ସିଏଜି ରିପୋର୍ଟ: “ଆମେ କାହାକୁ ଭୟ କରୁନୁ”

ଭୁବନେଶ୍ଵର: ସିଏଜି ରିପୋର୍ଟକୁ ନେଇ ବିଜେଡିର ପ୍ରତିକ୍ରିୟା । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଯଦି ସିଏଜି ଏପରି ରିପୋର୍ଟ ଦେଇଛନ୍ତି ତାର ଅନୁଧ୍ୟାନ କରାଯାଉ । ଯଦି ଆଗରୁ ଡକାୟିତ ହୋଇଥିଲା ତାକୁ ଆଳ କରି ଆପଣ ଅଧିକ ଦୁର୍ନୀତି କରିବେ କି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ଡିଏମଏଫ ଅନିୟମିତତା ବାବଦରେ ପୂର୍ବରୁ ଅନେକ ଥର ଉଠିଛି । ଜନହିତକାରୀ କାର୍ଯ୍ୟରେ ଏ ଟଙ୍କା ବ୍ୟବହାର ନ କରି ଅନ୍ୟ କ୍ଷେତ୍ରରେ ବ୍ୟବହାର ହୋଇଛି । ଖଣି ଅଞ୍ଚଳରେ ଏ ଟଙ୍କା ବ୍ୟବହାର ନ କରି ଖଣି ଅଞ୍ଚଳ ବହାରେ ଟଙ୍କା ଖର୍ଚ୍ଚ ହୋଇଛି । ଆଇନର ଉଲଙ୍ଘନ କରାଯାଇଛି । ଜିଲ୍ଲାପାଳମାନେ ଏ ଟଙ୍କାର ଅପବ୍ୟବହାର କରୁଛନ୍ତି ।
ଏହା ସହ ବିରୋଧୀ ଦଳ ଉପନେତା ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ୫ଟିରେ ଦୁର୍ନୀତି ହୋଇଛି ତଦନ୍ତ କାହିଁକି କରୁନ ? ସରକାରକୁ ଆସିଲା ପରେ ବଡ଼ ବଡ଼ କଥା କହୁଥିଲ । ଜେଲଖାନା ତିଆରି ରଖିଥିବା କଥା କହୁଥିଲ । ଆମେ କାହାକୁ ଭୟ କରୁନୁ । ଯଦି ତୁମ ପାଖରେ ପ୍ରମାଣ ଅଛି । ତୁମେ କାହାକୁ ଡ଼ରାଉଛ ? ସରକାର ତୁମର, ପୋଲିସ ତୁମର, ତଦନ୍ତ ସଂସ୍ଥା ତୁମର, ତୁମେ ସବୁ ନିଜେ ଅନିୟମିତତାର ଗୁରୁ ହୋଇଛ । ଓଡ଼ିଶାର ଜନ ସାଧାରଣ ସବୁ ଦେଖୁଛନ୍ତି ଠିକ୍ ସମୟରେ ଉତ୍ତର ଦେବେ ।
ସେହିପରି ସିଏଜି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍ କହିଛନ୍ତି ଯେ, ରାଜ୍ୟରେ ବିଜେପି ବିଜେଡି ମିଳିମିଶି ୯ ବର୍ଷ ଶାସନ କଲେ । ଏବେବି ଦୁଇ ଦଳ ଏକାକୀ ଅଛନ୍ତି । ତାହା ନହେଲେ ନିର୍ବାଚନ ପୂର୍ବରୁ କହୁଥିଲେ ଆମେ ସରକାରକୁ ଆସିଲେ ତଦନ୍ତ ହେବ । କୁଆଡେ ଗଲା ତଦନ୍ତ ? କାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠନ ହୋଇଛି ? ଖଣି ଅଞ୍ଚଳରେ ଗାଁ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟି ଦିଆଯାଇନି । ଖଣି କାରବାରରେ ବ୍ୟାପକ ହରିଲୁଟ୍ କରିଛନ୍ତି । ଆମେ ସେଥିପାଇଁ ଆଗରୁ ଦାବି କରିଥିଲୁ ଏବେବି କଂଗ୍ରେସ ବିଧାନସଭାରେ ଦାବି କରୁଥିଲା । ହେଲେ ଜାଣିଶୁଣି ବିଧାନସଭାକୁ ବନ୍ଦ କରିଦେଲେ । ଯାହାକୁ ନେଇ କଂଗ୍ରେସ ଦଳ ତୃଣମୂଳ ସ୍ତରକୁ ଯିବ । ସେହିଭଳି MMDR ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥ ହାନି ହେବ । ଏହାଦ୍ବାରା ରାଜ୍ୟ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା କ୍ଷତି ସହୁଥିବା ବେଳେ ଆମ ଦଳ ସ୍ୱତନ୍ତ୍ର ଆଲୋଚନା ପାଇଁ ବିଧାନସଭାରେ ଦାବି କରିଥିଲା । ହେଲେ ସରକାର ଆଲୋଚନା ତ କଲେନି ବରଂ ଗୃହକୁ ବନ୍ଦ କରିଦେଲେ । ହେଲେ କଂଗ୍ରେସ ଚୁପ୍ ବସିବନି । ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବ ।

  • Related Posts

    ଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

    ନୂଆଦିଲ୍ଲୀ: CEC ଜ୍ଞାନେଶ କୁମାରଙ୍କୁ ନେଇ ୨୦୦୬ ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞନେଶ କୁମାରଙ୍କୁ ନେଇ ପ୍ରାୟ ୨୦ ବର୍ଷ ପୁରୁଣା ଏକ ମାମଲା ପୁଣି ଚର୍ଚ୍ଚାକୁ ଆସିଛି । ୨୦୦୬ର ଏହି ମାମଲାରେ…

    Continue reading
    ନବଗଠିତ ମିଡିଆ ସେଲ ସଂଯୋଜକଙ୍କୁ ନବୀନଙ୍କ ଗୁରୁମନ୍ତ୍ର

    ଭୁବନେଶ୍ବର: ନବଗଠିତ ମିଡିଆ ସେଲର ସଦସ୍ୟଙ୍କ ସହ ଆଲୋଚନା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମିଡିଆ ସେଲର ମୁଖ୍ୟ ସଂଯୋଜକ, ସଂଯୋଜକ ଓ ସଭ୍ୟମାନଙ୍କ ସହିତ ଦଳର ଗଣମାଧ୍ୟମ କୌଶଳ ସମ୍ପର୍କରେ ଆଲୋଚନା କରିଛନ୍ତି ସେ । ବୈଦ୍ୟୁତିକ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ