
ଦେବଗଡ଼:ଗାନ୍ଧୀ ଜୟନ୍ତୀ ଏବଂ ସେବା ସଂକଳ୍ପ ଅଭିଯାନ ଅବସରରେ ଆଜି ବିଜେପି ନଗର ମଣ୍ଡଳ ପକ୍ଷରୁ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି। ନଗର ମଣ୍ଡଳ ସଭାପତି ରାଜେନ୍ଦ୍ର ଆଚାର୍ଯ୍ୟଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ପୂର୍ବ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ,ଜିଲ୍ଲା ବିଜେପି ଉପ ସଭାପତି ସତ୍ୟନାରାୟଣ ପାଣି,ସାଧାରଣ ସଂପାଦକ ସରୋଜ ପାଢ଼ୀ,ସାଂସଦଙ୍କ ତିଲେଇବଣି ବ୍ଲକ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ, ଉପନଗରପାଳ ପ୍ରଜିତ ଭୋଜ,ସୁଶୀଲ ଭୋଇ, ଆଲୋକ ଦ୍ବିବେଦୀଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ରହି ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ।







