ସୁପ୍ରିମକୋର୍ଟରେ ଡିଜିପି ଚୟନ ବିବାଦ: ଆସନ୍ତାକାଲି ବି ହେବ ଶୁଣାଣି

ରାଜ୍ୟର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଚୟନ ପ୍ରକ୍ରିୟାର ସାମ୍ବିଧାନିକ ଓ ପ୍ରଶାସନିକ ବୈଧତାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଘଂନ, ଜଣେ ବରିଷ୍ଠ ଆଇପିଏସ ଅଫିସରଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ ରୋକିବା, ଦୁଇଟି ଅସ୍ଥାୟୀ ଏକ୍ସ କ୍ୟାଡ଼ର ଡିଜି ପଦବୀ ସୃଷ୍ଟି ଓ ‘ଜୋନ୍ ଅଫ କନସିଡରେସନ୍‌’କୁ ନେଇ ଆଜି କୋର୍ଟରେ ବରିଷ୍ଠ ଓକିଲ ପି.ଚିଦାମ୍ବରମ୍ ଓ କରୁଣା ନନ୍ଦୀ। ଆସନ୍ତାକାଲି ମଧ୍ୟ ଏହି ଶୁଣାଣି ଜାରି ରହିବ ବୋଲି କୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭି.ମୋହନଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ଆଗରେ ଆଜି ରାଜ୍ୟର ଡିଜିପି ନିଯୁକ୍ତି ପ୍ରକ୍ରିୟାକୁ ନେଇ ଆଗତ ମାମଲାର ପ୍ରାଥମିକ ଶୁଣାଣି ଆରମ୍ଭ ହୋଇଛି। ଶୁଣାଣିବେଳେ ସରକାରୀ କଳର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଓକିଲ ଚିଦାମ୍ବରମ୍। ଖଣ୍ଡପୀଠଙ୍କ ସମ୍ମୁଖରେ ସେ ଯୁକ୍ତି ବାଢ଼ି କହିଛନ୍ତି ଯେ, (Police DG) ଡିଜିପି ପାହ୍ୟାରେ ଉପଲବ୍ଧ ଶୀର୍ଷ ତିନିଜଣ ଅଧିକାରୀଙ୍କ ମଧ୍ୟରୁ ଜଣଙ୍କୁ ଅଯୋଗ୍ୟ ଦର୍ଶାଇ ପ୍ରକ୍ରିୟାରୁ ବାହାର କରିବା ଓ ତାଲିକାର ନିମ୍ନକ୍ରମରେ ଥିବା ଚତୁର୍ଥ କିମ୍ବା ପଂଚମ ସ୍ଥାନର ପସନ୍ଦର ଏଡିଜି ପାହ୍ୟାର ଅଫିସରଙ୍କୁ ପଦୋନ୍ନତି ଦେଇ ‘ଜୋନ୍ ଅଫ କନ୍ସିଡରେସନ’କୁ ଆଣିବା ଉଦ୍ଦେଶ୍ୟରେ ସୁଚିନ୍ତିତ ଢଙ୍ଗରେ ବରିଷ୍ଠ ଆଇପିଏସ୍ ଅଫିସର ସୁଶାନ୍ତ ନାଥଙ୍କ ସଚ୍ଚୋଟତା ପ୍ରମାଣପତ୍ର (ଇଣ୍ଟିଗ୍ରିଟି ସାର୍ଟିଫିକେଟ୍‌) ରୋକିବା ଓ ଦୁଇଟି ଏକ୍ସ-କ୍ୟାଡ଼ର ପଦବୀ ସୃଷ୍ଟି କରାଯାଇଛି।

ଶ୍ରୀ ଚିଦାମ୍ବରମ ଆହୁରି ଦର୍ଶାଇଥିଲେ ଯେ, ନାଗାଲାଣ୍ଡ ମାମଲାର ରାୟ ଆଧାରରେ ଯଦି ତିନିଜଣ ଡିଜିପି ପାହ୍ୟା ଅଧିକାରୀଙ୍କ ଅଭାବ ଥାଏ ତେବେ ଯାଇ ନିମ୍ନ ପାହ୍ୟାର ଅଫିସରଙ୍କ ନାମ ବିଚାରକୁ ନିଆଯାଇପାରେ, କିନ୍ତୁ ଏଠାରେ ସଂଶୋଧିତ ତାଲିକାରେ ଡିଜିପି ପାହ୍ୟାର ତିନିଜଣ ଅଫିସର ଉପଲବ୍ଧ ଥାଇ ମଧ୍ୟ ସିବିଆଇର ଚିଠିକୁ ଆଧାର କରି ସୁଶାନ୍ତ ନାଥଙ୍କ ସଚ୍ଚୋଟତା ପ୍ରମାଣପତ୍ରକୁ ରୋକି ଦିଆଯାଇଛି। ସିବିଆଇ ପକ୍ଷରୁ ତାଙ୍କ ସାଧୁତା ବା ସଚ୍ଚୋଟତା ଉପରେ କୌଣସି ପ୍ରତିକୂଳ ଟିପ୍ପଣୀ ଦିଆଯାଇ ନଥିଲେ ହେଁ ରାଜ୍ୟ ସରକାର ତାଙ୍କର ସଚ୍ଚୋଟତା ପ୍ରମାଣପତ୍ର ଅଟକାଇବା ସହ ୟୁପିଏସସି ଚୟନ ବୈଠକକୁ ସ୍ଥଗିତ କରାଇଥିଲେ। ଏହାପରେ ଦୁଇଟି ଅସ୍ଥାୟୀ ଏକ୍ସ-କ୍ୟାଡ଼ର ଡିଜି ପଦବୀ ଗଠନ ପାଇଁ ରାଜ୍ୟର ଅନୁରୋଧକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଥିଲେ। ଅଗଷ୍ଟ ୭ରେ ରାଜ୍ୟ ସରକାର ୟୁପିଏସସି ବୈଠକ ଘୁଂଚାଇବାକୁ କହିବା, ଅଗଷ୍ଟ ୮ରେ ଏକ୍ସକ୍ୟାଡ଼ର ଡିଜିପି ପଦବୀ ସୃଷ୍ଟି ପାଇଁ କେନ୍ଦ୍ରକୁ ପ୍ରସ୍ତାବ ପଠାଇବା, ଅଗଷ୍ଟ ୯ରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମ୍ମତି ଦେବା ଓ ସେହିଦିନ ହିଁ ସଞ୍ଜିବ ପଣ୍ଡା ଓ ଯଶବନ୍ତ ଜେଠୁୱାଙ୍କୁ ପଦୋନ୍ନତି ପ୍ରଦାନ କରାଯିବା ଏକ ସୁଚିନ୍ତିତ ଚକ୍ରାନ୍ତ ବୋଲି ସେ ଅଭିଯୋଗ କରିଥିଲେ।

ଏହି ସମୟରେ ଖଣ୍ଡପୀଠ ଘଟଣାକ୍ରମ ଓ ଏଡିଜି ପାହ୍ୟାରୁ ଡିଜିପି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବା ଅଫିସରଙ୍କ ଯୋଗ୍ୟତା ସମ୍ପର୍କରେ ପଚାରି ବୁଝିଥିଲେ। ଜଣେ ବରିଷ୍ଠ ଅଫିସରଙ୍କୁ ଏକ ସନ୍ଦେହଜନକ ପ୍ରତିକୂଳ ରିପୋର୍ଟ ଦେଖାଇ ତାଲିକାରୁ ହଟାଯିବା ନେଇ ଚିଦାମ୍ବରମ କହିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ସିବିଆଇର ପତ୍ର ଦେଖାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଚିଦାମ୍ବରମ ଯୁକ୍ତି ବାଢ଼ିଥିଲେ ଯେ ସିବିଆଇ ଚିଠିରେ ସୁଶାନ୍ତ ନାଥଙ୍କ ବିରୋଧରେ କୌଣସି ପ୍ରତିକୂଳ ତଥ୍ୟ ନାହିଁ, ବରଂ ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ବିଶ୍ୱାସ କରିପାରିବ ନାହିଁ ଏପରି ଏକ ଆଳ ଦେଖାଇ ତାଙ୍କୁ ‘ଜୋନ୍ ଅଫ୍ କନସିଡରେସନ୍‌’ରୁ ବାଦ୍ ଦିଆଯାଇଛି।ଫେବୃଆରୀ ୯ ତାରିଖରେ କେନ୍ଦ୍ର ସରକାର ଏହି ଏକ୍ସ କ୍ୟାଡ଼ର ଅସ୍ଥାୟୀ ଡିଜି ପଦବୀ ସୃଷ୍ଟି ପାଇଁ ପ୍ରତ୍ୟାଖ୍ୟାନ କରିଥିଲେ ରାଜ୍ୟ ସରକାର ପୁଣିଥରେ ପ୍ରସ୍ତାବ ଦେବାର ପରଦିନ ଏହାକୁ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ।
ସେହିପରି ସୁଶାନ୍ତ ନାଥଙ୍କ ପକ୍ଷରୁ ହାଜର ହୋଇ ବରିଷ୍ଠ ଓକିଲ କରୁଣା ନନ୍ଦୀ ଯୁକ୍ତି ବାଢ଼ିଥିଲେ ଯେ, ଦୀର୍ଘ ୩୨ ବର୍ଷର କ୍ଲିନ୍ ସର୍ଭିସ ରେକର୍ଡ, ରାଷ୍ଟ୍ରପତି ମେଡାଲ୍ ପାଇଥିବା ଓ ବାର୍ଷିକ ଚରିତ୍ର ପଞ୍ଜିକାରେ ଉଲ୍ଲେଖନୀୟ ରେକର୍ଡ ଥାଇ ମଧ୍ୟ କୌଣସି ଚାର୍ଜସିଟ୍ କିମ୍ବା ବିଭାଗୀୟ ତଦନ୍ତ ବିନା ତାଙ୍କର ଇଣ୍ଟିଗ୍ରିଟି ସାର୍ଟିଫିକେଟକୁ ରୋକାଯିବା ନ୍ୟାୟସଙ୍ଗତ ନୁହେଁ। ବରିଷ୍ଠତା ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ଏହି ଡିଜିପି ପାହ୍ୟାର ଅଫିସରଙ୍କୁ ନ୍ୟାୟ ଦେବା ପାଇଁ ସେ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ହାଜର ହୋଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ଜନସ୍ୱାର୍ଥ ମାମଲାର ଆବେଦନକାରୀଙ୍କ ଅଧିକାର ପରିସର ଉପରେ ପ୍ରଶ୍ନ ଉଠାଇବା ସହ ସରକାରୀ ତଥ୍ୟ ଉପସ୍ଥାପନ ପାଇଁ ସମୟ ଲୋଡ଼ିଥିଲେ।

ତେବେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଥିଲେ ଯେ, ଡିଜିପି ଚୟନ ପାଇଁ ‘ଜୋନ୍ ଅଫ୍ କନସିଡରେସନ୍‌’ କେବଳ ପୂର୍ବରୁ ତାଲିକାରେ ଥିବା ଦୁଇ ବରିଷ୍ଠ ଅଫିସରଙ୍କ ମଧ୍ୟରେ ସୀମିତ ରହିବ, ନା ଶ୍ରୀ ନାଥଙ୍କ ଆବେଦନ ଗ୍ରହଣ ହେବା ସହ ନୂଆକରି ପଦୋନ୍ନତି ପାଇଥିବା ଦୁଇ ଅଫିସରଙ୍କୁ ମିଶାଇ ଏହି ପରିସରକୁ ବଢ଼ାଯିବ। ଏନେଇ ଆଇନଗତ ତର୍ଜମା ଆବଶ୍ୟକ ରହିଛି। ଏହି ହାଇପ୍ରୋଫାଇଲ ମାମଲାର ପରବର୍ତ୍ତୀ ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତାକାଲି ଯାଏଁ ସ୍ଥଗିତ ରଖିଛନ୍ତି।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ