ଭୁବନେଶ୍ୱର। ୧୫ ଜାନୁଆରୀ,୨୦୨୬:ସୁନ୍ଦରଗଡ଼ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ବଡ଼ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ କରିଛି ପ୍ରଶାସନ। ଆଜି ସଂଧ୍ୟା ୬ରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ହୋଇଛି। ସମ୍ପୂର୍ଣ୍ଣ ସହରରେ BNSର ଧାରା ୧୬୩ ବଳବତ୍ତର ରହିଛି। ସୂଚନା ମୁତାବିକ, ଗୋମାଂସକୁ କେନ୍ଦ୍ର କରି ସୁନ୍ଦରଗଡ ରିଜେଣ୍ଟ ମାର୍କେଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।ସୁନ୍ଦରଗଡ଼ ଟାଉନ ଥାନା ରିଜେଣ୍ଟ ମାର୍କେଟ ରଣକ୍ଷେତ୍ର ପାଲଟିଲା। ଉଭୟ ପକ୍ଷରୁ ଟେକାମାଡ ହୋଇଥିଲା। ଏଥିରେ ଏକାଧିକ ଯୁବକ ଆହତ ହୋଇଥିଲେ। ଏପରିକି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ମଧ୍ୟ ଆହତ ହୋଇଥିଲା। ଗୋଷ୍ଠୀ ସଂଘର୍ଷ ପରେ ଉତ୍ତେଜନାମୂଳକ ପାରିପାର୍ଶିକ ସ୍ଥିତିକୁ ଦେଖି ୧୪୪ ଧାରା ଜାରି କରାଯାଇଛି। ସ୍ଥିତିକୁ ଆୟତ୍ତ କରିବାକୁ ୧୦ ଫ୍ଲାଟୁନ ପୋଲିସ ମୂତୟନ ହୋଇଥିବା ବେଳେ ପଶ୍ଚିମାଞ୍ଚଳ ଡିଆଜି ଏବଂ ଏସପି ପହଞ୍ଚିଛନ୍ତି। ଏହାସହ ଶାନ୍ତି କମିଟି ବୈଠକ ଡାକି ସମାଧାନ କରିବାକୁ ଏସପିଙ୍କୁ ନିବେଦନ କରିଥିବା କହିଛନ୍ତି ଡ଼ିଆଇଜି ବ୍ରିଜେଶ ରାୟ ଶାନ୍ତି। ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଥିବା ବେଳେ ଶାନ୍ତି କମିଟି ଡାକି ବୈଠକ ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ।
ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…




