ସମ୍ବିଧାନର ପ୍ରସ୍ତାବନାରୁ ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ହଟାଇବା ପାଇଁ ହୋଇଥିବା ଆବେଦନକୁ ଆଜି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଓ ଜଷ୍ଟିସ ପିଭି ସଂଜୟ କୁମାରଙ୍କୁ ନେଇ ଗଠତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଦେଇଛନ୍ତି।
ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ଵାଧୀନ କଂଗ୍ରେସ ସରକାର ସମୟରେ ୧୯୭୬ ମସିହାରେ ସମ୍ବିଧାନ ସଂଶୋଧନ ଜରିଆରେ ଏଥିରେ ‘ସମାଜବାଦୀ’, ‘ଧର୍ମନିରପେକ୍ଷ’ ଓ ‘ଅଖଣ୍ଡତା’ ଶବ୍ଦକୁ ଯୋଡ଼ାଯାଇଥିଲା। ହେଲେ ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ହଟାଇବାକୁ ନିକଟରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ ବିଜେପିର ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟନ ସ୍ଵାମୀ, ସମାଜ ସେବୀ ବଳରାମ ସିଂହ ଓ ଆଇନଜୀବୀ ଅଶ୍ଵିନୀ ଉପାଧ୍ୟାୟ। ଶୁକ୍ରବାର ଏହି ମାମଲା ଉପରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ। ହେଲେ ଆଜି ଏହି ପିଟିସନ ଗୁଡ଼ିକୁ ଖାରଜ କରି ଏତେ ବର୍ଷ ପରେ କାହିଁକି ଏହି ମାମଲାକୁ ଗୁରୁତ୍ଵ ଦେବାକୁ ଚେଷ୍ଟା କରାଯାଉଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ପ୍ରଶ୍ନ କରିଛନ୍ତି।
ଏହି ପିଟିସନ ଗୁଡ଼ିକୁ ଖାରଜ କରି ଖଣ୍ଡପୀଠ କହିଛନ୍ତି ଯେ ଏହି ପିଟିସନ ଉପରେ ବିସ୍ତାର ଭାବେ ଶୁଣାଣି କରିବାର ଆବଶ୍ୟକତା ନାହିଁ। ସମାଜବାଦ ଓ ଧର୍ମନିରପେକ୍ଷ ଭଳି ଶବ୍ଦ ୧୯୭୬ ମସିହାରେ ସମ୍ବିଧାନ ସଂଶୋଧନ ଜରିଆରେ ଏଥିରେ ଯୋଡ଼ା ଯାଇଥିଲା। ଏହା ୧୯୪୯ରେ ନିର୍ଦ୍ଧାରଣ ହୋଇଥିବା ସମ୍ବିଧାନ ଉପରେ କୌଣସି ପ୍ରଭାବ ପକାଉନାହିଁ। ତେବେ ସଂବିଧାନର ଅନୁଚ୍ଛେଦ ୩୬୮ ଏଥିରେ ସଂଶୋଧନ କରିବା ପାଇଁ ସଂସଦକୁ ଅନୁମତି ଦେଉଛି ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଖାନ୍ନା।
‘ଓମ୍ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି
ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ଦୁଗ୍ଧ ସମବାୟ ସଂସ୍ଥା ‘ଓମ୍ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ନୂଆଦିଲ୍ଲୀର ପ୍ରସିଦ୍ଧ ପ୍ରଗତି ମୈଦାନସ୍ଥିତ ‘ଭାରତ ମଣ୍ଡପମ୍’ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଏକ୍ସପୋରେ ଓମ୍ଫେଡ୍ ସମଗ୍ର ଦେଶରେ ଶ୍ରେଷ୍ଠ…




