‘ସିଜଫାୟାର୍’କୁ ଫୁ: ଇସ୍ରାଏଲ୍-ଲେବାନନ୍ ସୀମାରେ ବୋମାମାଡ଼

ନୂଆଦିଲ୍ଲୀ: ବିଶ୍ୱ ଶାନ୍ତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପ୍ରୟାସକୁ ଶକ୍ତ ଧକ୍କା ଲାଗିଛି । ଇସ୍ରାଏଲ୍ ଏବଂ ଲେବାନନ୍ ମଧ୍ୟରେ ହୋଇଥିବା ୧୦ ଦିନିଆ ଅସ୍ତ୍ରବିରତି ବା ‘ସିଜଫାୟାର୍’ ୧୦ ଘଣ୍ଟା ମଧ୍ୟ ଅତିକ୍ରମ କରିପାରିନାହିଁ । ଶୁକ୍ରବାର ଅର୍ଥାତ୍ ଆଜି ଭୋର ସମୟରେ ଇସ୍ରାଏଲ୍ ପକ୍ଷରୁ ସୀମା ଉଲ୍ଲଂଘନ କରାଯାଇଥିବା ନେଇ ଲେବାନନ୍ ସେନା ସଙ୍ଗୀନ ଅଭିଯୋଗ ଆଣିଛି । ଆମେରିକାର ମଧ୍ୟସ୍ଥିତାରେ ଗୁରୁବାର ମଧ୍ୟରାତ୍ରିରୁ ଏହି ଅସ୍ତ୍ରବିରତି ଲାଗୁ ହୋଇଥିଲା । କିନ୍ତୁ ଲେବାନନ୍ ସେନାର ଦାବି ଅନୁଯାୟୀ, ଶୁକ୍ରବାର ସକାଳୁ ଇସ୍ରାଏଲ୍ ସୈନ୍ୟମାନେ ଦକ୍ଷିଣ ଲେବାନନ୍‌ର ଅନେକ ଗାଁ ଉପରେ ଗୋଳାବାରୁଦ ମାଡ଼ କରିଛନ୍ତି । ଏହି କାରଣରୁ ଲେବାନନ୍ ସରକାର ନିଜ ନାଗରିକମାନଙ୍କୁ ବର୍ତ୍ତମାନ ପାଇଁ ନିଜ ଗାଁକୁ ନଫେରିବାକୁ ସତର୍କ କରାଇ ଦେଇଛନ୍ତି ।
ଇସ୍ରାଏଲ୍ ସାମରିକ ପ୍ରବକ୍ତା ଅଭିଚାଇ ଅଦ୍ରାଇ ସ୍ପଷ୍ଟ କରିଛନ୍ତି ଯେ, ଲେବାନନ୍ ଭିତରେ ପଶିଥିବା ଇସ୍ରାଏଲ୍ ସୈନ୍ୟମାନେ ପଛକୁ ହଟିନାହାନ୍ତି । ‘ହିଜବୁଲ୍ଲା’ର ଆତଙ୍କବାଦୀ କାର୍ୟ୍ୟକଳାପକୁ ଦୃଷ୍ଟିରେ ରଖି ସେନା ନିଜ ସ୍ଥିତି ବଜାୟ ରଖିଛି । ଇସ୍ରାଏଲ୍ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ପରବର୍ତ୍ତୀ ସୂଚନା ନମିଳିବା ପର୍ୟ୍ୟନ୍ତ କୌଣସି ସାଧାରଣ ନାଗରିକ ଯେପରି ଲିତାନୀ ନଦୀର ଦକ୍ଷିଣ ଭାଗକୁ ନଯାଆନ୍ତି ।
ଅସ୍ତ୍ରବିରତି ଉଲ୍ଲଂଘନ ଖବର ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ କରିଛନ୍ତି । ସେ ଆଶା ପ୍ରକାଶ କରିଛନ୍ତି ଯେ, ଏହି ୧୦ ଦିନିଆ ଶାନ୍ତି କାଳରେ ହିଜବୁଲ୍ଲା ଭଲ ବ୍ୟବହାର ଦେଖାଇବ । ଟ୍ରମ୍ପ ଲେଖିଛନ୍ତି, “ଆଉ ହତ୍ୟାକାଣ୍ଡ ନୁହେଁ, ବରଂ ଶାନ୍ତି ପ୍ରତିଷ୍ଠା ହେବା ଉଚିତ୍ । ଯଦି ହିଜବୁଲ୍ଲା ଶାନ୍ତ ରହେ, ତେବେ ଏହା ସେମାନଙ୍କ ପାଇଁ ଏକ ବଡ଼ ସୁଯୋଗ ହେବ ।”

ସୂଚନାଯୋଗ୍, ଗତ ୩୦ ବର୍ଷ ମଧ୍ୟରେ ପ୍ରଥମ କରି ଇସ୍ରାଏଲ୍ ଏବଂ ଲେବାନନ୍ର ରାଜଦୂତମାନେ ୱାଶିଂଟନ ସିଧାସଳଖ ଆଲୋଚନା କରିଥିଲେ । ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ବାରମ୍ବାର ଫୋନ୍ କଲ୍ ପରେ ଏହି ସନ୍ଧି ସମ୍ଭବ ହୋଇଥିଲା । ମାତ୍ର ବର୍ତ୍ତମାନର ଗୋଳାବାରୁଦ ମାଡ଼ ଏହି ଐତିହାସିକ ପ୍ରୟାସ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ, ସେ ଶାନ୍ତି ପ୍ରୟାସକୁ “ଆଗକୁ ବଢ଼ାଇବା” ପାଇଁ ଏହି ଅସ୍ତ୍ରବିରତିରେ ସମ୍ମତି ପ୍ରକାଶ କରିଛନ୍ତି । ତେବେ ସେ ସ୍ପଷ୍ଟ କରିଛନ୍ତି ଯେ, ଇସ୍ରାଏଲ୍ ସୈନ୍ୟମାନେ ଲେବାନନ୍ ସୀମା ଭିତରେ ଥିବା ‘ସୁରକ୍ଷା ଜୋନ୍’ ରୁ ବର୍ତ୍ତମାନ ପଛକୁ ହଟିବେ ନାହିଁ । ଲେବାନନ୍ ପ୍ରଧାନମନ୍ତ୍ରୀ ନୱାଫ୍ ସଲାମ ଏହି ଘୋଷଣାକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ, “ଯୁଦ୍ଧର ପ୍ରଥମ ଦିନରୁ ହିଁ ଅସ୍ତ୍ରବିରତି ଲେବାନନ୍ର ଏକ ପ୍ରମୁଖ ଦାବି ରହିଆସିଥିଲା ।” ଆମେରିକାରେ ଇସ୍ରାଏଲ୍ ଏବଂ ଲେବାନନ୍ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବୈଠକର ଏହା ହିଁ ମୁଖ୍ୟ ଲକ୍ଷ୍ୟ ଥିଲା ବୋଲି ସେ ପ୍ରକାଶ କରିଛନ୍ତି ।

  • Related Posts

    କେରଳମ୍ ଛୁଇଁଲା ମୌସୁମୀ ବାୟୁ

    କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

    Continue reading
    ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ

    ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ