍ଲାଟଫର୍ମରେ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ରାଜ୍ୟରେ ୪ ଲକ୍ଷ ୧୬ ହଜାର ୧୩୮ କର୍ମଚାରୀଙ୍କ ମଧ୍ୟରୁ ଅଦ୍ୟାବଧି ୯୩ ପ୍ରତିଶତ ଏହି ପ୍ରଶିକ୍ଷଣ ବ୍ୟବସ୍ଥା ସହିତ ଯୋଡି ହୋଇଛନ୍ତି । ପ୍ରାୟ ୨ ଲକ୍ଷ କର୍ମଚାରୀ ସକ୍ରିୟ ବ୍ୟବହାରକାରୀ ହୋଇଥିବା ବେଳେ ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶିକ୍ଷଣ ବଢାଇବାକୁ ବିଭାଗମାନଙ୍କୁ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଇ-ଜିଓଟି କର୍ମଯୋଗୀ ପ୍ଲାଟଫର୍ମରେ ଓଡ଼ିଶାର ପ୍ରଦର୍ଶନକୁ ଅଧିକ ଉନ୍ନତ କରିବା ପାଇଁ ପ୍ରତିମାସରେ କର୍ମଚାରୀମାନେ ଅନ୍ତତଃ ଗୋଟିଏ ବା ଏକାଧିକ ପାଠ୍ୟକ୍ରମ ସାରିବାକୁ କୁହାଯାଇଛି । ଓଡ଼ିଶା ସରକାର ଏହି ବ୍ୟବସ୍ଥାରେ ପ୍ରଶିକ୍ଷଣ ନେଇ ଦକ୍ଷତା ବୃଦ୍ଧି ନିମନ୍ତେ ବର୍ଷକୁ ଅନ୍ତତଃ ୨୦ ଘଣ୍ଟା ପାଠ୍ୟକ୍ରମ ସାରିବାକୁ ବାଧ୍ୟତାମୂଳକ କରିଛନ୍ତି । ଯାହାକି ସେମାନଙ୍କର କାର୍ୟ୍ୟଦକ୍ଷତା ମୂଲ୍ୟାୟନରେ ପ୍ରତିଫଳିତ ହେଉଛି ।

ବୈଠକରେ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଉପସ୍ଥିତ ଥିଲେ ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ