ସୋଆ ପକ୍ଷରୁ ଜୁଲାଇ ୧୦ରୁ ୨-ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ୱର: ଜଳବାୟୁ ପରିବର୍ତନ ଓ ବିଶ୍ୱ ଉତାପନକୁ ନେଇ ସମଗ୍ର ପୃଥିବୀରେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ଏ ବିଷୟରେ ତାତ୍ୱିକ ଆଲୋଚନା ତଥା ମତାମତର ଆଦାନପ୍ରଦାନ ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଦ୍ୱାରା ଜୁଲାଇ ୧୦ ଓ ୧୧ ତାରିଖରେ ଏକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରାଯାଉଛି ।
ଭାରତର ପ୍ରସିଦ୍ଧ ବୈଜ୍ଞାନିକ, ଗବେଷକ, ନୀତି ପ୍ରଣେତା ଓ ଜଳବାୟୁ ବିଶେଷଜ୍ଞଙ୍କ ସମେତ ପୃଥିବୀର ୮ଟି ଦେଶର ରାଷ୍ଟ୍ରଦୂତମାନେ ଏହି ସମ୍ମିଳନୀରେ ଯୋଗ ଦେବେ । ଏଥିରେ ଜଳବାୟୁ ପରିବର୍ତନ ଓ ବିଶ୍ୱ ଉତାପନ ବିଷୟରେ ଗଭୀର ଆଲୋଚନା ସହ ଏହାକୁ କିପରି ପ୍ରତିହତ କରାଯାଇପାରିବ ସେ ବିଷୟରେ ବିଚାରବିମର୍ଶ କରାଯିବ ।
ସୋଆ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ପରିବେଶ ବିଜ୍ଞାନ, ବିଶ୍ୱର ବିଭିନ୍ନ ଅଂଚଳରେ ଉତାପ ବୃଦ୍ଧି, ବିପର୍ଯ୍ୟସ୍ତ ପାଣିପାଗ ଓ ଏହି ପ୍ରଚ୍ଛଦପଟ୍ଟରେ ପୋଷଣୀୟ ବିକାଶ ବିଷୟରେ ଆଲୋଚନା କରାଯିବ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରକାଶ କରିଛନ୍ତି ।
ପ୍ରଫେସର ନନ୍ଦ କହିଛନ୍ତି ଯେ ୟୁରୋପ ଓ ଦକ୍ଷିଣ ଆମେରିକାର ୭ଟି ଦେଶର ରାଷ୍ଟ୍ରଦୂତ ବା ପ୍ରତିନିଧି ଓ ସିଚେଲସର ରାଷ୍ଟ୍ରଦୂତ ଏହି ସମ୍ମିଳନୀରେ ଯୋଗ ଦେଇ ଆଲୋଚ୍ୟ ବିଷୟ ଉପରେ ସେମାନଙ୍କ ଦେଶର ଅନୁଭୂତି ତଥା ଦୃଷ୍ଟିକୋଣକୁ ନେଇ ମତ ରଖିବେ ।
ଜଳବାୟୁ ପରିବର୍ତନର ଗୁରୁତ୍ୱ ପରିପ୍ରେକ୍ଷୀରେ ଏହି ସମ୍ମିଳନୀ ଭବିଷ୍ୟତରେ କିପରି ଏହି ପରିସ୍ଥିତିର ମୁକାବିଲା କରାଯାଇପାରିବ ସେ ବିଷୟରେ ଏକ ଉଲ୍ଲେଖନୀୟ ମାଇଲ ଖୁଂଟ ହୋଇପାରିବ ବୋଲି ସେ କହିଛନ୍ତି ।
ଏହି ସମ୍ମିଳନୀରେ ଯୋଗ ଦେଉଥିବା ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ପ୍ରତିନିଧିମାନେ ହେଲେ ଉରୁଗୁୟେର ରାଷ୍ଟ୍ରଦୂତ ଶ୍ରୀ ଆଲବର୍ଟୋ ଗୁଆନି, ପେରୁର ରାଷ୍ଟ୍ରଦୂତ ଶ୍ରୀ ଜାଭିୟର ପଲିନିଚ, ଏକୁଏଡରର ରାଷ୍ଟ୍ରଦୂତ ଶ୍ରୀ ଫର୍ଣ୍ଣାଣ୍ଡୋ ବୁଚେଲି, ଗୁଏଟେମାଲାର ରାଷ୍ଟ୍ରଦୂତ ଶ୍ରୀ ଓମାର କାଷ୍ଟାନେଡା ସୋଲାରେସ, ସ୍ପେନ୍ର ରାଷ୍ଟ୍ରଦୂତ ଶ୍ରୀ ଜୁଆନ୍ ଆଂଟୋନିଓ ପୁଜୋଲ, ସିଚେଲସର ହାଇକମିସନର ଶ୍ରୀମତି ଲାଲାଟିଆନା ଆକୋଚେ ଓ ଗାୟାନା ହାଇକମିଶନଙ୍କ ପ୍ରତିନିଧି ଶ୍ରୀ କେଶଭ ତେୱାରୀ ।
ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ବିଭିନ୍ନ ଅଧିବେଶନ ରହିବ । ଏଥି ନିମନ୍ତେ ମନୋନୀତ ପ୍ରସଙ୍ଗଗୁଡ଼ିକ ମଧ୍୍ରରେ ରହିଛି ‘ବିଜ୍ଞାନ ଓ ଜଳବାୟୁ ପରିବର୍ତନ-ଭାରତୀୟ ଦୃଷ୍ଟପଟ’, ‘ଖାଦ୍ୟ ସୁରକ୍ଷା ଉପରେ ଜଳବାୟୁ ପରିବର୍ତନର ପ୍ରଭାବ’, ‘ଜଳବାୟୁ ପରିବର୍ତନ ପ୍ରଚ୍ଛଦପଟରେ ଶକ୍ତି ଓ ଜଳ ଉପଲବ୍ଧତା’ ଓ ‘ସହରାଂଚଳ ଭିତିଭୂମି ଉପରେ ଏହାର ପ୍ରଭାବ’ ।
ଯେଉଁ ବିଶିଷ୍ଟ ବୈଜ୍ଞାନିକ, ଗବେଷକ ଓ ନୀତି ପ୍ରଣେତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ପାଣିପାଗ ବିଭାଗର ଡାଇରେକ୍ଟର ଜେନେରାଲ ଡକ୍ଟର ମୃତୁ୍ୟଞ୍ଜୟ ମହାପାତ୍ର, ଆଇଆଇଟି ବମ୍ବେର ପ୍ରଫେସର ସୁବିମଲ ଘୋଷ, ଇସ୍ରୋ ସ୍ପେସ୍ ଆପ୍ଲିକେସନ୍ ସେଂଟରର ଆଟମସଫେରିକ୍ ଡିଭିଜନର ମୁଖ୍ୟ ଡକ୍ଟର ରଣଧୀର ସିଂହ, ଭାରତୀୟ ପାଣିପାଗ ବିଭାଗ, ପୁଣେର ଡକ୍ଟର, ଓ.ପି. ଶ୍ରୀଜିତ୍, ଭାରତୀୟ ପାଣିପାଗ ବିଭାଗ, ନୂଆଦିଲ୍ଲୀର ଡକ୍ଟର ଅଖିଳ ଶ୍ରୀବାସ୍ତବ, ଇଣ୍ଡିଆନ୍ ନ୍ୟାସ୍ନାଲ୍ ସେଂଟର ଫର୍ ଓସିନ୍ ଇନ୍ଫରମେସନ୍ ସର୍ଭିସେସ୍ର ଗ୍ରୁପ୍ ଡାଇରେକ୍ଟର ଡକ୍ଟର ଅନୀଶ କିଶୋର, ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟ୍ରପିକାଲ ମେଟିଓରୋଲଜି, ପୁନେର ଡକ୍ଟର ଅନୁପମ୍ ହାଜରା, ଆଇଆଇଟି ଖଡ଼ଗପୁରର ପ୍ରଫେସର ପ୍ରସାଦ ଭାସ୍କରନ୍, ସୋଆର ଡିଷ୍ଟିଙ୍ଗୁଇସ୍ଡ ପ୍ରଫେସର (ଡ.) ଉମାଚରଣ ମହାନ୍ତି, ସୋଆ ପରିଚାଳିତ ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗି୍ରକଲ୍ଚରର ନିଦେ୍ର୍ଧଶକ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ଆଇସିଏଆର- ଇଣ୍ଡିଆନ୍ ଇନଷ୍ଟିଚୁ୍ୟଟ୍ ଅଫ୍ ୱାଟର ମ୍ୟାନେଜମେଂଟର ନିଦେ୍ର୍ଧଶକ ଡକ୍ଟର ଏ. ଷଡ଼ଙ୍ଗୀ, ସି-ଡାକ, ପୁଣେର ଡକ୍ଟର ପଲାଶ ସିହ୍ନା, ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଚନ୍ଦ୍ରଶେଖର ନାରାୟଣ ଭେଣ୍ଡେ ଏବଂ ସୋଆ ପରିଚାଳିତ ସେଂଟର ଫର ଏନ୍ଭାଇରନ୍ମେଂଟ ଆଣ୍ଡ କ୍ଲାଇମେଟର ନିଦେ୍ର୍ଧଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।
ଏହି ସମ୍ମିଳନୀ ଶେଷରେ ଆଲୋଚ୍ୟ ବିଷୟଗୁଡ଼ିକ ଉପରେ ଆସିଥିବା ମତାମତ ଓ ସୁପାରିଶଗୁଡ଼ିକ ଆଲୋଚନା କରାଯିବ । ଏହି ଅଧିବେଶନକୁ ସୋଆ କୁଳପତି ପ୍ରଫେସର ନନ୍ଦ ଓ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ନିଦେ୍ର୍ଧଶକ ପ୍ରଫେସର ମାନସ ରଞ୍ଜନ ମଲ୍ଳିକ ପରିଚାଳନା କରିବେ ।

Related Posts

ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

Continue reading
ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

Continue reading

Leave a Reply

Your email address will not be published. Required fields are marked *

You Missed

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ