ଭୁବନେଶ୍ୱର: ଦିନକୁ ଦିନ ସାଇବର ଅପରାଧୀମାନେ ଅଧିକରୁ ଅଧିକ ସକ୍ରିୟ ହେଉଛନ୍ତି । ଲୋକମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ଆଖି ପିଛୁଳାକେ ଉଡିଯାଉଛି । ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର ଓ ଅର୍ଥନୀତିକ ଅପରାଧକୁ ନିୟନ୍ତ୍ରଣ କରିବା ନିମନ୍ତେ ସାଇବର ଥାନା ବୃଦ୍ଧି ସହ ୯୮୭ଟି ନୂତନ ପଦବି ସୃଷ୍ଟିକୁ ଅନୁମୋଦନ ମିଳିଛି । ଖାଲି ସେତିକି ନୁହେଁ ୧୭୦ଜଣ ବିଶେଷଜ୍ଞଙ୍କୁ ଆଉଟସୋର୍ସିଂରେ ନିଯୁକ୍ତି ଦେବାକୁ ମଧ୍ୟ ସରକାର ଅନୁମତି ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୧୪ଟି ସାଇବର ଥାନା ରହିଛି । ୧୬୮ଜଣ କର୍ମଚାରୀଙ୍କୁ ନେଇ ଉକ୍ତ ସାଇବର ଥାନାଗୁଡ଼ିକ ଚାଲୁଛି ।
ଖୁବ୍ ଶୀଘ୍ର ରାଜ୍ୟରେ ଆଉ ୨୦ଟି ସାଇବର ଥାନା ଖୋଲିବ । ଉକ୍ତ ୨୦ଟି ଥାନା ପାଇଁ ୯୮୭ଟି ନୂତନ ପଦବି ସୃଷ୍ଟି ହୋଇଛି । ବିଭିନ୍ନ ପାହ୍ୟାର ୯୮୭ଟି ଅତିରିକ୍ତ ପଦବିକୁ ମଞ୍ଜୁରି ଫଳରେ ମୋଟ୍ ଅନୁମୋଦିତ ପଦବି ସଂଖ୍ୟା ୧୧୨୭କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ୧୭୦ଜଣ ବିଶେଷଜ୍ଞଙ୍କୁ ମଧ୍ୟ ଆଉଟସୋର୍ସିଂରେ ନିଯୁକ୍ତି ଦେବାକୁ ସରକାର ଅନୁମତି ଦେଇଛନ୍ତି । ଏଥିରେ ୬୮ଜଣ ଆଇଟି ବିଶେଷଜ୍ଞ, ୪୮ଜଣ ସାଇବର ଫରେନ୍ସିକ ବିଶେଷଜ୍ଞ ଓ ୪୮ଟି ଅର୍ଥନୀତିକ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ । ୨୦୨୧ରୁ ଏହି କର୍ମଚାରୀ ନିଯୁକ୍ତି ସଂକ୍ରାନ୍ତ ପ୍ରସ୍ତାବ ଗୃହ ବିଭାଗରେ ପଡ଼ି ରହିଥିଲା । ସାଢ଼େ ୫ବର୍ଷ ପରେ ମୋହନ ମାଝୀଙ୍କ ସରକାରଙ୍କ ଅନୁମୋଦନ ଲାଭ କରିଛି ।
ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ
ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…







