ସୁଟିଂପ୍ରଶିକ୍ଷକ ଯଶପାଲ ରାଣାଙ୍କ ଅକାଳ ବିୟୋଗ

ନୂଆଦିଲ୍ଲୀ: ପୂର୍ବତନ ଏସୀୟ ସ୍ବର୍ଣ୍ଣ ପଦକ ସୁଟର୍‌ ତଥା ପ୍ରଶିକ୍ଷକ ଯଶପାଲ୍‌ ରାଣାଙ୍କ ଦେହାନ୍ତ ଗୁରୁବାର ରାତି‌ରେ ସାକେଟସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ହୋଇଛି। ୪୯ ବର୍ଷୀୟ ରାଣାଙ୍କ ହୃଦଘାତରେ ମୃତ୍ୟୁ ‌ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଜର୍ମାନୀର ମୁନିଚ୍‌ରେ ଆୟୋଜିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ବକପ୍‌ରୁ ଭାରତୀୟ ଦଳ ସହ ଫେରିବା ବେଳେ ବିମାନ ମଧ୍ୟରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ବିମାନରୁ ଓହ୍ଲାଇବା ପରେ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ଷ୍ଟେନ୍‌ ଲାଗିଥିଲା ଏବଂ ସେହିଦିନଠାରୁ ଚିକିତ୍ସା ଚାଲିଥିଲା।

ଭାରତୀୟ ପିସ୍ତଲ ସୁଟର୍‌ଙ୍କ ଉଚ୍ଚ ପ୍ରଦର୍ଶନକାରୀ ପ୍ରଶିକ୍ଷକ ଥିଲେ ଯଶ୍‌ପାଲ। ସେ ଭାରତୀୟ ସୁଟିଂର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଥିଲେ। ତାଙ୍କ ତତ୍ତ୍ବାବଧାନରେ ମନୁ ଭାକର ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍‌ସରେ ଯୁଗଳ ପଦକ ଜିତିବାରେ ସକ୍ଷମ ହୋଇଥିଲେ। ପ୍ୟାରିସ୍‌ ଅଲିମ୍ପିକ୍‌ସରେ ମନୁ ୧୦ ମିଟର ଏୟାର ପିସ୍ତଲ ମହିଳା ବ୍ୟକ୍ତିଗତ ଓ ମିଶ୍ରିତ ଦଳଗତରେ କାଂସ୍ୟ ପଦକ ଜିତି ଇତିହାସ ରଚିଥିଲେ। ଯଶପାଲ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୯ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୨ କାଂସ୍ୟ ସହ ମୋଟ ୧୫ ପଦକ ଜିତିଥିଲେ। ତାଙ୍କ ଖେଳ ଜୀବନ ପରେ ସେ ପ୍ରଶିକ୍ଷଣକୁ ଆପଣେଇଥିଲେ। ତାଙ୍କର ପ୍ରଶିକ୍ଷଣରେ ମନୁଙ୍କ ସହ ସୌରଭ ଚୌଧୁରୀ, ଅନୀଶ ଭନୱାଲା ଓ ଚିକି ଯାଦବ ଅନ୍ତର୍ଜାତୀୟସ୍ତରରେ ନିଜର ଟେକ ରଖିପାରିଛନ୍ତି। ତାଙ୍କର ସଫଳ ପ୍ରଦର୍ଶନ ଲାଗି ୨୦୨୦‌ରେ ସେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଥିଲେ। ତାଙ୍କର ଦେହାନ୍ତରେ ଭାରତୀୟ ସୁଟିଂ ଦୁନିଆରେ ଦୁଃଖର ଛାୟା ଖେଳିଯାଇଛି। ତାଙ୍କର ଅକାଳ ବିୟୋଗରେ ଭାରତୀୟ ଜାତୀୟ ରାଇଫଲ ସଂଘର ସଭାପତି କଳିକେଶ ସିଂହଦେଓ ଶୋକ ପ୍ରକାଶକରିଛନ୍ତି।

  • Related Posts

    ଅଧିନାୟକ ପଦ ଛାଡିଲେ ହରମନପ୍ରୀତ

    ନୂଆଦିଲ୍ଲୀ : ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦ ଛାଡିଛନ୍ତି। ସେ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛନ୍ତି। ସ୍ମୃତି ମନ୍ଧାନା ନୂତନ ଅଧିନାୟକ ଭାବରେ ହରମନପ୍ରୀତଙ୍କ ସ୍ଥାନ ନେବେ ବୋଲି…

    Continue reading
    ବ୍ୟାରିକେଡ୍ ଉପରେ ଚଢି ଆକାଶବାଣୀ ଭବନରେ ପଶିଲେ ରାହୁଲ

    ନୂଆଦିଲ୍ଲୀ:  ବିରୋଧି ସାଂସଦଙ୍କ ‘ସେଭ ଡେମୋକ୍ରାସି’ ମାର୍ଚ୍ଚ ମଙ୍ଗଳବାର ସକାଳେ ସଂସଦ ଭବନରୁ ଆରମ୍ଭ ହୋଇଥିଲା। ନିର୍ବାଚନ ସଦନ (ଇସିଆଇ) ମୁଖ୍ୟାଳୟ ଆଡକୁ ବଢିଥିଲା, କିନ୍ତୁ ଦିଲ୍ଳୀ ପୋଲିସ ରାସ୍ତାରେ ବ୍ୟାରିକେଡ୍ କରି ପଦଯାତ୍ରାକୁ ରୋକିଥିଲା। ରୋକିବା ପରେ କଂଗ୍ରେସ ସାଂସଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ