ସୁକିନ୍ଦା।ଟମକା,08।09: କଟକ ବନଖଣ୍ଡ ସୁକିନ୍ଦା ଓ ଟମକା ବନାଞ୍ଚଳରେ ୧୧ ଦିନ ଧରି ୨ ଗୋଠଛଡ଼ା ଦନ୍ତା ବିଭିନ୍ନ ଗାଁଗଣ୍ଡାରେ ବେଧଡ଼କ ବୁଲୁଛନ୍ତି। ଗତକାଲି ରାତିରେ ଦନ୍ତା ଦ୍ବୟ ଟମକା ବନାଞ୍ଚଳରୁ କେନ୍ଦୁଝରଜିଲ୍ଲା ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡର ବ୍ରାହ୍ମଣୀପାଳ ବନାଞ୍ଚଳ ହୋଇ ଦେଓଗାଁ ବନାଞ୍ଚଳରେ ପଶିଥିଲେ। ୮ ଘଣ୍ଟା ପରେ ପୁଣି ଦନ୍ତାଦ୍ବୟ କଟକ ବନଖଣ୍ଡ ଫେରି ସୋମବାର ରାତି କୁମ୍ଭନାଗରା ଗାଁରେ ରହିଛନ୍ତି। ସୋମବାର ସକାଳ ୨ ଦନ୍ତା ଦେଓଗାଁ ବନାଞ୍ଚଳ ଦରଡ଼ିପାଳ ଓ ରେକୁଟିଆ ଗାଁ ଦାଣ୍ଡରେ ବୁଲୁଥିବା ଦେଖାଯାଇଥିଲା। ଏହାପରେ ଦେଓଗାଁ ଶନିତୋଟା ପାଖରେ ଯାଜପୁର-କେନ୍ଦୁଝର ଜିଲ୍ଲା ସୀମାନ୍ତ ସେତୁ ତଳେ କୁଶଭଦ୍ରା(କୁଶେଇ) ନଦୀରେ ଦନ୍ତା ଦ୍ବୟ ଘଣ୍ଟାଏ ଧରି ଜଳକ୍ରୀଡ଼ା କରିଥିଲେ। ନଦୀରୁ ଉଠି ପାର୍ଶ୍ବସ୍ଥ ଟମକା ରେଞ୍ଜ୍ କୁମ୍ଭନାଗରା ଗାଁର ଧାନଜମିରେ ଧାନଗଛ ଖାଉଥିବା ଦେଖାଯାଇଥିଲା। ଠାକୁରାଣୀଶାଳ ବଣରେ ଥିବା ବରଗଛରୁ ଡାଳ ଖାଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଶୋଇଥିଲେ। ଏଠାରୁ ଗଉଡ଼ବାହାଳି ଗାଁକୁ ଯାଇ ପୁଣି ଫେରି ରାତିରେ ସେହି ଠାକୁରାଣୀଶାଳ ବରଗଛ ପାଖରେ ହାତୀଦ୍ବୟ ରହିଛନ୍ତି। ବନ ବିଭାଗ ବାଣ ଫୁଟାଇ ଓ ବାଜା ବଜାଇ ତଡ଼ିବା ଉଦ୍ୟମ କରୁଥିଲେ ହେଁ ଦନ୍ତା ଦ୍ବୟ ନିର୍ଭୟରେ ବୁଲାବୁଲି କରିବା, ମନଭରି ଖାଇବା, ବିଶ୍ରାମ ପରେ ହାତୀ ଦ୍ବୟ ସ୍ଥାନ ପରିବର୍ତ୍ତନ କରୁଥିବା ଦେଖାଯାଉଛି।
ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍
ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…







