ନୂଆଦିଲ୍ଲୀ: ଦିନକୁ ଦିନ ବୁଲା କୁକୁରଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ରାସ୍ତାଘାଟରେ ଚଳପ୍ରଚଳ କରୁଥିବା ବ୍ୟକ୍ତିବିଶେଷ ବା ଗାଡିଚାଳକମାନଙ୍କ ସୁରକ୍ଷାକୁ ସବୁବେଳେ ବିଦପରେ ପକାଉଥିବା ବୁଲା କୁକୁରମାନଙ୍କ ବଢ଼ୁଥିବା ସଂଖ୍ୟାକୁ ବିଚାର କରି ମାନ୍ୟବର ସୁପ୍ରିମ୍କୋର୍ଟ ଦିଲ୍ଲୀ-ଏନସିଆରର ସମସ୍ତ ବୁଲା କୁକୁରଙ୍କୁ ୮ ସପ୍ତାହ ମଧ୍ୟରେ ଡଗ୍ ସେଲଟରକୁ ପଠାଇବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । କୁକୁର କାମୁଡା ଯୋଗୁ ଜଳାନ୍ତକ ରୋଗ ବଢ଼ିବାରେ ଲାଗିଛି । ତେବେ ବୁଲା କୁକୁର ରଖିବାକୁ ରାଜଧାନୀରେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ଉପଲବ୍ଧ ହେଉନଥିôବାରୁ ଏଗୁଡିକୁ ଧରି ତୁରନ୍ତ ବନ୍ଧ୍ୟାକରଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ବୁଲା କୁକୁର ପାଇଁ ସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରି ଦିଲ୍ଲୀ ଓ ଏନସିଆରର ଅଞ୍ଚଳକୁ ବୁଲାକୁକୁର ମୁକ୍ତ କରିବାକୁ ପୌରପାଳିକା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହିତ କଡା ଆଭିମୁଖ୍ୟ ପୋଷଣ କରି ନିର୍ଦ୍ଦେଶରେ କୌଣସି ବୁଝାମଣା ନ କରି ତୁରନ୍ତ ଏହାକୁ ଲାଗୁ କରିବାକୁ ସୁପ୍ରିମ୍କୋର୍ଟ ଆଦେଶ ଦେଇଛନ୍ତି ।
ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ
ଭୁବନେଶ୍ୱର,୧୨।୮: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର…