ସୋଆ ପକ୍ଷରୁ ଜୁଲାଇ ୧୦ରୁ ୨-ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ୱର: ଜଳବାୟୁ ପରିବର୍ତନ ଓ ବିଶ୍ୱ ଉତାପନକୁ ନେଇ ସମଗ୍ର ପୃଥିବୀରେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ଏ ବିଷୟରେ ତାତ୍ୱିକ ଆଲୋଚନା ତଥା ମତାମତର ଆଦାନପ୍ରଦାନ ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଦ୍ୱାରା ଜୁଲାଇ ୧୦ ଓ ୧୧ ତାରିଖରେ ଏକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରାଯାଉଛି ।
ଭାରତର ପ୍ରସିଦ୍ଧ ବୈଜ୍ଞାନିକ, ଗବେଷକ, ନୀତି ପ୍ରଣେତା ଓ ଜଳବାୟୁ ବିଶେଷଜ୍ଞଙ୍କ ସମେତ ପୃଥିବୀର ୮ଟି ଦେଶର ରାଷ୍ଟ୍ରଦୂତମାନେ ଏହି ସମ୍ମିଳନୀରେ ଯୋଗ ଦେବେ । ଏଥିରେ ଜଳବାୟୁ ପରିବର୍ତନ ଓ ବିଶ୍ୱ ଉତାପନ ବିଷୟରେ ଗଭୀର ଆଲୋଚନା ସହ ଏହାକୁ କିପରି ପ୍ରତିହତ କରାଯାଇପାରିବ ସେ ବିଷୟରେ ବିଚାରବିମର୍ଶ କରାଯିବ ।
ସୋଆ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ପରିବେଶ ବିଜ୍ଞାନ, ବିଶ୍ୱର ବିଭିନ୍ନ ଅଂଚଳରେ ଉତାପ ବୃଦ୍ଧି, ବିପର୍ଯ୍ୟସ୍ତ ପାଣିପାଗ ଓ ଏହି ପ୍ରଚ୍ଛଦପଟ୍ଟରେ ପୋଷଣୀୟ ବିକାଶ ବିଷୟରେ ଆଲୋଚନା କରାଯିବ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରକାଶ କରିଛନ୍ତି ।
ପ୍ରଫେସର ନନ୍ଦ କହିଛନ୍ତି ଯେ ୟୁରୋପ ଓ ଦକ୍ଷିଣ ଆମେରିକାର ୭ଟି ଦେଶର ରାଷ୍ଟ୍ରଦୂତ ବା ପ୍ରତିନିଧି ଓ ସିଚେଲସର ରାଷ୍ଟ୍ରଦୂତ ଏହି ସମ୍ମିଳନୀରେ ଯୋଗ ଦେଇ ଆଲୋଚ୍ୟ ବିଷୟ ଉପରେ ସେମାନଙ୍କ ଦେଶର ଅନୁଭୂତି ତଥା ଦୃଷ୍ଟିକୋଣକୁ ନେଇ ମତ ରଖିବେ ।
ଜଳବାୟୁ ପରିବର୍ତନର ଗୁରୁତ୍ୱ ପରିପ୍ରେକ୍ଷୀରେ ଏହି ସମ୍ମିଳନୀ ଭବିଷ୍ୟତରେ କିପରି ଏହି ପରିସ୍ଥିତିର ମୁକାବିଲା କରାଯାଇପାରିବ ସେ ବିଷୟରେ ଏକ ଉଲ୍ଲେଖନୀୟ ମାଇଲ ଖୁଂଟ ହୋଇପାରିବ ବୋଲି ସେ କହିଛନ୍ତି ।
ଏହି ସମ୍ମିଳନୀରେ ଯୋଗ ଦେଉଥିବା ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ପ୍ରତିନିଧିମାନେ ହେଲେ ଉରୁଗୁୟେର ରାଷ୍ଟ୍ରଦୂତ ଶ୍ରୀ ଆଲବର୍ଟୋ ଗୁଆନି, ପେରୁର ରାଷ୍ଟ୍ରଦୂତ ଶ୍ରୀ ଜାଭିୟର ପଲିନିଚ, ଏକୁଏଡରର ରାଷ୍ଟ୍ରଦୂତ ଶ୍ରୀ ଫର୍ଣ୍ଣାଣ୍ଡୋ ବୁଚେଲି, ଗୁଏଟେମାଲାର ରାଷ୍ଟ୍ରଦୂତ ଶ୍ରୀ ଓମାର କାଷ୍ଟାନେଡା ସୋଲାରେସ, ସ୍ପେନ୍ର ରାଷ୍ଟ୍ରଦୂତ ଶ୍ରୀ ଜୁଆନ୍ ଆଂଟୋନିଓ ପୁଜୋଲ, ସିଚେଲସର ହାଇକମିସନର ଶ୍ରୀମତି ଲାଲାଟିଆନା ଆକୋଚେ ଓ ଗାୟାନା ହାଇକମିଶନଙ୍କ ପ୍ରତିନିଧି ଶ୍ରୀ କେଶଭ ତେୱାରୀ ।
ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ବିଭିନ୍ନ ଅଧିବେଶନ ରହିବ । ଏଥି ନିମନ୍ତେ ମନୋନୀତ ପ୍ରସଙ୍ଗଗୁଡ଼ିକ ମଧ୍୍ରରେ ରହିଛି ‘ବିଜ୍ଞାନ ଓ ଜଳବାୟୁ ପରିବର୍ତନ-ଭାରତୀୟ ଦୃଷ୍ଟପଟ’, ‘ଖାଦ୍ୟ ସୁରକ୍ଷା ଉପରେ ଜଳବାୟୁ ପରିବର୍ତନର ପ୍ରଭାବ’, ‘ଜଳବାୟୁ ପରିବର୍ତନ ପ୍ରଚ୍ଛଦପଟରେ ଶକ୍ତି ଓ ଜଳ ଉପଲବ୍ଧତା’ ଓ ‘ସହରାଂଚଳ ଭିତିଭୂମି ଉପରେ ଏହାର ପ୍ରଭାବ’ ।
ଯେଉଁ ବିଶିଷ୍ଟ ବୈଜ୍ଞାନିକ, ଗବେଷକ ଓ ନୀତି ପ୍ରଣେତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ପାଣିପାଗ ବିଭାଗର ଡାଇରେକ୍ଟର ଜେନେରାଲ ଡକ୍ଟର ମୃତୁ୍ୟଞ୍ଜୟ ମହାପାତ୍ର, ଆଇଆଇଟି ବମ୍ବେର ପ୍ରଫେସର ସୁବିମଲ ଘୋଷ, ଇସ୍ରୋ ସ୍ପେସ୍ ଆପ୍ଲିକେସନ୍ ସେଂଟରର ଆଟମସଫେରିକ୍ ଡିଭିଜନର ମୁଖ୍ୟ ଡକ୍ଟର ରଣଧୀର ସିଂହ, ଭାରତୀୟ ପାଣିପାଗ ବିଭାଗ, ପୁଣେର ଡକ୍ଟର, ଓ.ପି. ଶ୍ରୀଜିତ୍, ଭାରତୀୟ ପାଣିପାଗ ବିଭାଗ, ନୂଆଦିଲ୍ଲୀର ଡକ୍ଟର ଅଖିଳ ଶ୍ରୀବାସ୍ତବ, ଇଣ୍ଡିଆନ୍ ନ୍ୟାସ୍ନାଲ୍ ସେଂଟର ଫର୍ ଓସିନ୍ ଇନ୍ଫରମେସନ୍ ସର୍ଭିସେସ୍ର ଗ୍ରୁପ୍ ଡାଇରେକ୍ଟର ଡକ୍ଟର ଅନୀଶ କିଶୋର, ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟ୍ରପିକାଲ ମେଟିଓରୋଲଜି, ପୁନେର ଡକ୍ଟର ଅନୁପମ୍ ହାଜରା, ଆଇଆଇଟି ଖଡ଼ଗପୁରର ପ୍ରଫେସର ପ୍ରସାଦ ଭାସ୍କରନ୍, ସୋଆର ଡିଷ୍ଟିଙ୍ଗୁଇସ୍ଡ ପ୍ରଫେସର (ଡ.) ଉମାଚରଣ ମହାନ୍ତି, ସୋଆ ପରିଚାଳିତ ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗି୍ରକଲ୍ଚରର ନିଦେ୍ର୍ଧଶକ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ଆଇସିଏଆର- ଇଣ୍ଡିଆନ୍ ଇନଷ୍ଟିଚୁ୍ୟଟ୍ ଅଫ୍ ୱାଟର ମ୍ୟାନେଜମେଂଟର ନିଦେ୍ର୍ଧଶକ ଡକ୍ଟର ଏ. ଷଡ଼ଙ୍ଗୀ, ସି-ଡାକ, ପୁଣେର ଡକ୍ଟର ପଲାଶ ସିହ୍ନା, ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଚନ୍ଦ୍ରଶେଖର ନାରାୟଣ ଭେଣ୍ଡେ ଏବଂ ସୋଆ ପରିଚାଳିତ ସେଂଟର ଫର ଏନ୍ଭାଇରନ୍ମେଂଟ ଆଣ୍ଡ କ୍ଲାଇମେଟର ନିଦେ୍ର୍ଧଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।
ଏହି ସମ୍ମିଳନୀ ଶେଷରେ ଆଲୋଚ୍ୟ ବିଷୟଗୁଡ଼ିକ ଉପରେ ଆସିଥିବା ମତାମତ ଓ ସୁପାରିଶଗୁଡ଼ିକ ଆଲୋଚନା କରାଯିବ । ଏହି ଅଧିବେଶନକୁ ସୋଆ କୁଳପତି ପ୍ରଫେସର ନନ୍ଦ ଓ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ନିଦେ୍ର୍ଧଶକ ପ୍ରଫେସର ମାନସ ରଞ୍ଜନ ମଲ୍ଳିକ ପରିଚାଳନା କରିବେ ।

Related Posts

ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାନେଇ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିବା ୩ଟି ଅତ୍ୟାଧୁନିକ…

୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଆଇିଇଡ଼ି ବିସ୍ଫୋରଣରେ ରେଳୱେ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ସହୟତା ଘୋଷଣା ହୋଇଛି । ସିଏମ୍‌ଆରଏଫ୍‌ରୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ୟ୍ୟରତ କି-ମ୍ୟାନ୍ ଇଟୁଆ ଓରାମଙ୍କ ପରିବାରକୁ ଆର୍ଥିକ ସହାୟତା…

Leave a Reply

Your email address will not be published. Required fields are marked *

You Missed

ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

କେନାଲକୁ ଖସିଲା କାର୍:୧୧ ମୃତ

କେନାଲକୁ ଖସିଲା କାର୍:୧୧ ମୃତ

୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ

କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ