ସର୍ଭେ ରିପୋର୍ଟ :ତାମିଲନାଡୁରେ ପୁଣି ଥରେ ବାଜି ମାରିବ ଡିଏମ୍‌କେ ମେଣ୍ଟ

ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୨୩ ତାରିଖରେ ଅନୁଷ୍ଠିତ ହେବ ଭୋଟ୍ ଗ୍ରହଣ। ତା’ପୂର୍ବରୁ ଆସିଥିବା ଦୁଇଟି ସର୍ଭେ ରିପୋର୍ଟ କହୁଛି ଯେ ପୁଣି ଥରେ ବାଜି ମାରିବ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମ୍‌କେ ମେଣ୍ଟ। ଲୋକ୍ ପୋଲ୍‌ ର ସର୍ଭେ ଅନୁସାରେ ୨୩୪ଟି ଆସନରୁ ଡିଏମ୍‌କେ ମେଣ୍ଟ ୧୮୧ରୁ ୧୮୯ଟି ଆସନ ଜିତିବ। ଏହାର ଭୋଟ୍ ଶେଆର ୪୦.୧ ପ୍ରତିଶତ ରହିବ। ଅନ୍ୟପକ୍ଷରେ ବିରୋଧୀ ଏଆଇଏଡିଏମ୍‌କେ ନେତୃତ୍ୱାଧୀନ ଏନ୍‌ଡିଏ ୩୮ରୁ ୪୨ଟି ଆସନ ଜିତିବ। ଏହାର ଭୋଟ୍ ଶେଆର ୨୯% ରହିବ।
ସେହିପରି ଡେବ୍ୟୁ ନିର୍ବାଚନରେ କମାଲ କରିବାକୁ ଲକ୍ଷ୍ୟ ରଖିଥିବା ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ନେତୃତ୍ୱାଧୀନ ଟିଭିକେ ମାତ୍ର ୮ରୁ ୧୦ଟି ଆସନ ପାଇବ। ଏହାର ଭୋଟ୍ ଶେଆର ୨୩.୯% ରହିବ। ଏନ୍‌ଟିଆର ଓ ଅନ୍ୟ ଦଳଗୁଡ଼ିକ ସେମିତି କିଛି ପ୍ରଭାବଶାଳୀ ପ୍ରଦର୍ଶନ କରିପାରିବେ ନାହିଁ। ସେମାନଙ୍କ ଭୋଟ୍ ଶେଆର ଯଥାକ୍ରମେ ୪.୯% ଓ ୨.୧% ରହିବ। ଏହି ରିପୋର୍ଟରେ କୁହାଯାଇଛି ଯେ ସର୍ଭେରେ ସାମିଲ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଏମ୍‌କେ ଷ୍ଟାଲିନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ଚାହୁଁଥିବା କହିଛନ୍ତି। ଷ୍ଟାଲିନଙ୍କ ପରେ ସେମାନେ ବିଜୟଙ୍କୁ ପସନ୍ଦ କରିଛନ୍ତି। ଆଉ ତୃତୀୟ ସ୍ଥାନରେ ରହିଛନ୍ତି ଏଆଇଏଡିଏମ୍‌କେ ନେତା ଇ.କେ ପଲାନିସ୍ୱାମୀ।
ଏଥିରେ ଆହୁରି କୁହାଯାଇଛି ଯେ ସରକାର ବିରୋଧୀ ଭୋଟ୍ ଗୁଡ଼ିକ ଏଆଇଏଡିଏମ୍‌କେ ଓ ଟିଭିକେ ମଧ୍ୟରେ ଭାଗ ହୋଇଯାଉଥିବାରୁ ତା’ର ଫାଇଦା ନେବ ଡିଏମ୍‌କେ। ବିଜୟଙ୍କ ଦଳର ଭୋଟ୍ ଶେୟାର କିଛି ଖରାପ ନାହିଁ। ଯୁବ ଭୋଟର ତାଙ୍କୁ ପସନ୍ଦ କରୁଛନ୍ତି। ପ୍ରଥମ ଥର ଭୋଟ୍ ଦେବାକୁ ଯାଉଥିବା ଭୋଟର ମଧ୍ୟ ତାଙ୍କୁ ପସନ୍ଦ କରୁଛନ୍ତି। ଏହା ସହିତ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିବା ଭୋଟର ତାଙ୍କୁ ପସନ୍ଦ କରୁଛନ୍ତି। କିନ୍ତୁ ଏହି ସମର୍ଥନ ଅଧିକ ସିଟ୍‌ରେ ପରିଣତ ନହୋଇପାରେ। ମାର୍ଚ୍ଚ ୧ ତାରିଖରୁ ଏପ୍ରିଲ ୧ ତାରିଖ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ପ୍ରାୟ ୧ ଲକ୍ଷ ୧୭ ହଜାର ଭୋଟରଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା।
ସେହିପରି ପୋଲ୍ ଟ୍ରାକର ପକ୍ଷରୁ କରାଯାଇଥିବା ସର୍ଭେରେ ମଧ୍ୟ କୁହାଯାଇଛି ଯେ ଡିଏମ୍‌କେ ନେତୃତ୍ୱାଧୀନ ମେଣ୍ଟ ପୁଣି କ୍ଷମତା ହାସଲ କରିବ। ଏହି ମେଣ୍ଟକୁ ବହୁମତ ମିଳିବ। ଏହାର ସର୍ଭେ ଅନୁଯାୟୀ ଡିଏମ୍‌କେ ମେଣ୍ଟ ୧୭୨ରୁ ୧୭୮ଟି ଆସନ ଜିତିବ। ଏହାର ଭୋଟ୍ ଶେଆର ୪୨.୭% ରହିବ। ଅନ୍ୟପକ୍ଷରେ ଏଆଇଏଡିଏମ୍‌କେ ମେଣ୍ଟ ମାତ୍ର ୪୬ରୁ ୫୨ଟି ଆସନ ଜିତିବ। ଏହାର ଭୋଟ୍ ଶେଆର ୩୦.୩% ରହିବ। ଟିଭିକେର ଭୋଟ୍ ଶେଆର ୧୯.୨% ରହିବ। ଏହା ୬ରୁ ୧୨ଟି ଆସନ ଜିତିବ। ଏନ୍‌ଟିକେ ୨ଟି ଆସନ ଜିତିବ। ଏହାର ଭୋଟ୍ ଶେଆର ୫.୧% ରହିବ।

  • Related Posts

    ଆଜି ଆସାମ ଯିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆସାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସାମର ଜୋରହାଟ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସୋନାରି ଓ ମରିୟାନି ବିଧାନସଭା କ୍ଷେତ୍ରରେ ଦୁଇ ଦିନ ଧରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ । ରବିବାର…

    Continue reading
    ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲା ବୁଲିବେ ନବୀନ

    ଭୁବନେଶ୍ବର: ତୃଣମୂଳସ୍ତରରେ ବିଜେଡି ସଙ୍ଗଠନ ଦୋହଲିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜିଲାରେ ଦଳୀୟ ନେତା ଓ କର୍ମୀ ଶାସକ ଦଳ ମୁହାଁ ହେଉଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ବିଜେଡି ପାଇଁ ଏହା ଚିନ୍ତାର କାରଣ ହୋଇଛି। ଦଳ ଏବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ