ସରକାରୀ ଜମି ହଡପ ପାଇଁ ଲଗାନ୍ ଉଦ୍ୟମ

ମ୍ୟାନେଜମେଣ୍ଟ ସ୍କୁଲରେ ପଢ଼ାଯାଏ `ଲଗାନ୍’ ଫିଲ୍ମ। ବ୍ରିଟିଶ ଶାସନ ସମୟରେ ଜମିର ଟିକସ ଛାଡ଼ ପାଇଁ କ୍ରିକେଟ ଜାଣିନଥିବା କିଛି ଗାଉଁଲି ଲୋକେ କିଭଳି ଅତି କଷ୍ଟରେ କ୍ରିକେଟ ଶିଖନ୍ତି ଓ ଶେଷରେ ସଫଳତା ପାଆନ୍ତି ତାହା ହେଉଛି ଏହି ଫିଲ୍ମର କଥାବସ୍ତୁ। ମାତ୍ର କିଛି ଅସାଧୁ ରାଜସ୍ୱ ଅଧିକାରୀଙ୍କୁ ହାତ କରି କିଭଳି ବିଭିନ୍ନ ରେଭେନ୍ୟୁ କୋର୍ଟ ଓ ସିଭିଲ କୋର୍ଟର ସାପ-ସିଡି ଖେଳରେ ସରକାରୀ ଜମି ହାତେଇ ହେବ ତାର ଏକ ଜ୍ୱଳନ୍ତ ଉଦାହରଣ ମିଳିଛି ସୈନିକ ସ୍କୁଲ ନିକଟ ଗାଡ଼କଣ ମୌଜାରେ ଖାତା ନମ୍ବର 918ରେ ଥିବା 53.95 ଏକର ଜମିକୁ ନେଇ।
ସ୍ୱାଧୀନତା ପୂର୍ବରୁ ଲିଜରେ ମିଳିଥିବା ଏହି ବିବଦାୟୀ ଜମି କିଶୋର ଚନ୍ଦ୍ର ପଟ୍ଟନାୟକଙ୍କ ନାଁରେ ରହିଥିବା ଦେଖାଯାଇଥିଲା। ଯାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ତେବେ ଏହି ଜମିକୁ ଏକ ବିବାଦୀୟ ପରିସ୍ଥିତିରେ ପାଓ୍ବାର ଅଫ ଆଟର୍ଣ୍ଣିରେ ନେଇଗଲେ ମିଲନ୍ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡର ଏମଡି ଅନୁପ କୁମାର ଧୀରସାମନ୍ତ। ଆଉ ତାହାକୁ 2000 ମସିହାରେ ରିଏଲ ଇଷ୍ଟେଟ୍ କ୍ଷେତ୍ରରେ ଥିବା ବହୁ ପ୍ରଭାବଶାଳୀ ଲୋକ ଓ ତାଙ୍କ ପରିବାର ଲୋକଙ୍କୁ ବିକିଲେ।
ଅନେକ ମିଥ୍ୟା ହାତପଟା, ଏକପଦିଆ ଇତ୍ୟାଦି ଦେଖାଇ ତହସିଲ, ସେଟେଲମେଣ୍ଟ, ଚକବନ୍ଦୀ କମିଶନର ଓ ରାଜସ୍ୱ ପର୍ଷଦ ସଭ୍ୟଙ୍କ ଭଳି ରେଭିନ୍ୟୁ କୋର୍ଟ ଜରିଆରେ ଶହ ଶହ ଏକର ସରକାରୀ ଜମି ଚାଲିଯାଉଥିବା ଦେଖି 2005ରେ କ୍ୟାପିଟାଲ ଥାନାରେ ଏଫଆଇଆର ରୁଜୁ କରିଥିଲେ ତତକାଳୀନ ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ସଚିବ ତରୁଣକାନ୍ତି ମିଶ୍ର। ପରେ କ୍ରାଇମବ୍ରାଂଚ୍ 2015ରେ ଏହାର ତଦନ୍ତ ସାରି ଭୁବନେଶ୍ୱର ଏସଡିଜେମ୍ କୋର୍ଟରେ ଚାର୍ଜସିଟ ଦାଖଲ କରିବା ସହ 10ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ଭିତରେ ଷଡ଼ଯନ୍ତ୍ରର ମୁଖ୍ୟ କାର୍ପଟଦାର ଥିବା ମିଲନ୍ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡର ଏମଡି ଅନୁପ କୁମାର ଧୀରସାମନ୍ତଙ୍କୁ 2008ରେ ଗିରଫ କରିଥିଲା। ଅନୁପ କୁମାର ଧୀରସାମନ୍ତ ବିନା କ୍ଷମତାରେ 53.95 ଏକର ଜମିକୁ ନିଜ ମା’ ହରପ୍ରିୟା ବିଶୋଇଙ୍କୁ 23.30 ଏକର ଜମି ବିକିବା ବ୍ୟତୀତ ଅନ୍ୟ ଦୁଇଜଣଙ୍କୁ 30.65 ଏକର ଜମି ବିକିଥିଲେ। ସେହି ଦୁଇ ଜଣ ବିଲଡର ଥିଲେ- ୟୁନିଫାଏଡ୍ ଫ୍ରେଣ୍ଡସ୍ ବିଲଡର୍ସ ପ୍ରାଇଭେଟ ଲିମିଟେଡର ଏମଡି କିଶନଲାଲ ଅଗ୍ରଓ୍ବାଲ ଓ ତାଙ୍କ ପତ୍ନୀ ଓ ସେହିଭଳି ଜେଡ-ଇନିଂଜିୟର୍ସର ଏମଡି ତପନ କୁମାର ମହାନ୍ତି ଓ ତାଙ୍କ ପତ୍ନୀ। କ୍ରାଇମବ୍ରାଂଚ୍ ତଦନ୍ତ କାଳରେ ଏ ଦୁଇ ଜଣଙ୍କ ପତ୍ନୀ କହିଥିଲେ, ଆମେ କିଛି ଜାଣିନୁ, ଆମ ସ୍ବାମୀମାନେ ଏ ସବୁ କାରବାର କରିଛନ୍ତି। ଏଥିପାଇଁ 2015ରେ କ୍ରାଇମବ୍ରାଂଚ୍ କିଶନଲାଲ ଅଗ୍ରଓ୍ବାଲ ଓ ତାଙ୍କ ପତ୍ନୀଙ୍କ ସହ ତପନ କୁମାର ମହାନ୍ତି ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିଲା। ତେବେ ସେମାନେ ଥାନାରୁ ବେଲ୍ ପାଇଯାଇଥିଲେ। ଏଥିସହ ସେହି ସମୟରେ ଚଂଚକତା ଓ ଷଡ଼ଯନ୍ତ୍ରରେ ସାମିଲ ଥିବା ଅବସରପ୍ରାପ୍ତ ଖଣ୍ଡଗିରି ସବ ରେଜିଷ୍ଟ୍ରାର ପ୍ରହଲ୍ଲାଦ ନନ୍ଦ, ରେକର୍ଡ-କିପର ଅଜୟ କୁମାର ସାମଲ, ଆସିଷ୍ଟାଣ୍ଟ ସେଟେଲମେଣ୍ଟ ଅଫିସର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ବି ଗିରଫ କରିଥିଲା। ଅଭିଯୁକ୍ତ ପୂର୍ବତନ ସରକାରୀ କର୍ମଚାରୀମାନେ କୋର୍ଟରୁ ବେଲ ପାଇଥିଲେ। ଭୁବନେଶ୍ବର ଏସଡିଜେଏମ କୋର୍ଟ ଏହି ଜମି କାରବାର ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ଅନୁଭବ କରି ଚାର୍ଜଫ୍ରେମ କରିଥିଲେ। ମାତ୍ର ପ୍ରତିପକ୍ଷମାନେ ହାଇକୋର୍ଟ ଯାଇଥିଲେ ଓ ହାଇକୋର୍ଟ 2018 ମସିହାରେ ଏହି କାରବାର ପଛରେ ଷଡ଼ଯନ୍ତ୍ର ନାହିଁ ମନେ କରି ଏସଡିଜେଏମଙ୍କ ରାୟକୁ ଖାରଜ କରିଦେଇଥିଲେ। ତେବେ ଏହି ମାମଲା ସୁପ୍ରିମକୋର୍ଟ ଯିବା ପରେ 2024 ମସିହା ଏପ୍ରିଲ 26ରେ ସୁପ୍ରିମକୋର୍ଟ ହାଇକୋର୍ଟ ରାୟକୁ ଖାରଜ କରିଦେବା ସହ ରାୟ ଦେଲେ, ଗାଡ଼କଣର ଏହି ସରକାରୀ ଜମି ହାତେଇବାରେ ବଡ଼ ଧରଣର ଷଡ଼ଯନ୍ତ୍ର ହୋଇଥିବା ସନ୍ଦେହ ହେଉଛି। ଏସଡିଜେଏମ୍ କୋର୍ଟ ତୁରନ୍ତ ଏହାର ଶୁଣାଣି ଆରମ୍ଭ କରନ୍ତୁ। ସୁପ୍ରିମକୋର୍ଟଙ୍କ ରାୟର 7 ମାସ ପରେ ବି ତଳ କୋର୍ଟରେ ଏହାର ଶୁଣାଣି ବିଶେଷ ଅଗ୍ରଗତି କରିନାହିଁ।

2005ରେ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ ତରୁଣକାନ୍ତି ମିଶ୍ର, ଏଭଳି ଜାଲ କାଗଜପତ୍ରରେ ସନ୍ଦିଗ୍ଧ ଜମି କାରବାର ନେଇ 2005ରେ 27ଟି ଓ 2008ରେ 25ଟି ଏମିତି 43ଟି କାରବାର ସଂପର୍କରେ କ୍ରାଇମ ବ୍ରାଂଚ୍ ତଦନ୍ତ ପାଇଁ ତାଲିକା ଦେଇଥିଲେ। ସରକାରୀ ଜମି ହାତେଇବାକୁ କିଭଳି `ଲଗାନ ଉଦ୍ୟମ’ ଚାଲିଛି ତାହା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ରିଅଲ ଇଷ୍ଟେଟ କ୍ଷେତ୍ରରେ ସ୍ବଚ୍ଛତା ପାଇଁ କାମ କରୁଥିବା ସାମାଜିକ କର୍ମୀ ବିମଳେନ୍ଦୁ ପ୍ରଧାନ। ଏନେଇ ଆମେ ଜେଡ୍ ଇଞ୍ଜିନିୟର୍ସର ଏମ୍‌ଡି ତପନ କୁମାର ମହାନ୍ତିଙ୍କୁ ଫୋନ୍ ଯୋଗେଯୋଗା କରିଥିଲୁ। ସେ କହିଥିଲେ, ଶହ ଶହ ଲୋକଙ୍କ ନାଁରେ କେସ୍ ହୋଇଛି। ତେବେ ଅନ୍ୟମାନଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ, ତାହା ମିଳିପାରିନାହିଁ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ