ସୋଆ ଯୁବ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ପୁସ୍ତକ ଆମନ୍ତ୍ରଣ

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟର ପ୍ରତିଶ୍ରୁତି ସମ୍ପନ୍ନ ଯୁବ ସାହିତି୍ୟକଙ୍କୁ ସମ୍ମାନ ଓ ସ୍ୱୀକୃତି ପ୍ରଦାନ କରିବା ଉଦେ୍ଧଶ୍ୟରେ ଚଳିତବର୍ଷରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ‘ସୋଆ ଯୁବ ସାହିତ୍ୟ ପୁରସ୍କାର ପ୍ରଦାନ ନିମନ୍ତେ ସିଦ୍ଧାନ୍ତ ନେଇଛି ।
୪୦ ବର୍ଷ ବୟସ ସୀମା ମଧ୍ୟରେ ସାହିତ୍ୟ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିଥିବା ଲେଖକ ଲେଖିକାଙ୍କର କବିତା, କଥା ସାହିତ୍ୟ, ନାଟକ ଓ ସାହିତ୍ୟ ସମାଲୋଚନା ଭଳି ସାହିତ୍ୟର ବିଭିନ୍ନ ବିଭାଗରେ ରଚିତ ସ୍ୱତନ୍ତ୍ର ସୃଜନଶୀଳ କାର୍ଯ୍ୟକୁ ସମ୍ମାନିତ କରାଯିବ । ଏହି ପୁରସ୍କାର ସ୍ୱରୂପ ଏକ ଲକ୍ଷ ଟଙ୍କାର ଅର୍ଥ ରାଶି, ଉତରୀୟ ଏବଂ ମାନପତ୍ର ପ୍ରଦାନ କରାଯିବ ।
ଏଥି ନିମନ୍ତେ ଗତ ୫ ବର୍ଷ (୨୦୨୦ ଠାରୁ ୨୦୨୪) ମଧ୍ୟରେ ପ୍ରକାଶିତ ମୋ÷ଳିକ ଏବଂ ଶ୍ରେଷ୍ଠ ପୁସ୍ତକକୁ ବିଚାରକୁ ନିଆଯିବ । ଜାନୁଆରୀ ୧, ୨୦୨୫ ସୁଦ୍ଧା ଯେଉଁମାନଙ୍କ ବୟସ ୪୦ ବର୍ଷ ବା ତା’ ଠାରୁ କମ୍ ସେମାନେ ଆବେଦନ କରିପାରିବେ । ସ୍ୱୟଂ ଲେଖକ ବା ପକାଶକ ପୁସ୍ତକ ଦାଖଲ କରିପାରିବେ । ପୁସ୍ତକର ଦୁଇଟି ପ୍ରତିଲିପି ସହିତ ଲେଖକଙ୍କ ସଂକ୍ଷିପ୍ତ ପରିଚୟ, ଜନ୍ମ ତାରିଖର ସ୍ୱ-ସ୍ୱାକ୍ଷରିତ ପ୍ରମାଣପତ୍ର (ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ବା ଭୋଟର ଆଇଡି) ପଠାଇବା ଆବଶ୍ୟକ । ପ୍ରକାଶକଙ୍କ ପକ୍ଷରୁ ପଠାଗଲେ ଲେଖକଙ୍କ ବୟସ ସ୍ଥିର କରିଥିବା ଶପଥପତ୍ର ଦେବା ଆବଶ୍ୟକ ।
ଅକ୍ଟୋବର ୭, ୨୦୨୫ ସୁଦ୍ଧା ପୁସ୍ତକ ‘ପ୍ରଫେସର ଓ ମୁଖ୍ୟ, ପ୍ରାଚୀନ, ଜେ-୧୫, ଶିକ୍ଷା ଓ ଅନୁସନ୍ଧାନ, ଖଣ୍ଡଗିରି, ଭୁବନେଶ୍ୱର-୩୦, ଓଡ଼ିଶା ଠିକଣାରେ ପଠାଇବାକୁ ଆହ୍ୱାନ କରାଯାଉଛି ।

  • Related Posts

    ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

    ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଡାଟାଏଣ୍ଟ୍ରି ଅପରେଟର। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର…

    Continue reading
    ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା

    ଭୁବନେଶ୍ବର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ ୨୫ ଜୁଲାଇ ସୁଦ୍ଧା ଯେଉଁ ଆବେଦନଗୁଡ଼ିକର ନାମ ଜିଲ୍ଲା ସ୍ତରରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ