ସାମ୍ବାଦିକଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାର ଦାୟିତ୍ୱବାନ ଅଛନ୍ତି: ସ୍ଵାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ଵର : ଆୟୁଷ୍ମାନ ଭାରତ ସହ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ମିଶିବା ଘଟଣା। ଅସନ୍ତୋଷ ପ୍ରକାଶ ପରେ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ, ଆୟୁଷ୍ମାନ ଯୋଜନାରେ ସାମ୍ବାଦିକଙ୍କୁ ସାମିଲ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଗତ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତରେ ସ୍ୱାସ୍ଥ୍ୟ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହ ବୈଠକ ବସିଥିଲା। ଯେଉଁଥିରେ ସାମ୍ବାଦିକଙ୍କ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଯଦି ସାମ୍ବାଦିକମାନେ ଆୟୁଷ୍ମାନରେ ସାମିଲ ନହେବା ପାଇଁ ମନା କରୁଛନ୍ତି। ସରକାର ଏହାର ତର୍ଜମା କରିବେ। ସାମ୍ବାଦିକଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାର ଦାୟିତ୍ୱବାନ ଅଛନ୍ତି ବୋଲି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

ସୂଚନା ଥାଉକି, ରାଜ୍ୟର ପ୍ରାୟ ୮ ହଜାର ୭୧୭ କାର୍ଯ୍ୟରତ ସାମ୍ବାଦିକ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ଅଛନ୍ତି । ଏ ଯୋଜନାରେ ସାମ୍ବାଦିକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳୁଛି । ଆସନ୍ତା ଅଗଷ୍ଟ ୩୧ ତାରିଖରେ ଯୋଜନାରେ ମିଳିଥିବା ସ୍ୱାସ୍ଥ୍ୟବୀମା ଅବଧି ସରିଯାଉଛି । ଏହାର ନବୀକରଣ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି, କିନ୍ତୁ ଆବେଦନ ପ୍ରକ୍ରିୟାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ନିର୍ଦ୍ଦିଷ୍ଟ ସରକାରୀ ୱେବସାଇଟ୍‌ ଅଛି । ପ୍ରତିଥର ୱେବସାଇଟ୍‌ରେ ଅନଲାଇନ ମୋଡ୍‌ରେ ସ୍ୱାସ୍ଥ୍ୟ ବୀମାର ନବୀକରଣ ହୁଏ । କିନ୍ତୁ ଏଥର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ)ଙ୍କ ଜରିଆରେ ଅଫଲାଇନ୍‌ରେ ଫର୍ମ ସଂଗ୍ରହ କରାଯାଉଛି । ଆଶ୍ଚର୍ଯ୍ୟଜନକ ଭାବେ ଏଥିରେ ରାସନ୍‌ କାର୍ଡ ତଥ୍ୟ ବି ମଗାଯାଉଛି । ପୁଣି ବାପା, ମା’ଙ୍କ ଆଧାର କାର୍ଡ ତଥ୍ୟ ସଂଗ୍ରହ ହେଉଛି । ଏହାର କୌଣସି କାରଣ ଦର୍ଶାଯାଇନି । ସେମାନଙ୍କୁ ସ୍ୱାସ୍ଥ୍ୟବୀମାରେ ସାମିଲ କରାଯିବ କି? ଏ ପ୍ରଶ୍ନ ପଚାରିଲେ ସଂପୃକ୍ତ ଡିଆଇପିଆରଓମାନେ ଚୁପ୍‌ ରହୁଛନ୍ତି । ‘ଆମେ ଜାଣିନୁ’, ‘କହି ପାରିବୁନି’, ‘ସରକାର ମାଗିଛନ୍ତି’ । ଏମିତି ଉତ୍ତର ଆସୁଛି । ସରକାର ଏହି ଯୋଜନାର ରୂପରେଖ ବଦଳାଇ ଏହାକୁ ଆୟୁଷ୍ମାନ ଭାରତ ଯୋଜନାରେ ବିଲୟ କରିବାକୁ ପ୍ରୟାସ କରୁଛନ୍ତି। ତେଣୁ ଏହାକୁ ନେଇ ରାଜ୍ୟବ୍ୟାପୀ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

  • Related Posts

    ଶୋଇଥିବା ବେଳେ ହାତୀ ଆକ୍ରମଣ, ୪ ଗୁରୁତର

    ବଲାଙ୍ଗୀର :ରାତିରେ ଶୋଇଥିବା ବେଳେ ହାତୀ ଆକ୍ରମଣ। ଗୋଟିଏ ପରିବାରର ୪ ଗୁରୁତର। ବଲାଙ୍ଗୀର ଜିଲ୍ଲା ମୁରିବାହଲ ଥାନା ସରଗୁଲ ଗାଁରେ ହାତୀ ଆତଙ୍କ। ରାତିରେ ଶୋଇଥିବା ବେଳେ ଗାଁରେ ପଶିଥିଲେ ୧୫ ଟିକିଆ ହାତୀ ପଲ। ଆକ୍ରମଣରେ ଗାଁର ଲିଙ୍ଗରାଜ…

    Continue reading
    ସ୍କୁଲ ପ୍ରବେଶ ଫାଟକ ଭୁଶୁଡ଼ି ଦୁଇ ଛାତ୍ର ଆହତ

    ନନ୍ଦପୁର: କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ ହୋଇଛନ୍ତି। ଦୁଇ ଛାତ୍ର ସତ୍ୟ ଖିଲ (୭) ଓ କାମେଶ ଖିଲ (୮)ଙ୍କୁ ନନ୍ଦପୁର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ