ପୁନେରେ ସୋଆ ପୁରାତନ ଛାତଛାତ୍ରୀଙ୍କ ସମାବେଶ

ଭୁବନେଶ୍ୱ : ନିଜ ଶିକ୍ଷାନୁଷ୍ଠାନ, କ୍ୟାମ୍ପସ୍ ଓ ବନ୍ଧୁମାନଙ୍କର ପୁରୁଣା ସ୍ମୃତିକୁ ତାଜା କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ରଛାତ୍ରୀଙ୍କର ଏକ ସମାବେଶ ଗତ ରବିବାର ପୁନେରେ ଆୟୋଜିତ ହୋଇଯାଇଛି । ବିିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସୋଆ ଆଲୁମିନାଇ ଆସୋସିଏସନ୍ର ମୁମ୍ବାଇ-ପୁନେ ଶାଖା ପକ୍ଷରୁ ଏହି ସମାବେଶ ଆୟୋଜନ କରାଯାଇଥିଲା ।
ସମାବେଶରେ ବହୁ ପୁରାତନ ଛାତ୍ରଛାତ୍ରୀ ଖୁବ୍ ଉତ୍ସାହର ସହ ସାମିଲ ହୋଇଥିବା ବେଳେ ପୁରୁଣା ବନ୍ଧୁମାନଙ୍କ ସହ ନିଜର ସ୍ମୃତି ସାଉଁଟି ଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗିତା ଦ୍ୱାରା ଭବିଷ୍ୟତରେ କିଭଳି ଅଧିକ ସୁଯୋଗ ସୃଷ୍ଟି କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମାବେଶରେ ଯୋଗ ଦେବା ସହ ପୁରାତନ ଛାତ୍ରଛାତ୍ରୀମାନଙ୍କୂ ବିଶ୍ୱବିଦ୍ୟାଳୟର ଅଭିବୃଦ୍ଧି ଏବଂ ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ନିଜ ନିଜ କ୍ଷେତ୍ରରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଫେସର ନନ୍ଦ ଅନ୍ୟମାନଙ୍କୁ ସଫଳତାର ସଠିକ୍ ରାସ୍ତା ଦେଖାଇବା ସହ ଗବେଷଣା, ସହଭାଗିତା ସମ୍ପର୍କିତ ସୁଯୋଗ ଏବଂ ଶିକ୍ଷାନୁଷ୍ଠାନର ବିକାଶ ସମ୍ପର୍କରେ ସହଯୋଗ କରିବା ନିମନ୍ତେ ପ୍ରୋତ୍ସାହିତ କରିଥିଲେ ।
ସୋଆର କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟି୍ର ଏନଗେଜମେଂଟର ନିଦେ୍ର୍ଧଶକ ଶ୍ରୀ ରୀପ୍ତି ରଞ୍ଜନ ଦାଶ ଏବଂ କମ୍ପୁ୍ୟଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ସିନିୟର ଫ୍ୟାକଲ୍ଟି ପ୍ରଫେସର ସାରଦା ପ୍ରସନ୍ନ ପତିଙ୍କ ସମେତ ଅନ୍ୟ ସ୍ୱତନ୍ତ୍ର ଅତିଥି ଏବଂ ଫ୍ୟାକଲ୍ଟି ମେମ୍ବରମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ସୋଆ ଆଲୁମିନାୟୀଜ୍ର ସଭାପତି ଡକ୍ଟର ସୁସ୍ମିତା ପଣ୍ଡା, ସମ୍ପାଦକ ଡକ୍ଟର ଶକ୍ତିକେତନ ପୃଷ୍ଟି, ଆବାହକ ଶ୍ରୀ ଅଭିଷେକ ପଟ୍ଟନାୟକ ଏବଂ କୋର କମିଟି ସଦସ୍ୟ ଡକ୍ଟର ଶ୍ୱେତାରାଣୀ ବିଶ୍ୱାଳ ଆଲୁମିନାଇ ଆସୋସିଏସନ୍ର ଆଗାମୀ ପଦକ୍ଷେପ ସମ୍ପର୍କରେ ତଥ୍ୟ ରଖିଥିଲେ ।

Related Posts

ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

Continue reading
ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ