ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ ନୀତି ପ୍ରଣୟନ ସମ୍ପର୍କରେ ବୈଠକ

ଭୁବନେଶ୍ୱର,୨୦/୦୩/୨୦୨୬:ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ ନେଇ ଏକ ନୀତି ପ୍ରଣୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ସମ୍ପର୍କରେ ଆଜି ଖାରବେଳ ଭବନଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ୍‌କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟରେ ପାଇପ୍ଡ ନ୍ୟାଚୁରାଲ୍ ଗ୍ୟାସ୍ର ସମ୍ପ୍ରସାରଣ ପାଇଁ ଏକ ରଣନୈତିକ ରୋଡମ୍ୟାପ୍ ଉପରେ ଆଲୋଚନା କରାଯାଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟର ଦୀର୍ଘକାଳୀନ ବିକାଶକୁ ଦୃଷ୍ଟିରେ ରଖି ଏକ ଭବିଷ୍ୟତ-ମୁଖୀ ଏବଂ ନାଗରିକ-କୈନ୍ଦ୍ରିକ ନୀତି ପ୍ରସ୍ତୁତ କରିବା।
ବୈଠକରେ ଅଧ୍ୟକ୍ଷତା କରି ଶ୍ରୀମତୀ ପାଢ଼ୀ ଓଡ଼ିଶାର ସହରାଞ୍ଚଳରେ ସିଟି ଗ୍ୟାସ୍ ବିତରଣ ନେଟୱାର୍କର ଦ୍ରୁତ ସମ୍ପ୍ରସାରଣ ପାଇଁ ଏକ ଆକାଂକ୍ଷୀ ତଥା ବାସ୍ତବବାଦୀ ନୀତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ପ୍ରସ୍ତାବିତ ନୀତି ସ୍ୱଚ୍ଛ, ଦକ୍ଷ ଏବଂ ନିର୍ଭରଯୋଗ୍ୟ ଶକ୍ତିର ଉପଲବ୍ଧତା ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ, ଯାହା ସ୍ଥାୟୀ ସହରୀ ବିକାଶ ଏବଂ ଉନ୍ନତ ସେବା ପ୍ରଦାନରେ ସହାୟକ ହେବ। ସେ ଆହୁରି ମଧ୍ୟ ଦୋହରାଇଥିଲେ ଯେ, ଜନସାଧାରଣ ଏବଂ ରାଜ୍ୟର ସର୍ବୋତ୍ତମ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ଅତ୍ୟାଧୁନିକ ନୀତି ପ୍ରଣୟନ କରିବାକୁ ସରକାର ପ୍ରତିବଦ୍ଧ। ଏହା ପ୍ରକ୍ରିୟାକୁ ସରଳ କରିବ, ଭିତ୍ତିଭୂମି ନିର୍ମାଣକୁ ତ୍ୱରାନ୍ୱିତ କରିବ ଏବଂ ସହରାଞ୍ଚଳରେ ନାଗରିକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ।
ବୈଠକରେ ପାଇପ ଯୋଗେ ଗ୍ୟାସ ଯୋଗାଣ ଅନୁମତି ପ୍ରକ୍ରିୟାକୁ ସରଳୀକରଣ କରିବା , ଲାଇସେନ୍ସ ଫି’ର ଯୁକ୍ତିସଙ୍ଗତ ନିର୍ଦ୍ଧାରଣ , ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ୍ ଏବଂ ‘ଡିମ୍‌ଡ୍ ଆପ୍ରୁଭାଲ୍ ବ୍ୟବସ୍ଥା , ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ଏବଂ ସୁଚାରୁ ରୂପେ ସେବା ପ୍ରଦାନ ଉପରେ ବିଶେଷ ଆଲୋଚନା କରଯାଇଥିଲା ଓ ଆଇଓସିଏଲ୍ ଏବଂ ଗେଲ୍ ଭଳି ପ୍ରମୁଖ ଶକ୍ତି ସଂସ୍ଥାଗୁଡ଼ିକର ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ସିଟି ଗ୍ୟାସ୍ ପ୍ରକଳ୍ପଗୁଡ଼ିକୁ ଦକ୍ଷତାର ସହ କାର‌୍ୟ୍ୟକାରୀ କରିବା ଏହି ପଦକ୍ଷେପର ଲକ୍ଷ୍ୟ। ପ୍ରସ୍ତାବିତ ପିଏନଜି ବିତରଣ ନୀତି ଓଡ଼ିଶାକୁ ସ୍ୱଚ୍ଛ ଏବଂ ସ୍ଥାୟୀ ସହରୀ ଶକ୍ତି ସମାଧାନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ସ୍ଥାପିତ କରିବ ବୋଲି ଆଶା କରାଯାଉଛି। ଖାରବେଳ ଭାବନରେ ଅନୁଷ୍ଟିତ ଉକ୍ତ ବୈଠକରେ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଦାକୁଆ, ସିଏମସି କମିଶନର କିରଣଦୀପ କୌର ସାହୋଟା, ଆଇଓସିଏଲ୍ ସିଜିଏମ କମଲ ସିଲ,ଜିଏମ ଗେଲ କଉସିକ ଦାଶ , ସିଜିଏମ ଇଡ଼କୋ ନୀହାର ରଞ୍ଜନ ବେହେରା, ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ ଏବଂ ଅତିରିକ୍ତ ଶାସନ ସଚିବ ଶୁଭେନ୍ଦୁ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ପଦଧିକାରୀ ମାନେଉପସ୍ଥିତ ଥିଲେ l

  • Related Posts

    ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

    ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

    Continue reading
    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ