ସୋମବାର ଇସଲାମାବାଦରେ ଆମେରିକା-ଇରାନ ବୈଠକ

ନୂଆଦିଲ୍ଲୀ; ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଏକ କୂଟନୈତିକ ସମାଧାନ ଖୋଜିବା ପାଇଁ ପ୍ରୟାସ ପୁଣି ଥରେ ଆରମ୍ଭ ହୋଇଛି । ଇସଲାମାବାଦରେ ପ୍ରଥମ ପର୍ଯ୍ୟାୟ ଶାନ୍ତି ବୈଠକ ପରେ ପୁଣି ଥରେ ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ ପ୍ରସଙ୍ଗରେ ଏକ ନୂତନ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହେବାକୁ ଯାଉଛି । ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା କମାଇବା ପ୍ରୟାସର ଅଂଶ ସ୍ୱରୂପ, ସୋମବାର ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହୋଇପାରେ । ଆଲୋଚନାରେ ସାମିଲ ଇରାନୀ ଅଧିକାରୀମାନେ ସିଏନଏନକୁ କହିଛନ୍ତି । ସୂତ୍ର ଅନୁଯାୟୀ ଉଭୟ ପ୍ରତିନିଧିମଣ୍ଡଳ ରବିବାର ଇସଲାମାବାଦରେ ପହଞ୍ଚିପାରନ୍ତି । ଯଦିଓ ଆମେରିକା ପ୍ରଶାସନ ଏପର୍ଯ୍ୟନ୍ତ ଏହି ଆଲୋଚନାଗୁଡ଼ିକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହିଁ, ତଥାପି କୂଟନୀତି ତୀବ୍ର ହେଉଥିବାର ସଙ୍କେତ ମିଳିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ଶୁକ୍ରବାର କହିଥିଲେ ଯେ,ଏକ ଚୁକ୍ତି ଦିଗରେ ଅଗ୍ରଗତି ହେଉଛି, କିନ୍ତୁ ଜଣେ ବରିଷ୍ଠ ଇରାନୀ ଅଧିକାରୀ ତେହେରାନ ଦ୍ୱାରା କୌଣସି ବଡ଼ ଆପୋଷ କିମ୍ବା ରିହାତିକୁ ପ୍ରତ୍ୟାଖ୍ୟାନ କରି ସ୍ପଷ୍ଟ କରିଥିଲେ ଯେ ଆଲୋଚନାର ଅନେକ ପ୍ରମୁଖ ପ୍ରସଙ୍ଗରେ ମତଭେଦ ରହିଛି । ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଏକ କୂଟନୈତିକ ସମାଧାନ ଖୋଜିବା ପାଇଁ ପ୍ରୟାସ ପୁଣି ଥରେ ଆରମ୍ଭ ହୋଇଛି। ପାକିସ୍ତାନର ରାଜଧାନୀ ଇସଲାମାବାଦ ଏହି ଆଲୋଚନାର ଆୟୋଜନ କରିବାର ସମ୍ଭାବନା ରହିଛି। ଆମେରିକା କିମ୍ବା ଇରାନ ଉଭୟ ଆନୁଷ୍ଠାନିକ ଭାବରେ ବୈଠକକୁ ନିଶ୍ଚିତ କରିନାହାନ୍ତି, ତଥାପି ସୂଚନା ମିଳୁଛି ଯେ, ପରଦା ପଛରେ ପ୍ରସ୍ତୁତି ଜୋରସୋର୍ ଚାଲିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କହି ସାରିଛନ୍ତି, ଆଲୋଚନା ଶୀଘ୍ର ଆରମ୍ଭ ହୋଇପାରେ। ଏହି ସମୟରେ କିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ଇରାନୀ ସୂତ୍ରକୁ ଉଦ୍ଧୃତ କରି ଦାବି କରିଛନ୍ତି ଯେ, ପରବର୍ତ୍ତୀ ପର‌୍ୟ୍ୟାୟ ଚୂଡ଼ାନ୍ତ ହୋଇଛି ।
ହୋର୍ମୁଜ୍ ପ୍ରଣାଳୀ ନେଇ ଉତ୍ତେଜନା ଜାରି ଥିବା ବେଳେ ଶୁକ୍ରବାର ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥରେ କେବଳ ସୀମିତ ପରିବହନ ରେକର୍ଡ କରାଯାଇଥିଲା । ଇରାନର ବୈଦେଶିକ ମନ୍ତ୍ରୀ ଏହାକୁ ବାଣିଜ୍ୟିକ ଜାହାଜ ପାଇଁ ଖୋଲା ଘୋଷଣା କରିଥିଲେ, ଯେତେବେଳେ ଇରାନ ସଂସଦର ବାଚସ୍ପତି ଚେତାବନୀ ଦେଇଥିଲେ ଯେ, ଯଦି ଆମେରିକା ଏହି ଅଞ୍ଚଳରେ ଏହାର ନୌସେନା ଅବରୋଧ ଉଠାଇ ନଥାଏ ତେବେ ଏହି ପ୍ରଣାଳୀ ପୁଣି ବନ୍ଦ ହୋଇପାରେ। ଆଞ୍ଚଳିକ କୂଟନୈତିକ ସ୍ତରରେ ମଧ୍ୟ ଉଷ୍ମତା ବୃଦ୍ଧି ପାଇଛି ।

କହି ରଖୁଛି କି, ଏପ୍ରିଲ ୧୧-୧୨ ତାରିଖରେ ଅନୁଷ୍ଠିତ ଇସଲାମାବାଦ ଶାନ୍ତି ଆଲୋଚନା ଫେଲ୍ ମାରିଥିଲା । ୧୯୭୯ ମସିହାର ଇସଲାମିକ୍ ବିପ୍ଳବ ପରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ମୁହାଁମୁହିଁ ଉଚ୍ଚସ୍ତରୀୟ ଆଲୋଚନା ଥିଲା । ଦୁଇ ଦେଶ ପରସ୍ପରର ଜିଦ୍‌ରେ ଅଟଳ ରହିଥିଲେ । ତେଣୁ ବୈଠକରେ କୌଣସି ଠୋସ୍ ଫଳାଫଳରେ ପହଞ୍ଚିପାରିନଥିଲା । ଦୁଇ ଦେଶର ପ୍ରତିନିଧି ବିନା ନିଷ୍କର୍ସରେ ଫେରି ଯାଇଥିଲେ ।​​​​​​​

  • Related Posts

    ଅଧିନାୟକ ପଦ ଛାଡିଲେ ହରମନପ୍ରୀତ

    ନୂଆଦିଲ୍ଲୀ : ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦ ଛାଡିଛନ୍ତି। ସେ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛନ୍ତି। ସ୍ମୃତି ମନ୍ଧାନା ନୂତନ ଅଧିନାୟକ ଭାବରେ ହରମନପ୍ରୀତଙ୍କ ସ୍ଥାନ ନେବେ ବୋଲି…

    Continue reading
    ବ୍ୟାରିକେଡ୍ ଉପରେ ଚଢି ଆକାଶବାଣୀ ଭବନରେ ପଶିଲେ ରାହୁଲ

    ନୂଆଦିଲ୍ଲୀ:  ବିରୋଧି ସାଂସଦଙ୍କ ‘ସେଭ ଡେମୋକ୍ରାସି’ ମାର୍ଚ୍ଚ ମଙ୍ଗଳବାର ସକାଳେ ସଂସଦ ଭବନରୁ ଆରମ୍ଭ ହୋଇଥିଲା। ନିର୍ବାଚନ ସଦନ (ଇସିଆଇ) ମୁଖ୍ୟାଳୟ ଆଡକୁ ବଢିଥିଲା, କିନ୍ତୁ ଦିଲ୍ଳୀ ପୋଲିସ ରାସ୍ତାରେ ବ୍ୟାରିକେଡ୍ କରି ପଦଯାତ୍ରାକୁ ରୋକିଥିଲା। ରୋକିବା ପରେ କଂଗ୍ରେସ ସାଂସଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ