ସୋନିଆ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କ ବିରୋଧରେ ସ୍ଥାନୀୟ ରାଉଜ ଆଭେନ୍ୟୁ କୋର୍ଟରେ ଏକ ମାମଲା ରୁଜୁ କରାଯାଇଛି। ବିକାଶ ତ୍ରିପାଠୀ ନାମକ ଜଣେ ଓକିଲ ସୋନିଆଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ରୁୁଜୁ ମାମଲାରେ ଅଭିଯୋଗ କରାଯାଇଛି ଯେ ସୋନିଆ ଗାନ୍ଧୀ ଭାରତର ନାଗରିକତା ଗ୍ରହଣ କରିବା ପୂର୍ବରୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିଥିଲେ। ୧୯୮୩ ଏପ୍ରିଲରେ ସୋନିଆଙ୍କୁ ଭାରତର ନାଗରିକତ୍ବ ମିଳିଥିଲା। ମାତ୍ର ଏହାର ୨ ବର୍ଷ ପୂର୍ବରୁ ସେ ଭାରତର ଭୋଟର ଭାବେ ନିଜକୁ ପଞ୍ଜିକୃତ କରାଇଥିଲେ। ବିକାଶ ତାଙ୍କ ପିଟିସନରେ ଏହି ଘଟଣାର ତଦନ୍ତ ପାଇଁ ଅଦାଲତଙ୍କୁ ନିବେଦନ କରିଛନ୍ତି। ଅତିରିକ୍ତ ମୁଖ୍ୟ ଦୌରାଜଜ୍ ବୈଭବ ଚୌରାସିଆ ଅଭିଯୋଗକାରୀଙ୍କ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲାର ଶୁଣାଣି ସେପ୍ଟେମ୍ବର ୧୦ ତାରିଖକୁ ଧାର୍ୟ୍ୟ କରିଛନ୍ତି। ଅଭିଯୋଗ ଅନୁଯାୟୀ ସୋନିଆ ୧୯୮୩ ଏପ୍ରିଲ ୩୦ରେ ଭାରତର ନାଗରିକତ୍ବ ପାଇଥିଲେ। ମାତ୍ର ୧୯୮୧-୮୨ରେ ତାଙ୍କ ନାମ ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ରରେ ପଞ୍ଜିକୃତ ହୋଇଥିଲା। ପରବର୍ତ୍ତୀ ସମୟରେ ସୋନିଆଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦିଆଯାଇଥିଲା। ଶାସକ ବିଜେପି ବିରୋଧରେ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟ ଚୋରି ଆରୋପ ଲଗାଇଥିବାବେଳେ ବିଜେପି ଏବେ ସୋନିଆଙ୍କ ବିରୋଧରେ ଏପରି ଆରୋପ ଲଗାଇବା ପୂର୍ବକ ନୂଆ ରଣନୀତି ପ୍ରସ୍ତୁତ କରିଛି।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ