ସୋମବାର ଶ୍ରୀଜିଉଙ୍କ ସ୍ନାନଯାତ୍ରା

ପୁରୀ,: ସୋମବାର ଶ୍ରୀଜିଉଙ୍କ ସ୍ନାନ ଯାତ୍ରା । ଏହି ଦୁର୍ଲଭ ସ୍ନାନ ଓ ହାତୀବେଶ ଦର୍ଶନ କରିବା ନିମନ୍ତେ ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ। ତେଣୁ ମହାପ୍ରଭୁଙ୍କ ନୀତି ଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ରକ୍ଷା, ଶ୍ରଦ୍ଧାଳୁଙ୍କୁ ମୌଳିକ ସୁବିଧା ପ୍ରଭୃତି ଯୋଗାଇ ଦେବା ପ୍ରଭୃତି ନିମନ୍ତେ ଶନିବାର ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ଏକ ଜରୁରି ବୈଠକ ହୋଇଯାଇଛି । ଶ୍ରୀମନ୍ଦିର ପ୍ରଶାସନ ମାଜିଷ୍ଟ୍ରେଟ-ପୁଲିସ ମଧ୍ୟରେ ଏହି ସମନ୍ୱୟ ବୈଠକ ହୋଇଥିଲା । ବୈଠକରେ ସ୍ନାନଯାତ୍ରା ଦିନ କେବଳ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ବୈଠକରେ ଜିଲ୍ଲାପାଳ ଓ ଏସ୍‌ପି ମଧ୍ୟ ଉପସ୍ଥିତ ଥିଲେ ।

ଡ. ପାଢ଼ୀ କହିଛନ୍ତି, ସ୍ନାନଯାତ୍ରା ବ୍ୟବସ୍ଥାବଳୀ ନୀତି ନିର୍ଘଣ୍ଟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିଲା । ପୁଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ପରସ୍ପର ସମନ୍ୱୟ ରଖି ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ । ଜରୁରି ନୀତି କରିବା ନିମନ୍ତେ ରବିବାର ଦିନ ପ୍ରାୟ ୨ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଦର୍ଶନ ଆରମ୍ଭ ହେଲେ ଶ୍ରଦ୍ଧାଳୁଙ୍କୁ ଏବାବଦରେ ସୂଚନା ଦିଆଯିବ । ଏହା ପରେ କେବଳ ବାହାର କାଠ ଦର୍ଶନ ମିଳିବ । ଦର୍ଶନ ଆରମ୍ଭ ହେବା ପରେ ଏହା ରାତି ୭ଟା ଯାଏଁ ଚାଲିବ । ତେବେ ସେବାୟତ ପରିବାରଙ୍କୁ ଶ୍ରୀଜୀଉଙ୍କ ଦର୍ଶନ ବ୍ୟବସ୍ଥାରେ ସାମାନ୍ୟ କୋହଳ କରାଯିବ ।

ଦେବସ୍ନ।ନ ପୂର୍ଣ୍ଣିମା ଭୋର ସାଢ଼େ ୪ଟାରେ ଠାକୁରଙ୍କ ମଙ୍ଗଳାର୍ପଣ ନୀତି ହେବ । ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ପ୍ରାତଃ ୫ଟାରେ ପହଣ୍ଡି ଆରମ୍ଭ ହେବ । ପହଣ୍ଡି ଶେଷ ହୋଇ ୯ଟାରେ ସ୍ନାନମଣ୍ଡପରେ ଠାକୁରଙ୍କ ମଙ୍ଗଳାଳତି ହେବ । ୧୨ଟାରୁ ଅପରାହ୍ଣ ୨ଟା ମଧ୍ୟରେ ଜଳ ବିଜେ ପୂଜା ଓ ସ୍ନାନ ସମ୍ପନ୍ନ ହେବ । ସାଢ଼େ ୩ଟାରେ ଛେରା ପହଁରା ସରି ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ଦାରୁବ୍ରହ୍ମଙ୍କ ହାତୀ ବେଶ ବଢ଼ିବ । ରାତି ସାଢ଼େ ୭ଟାରୁ ୯ଟା ୩୦ ସାହାଣମେଲା । ରାତି ୧୦ଟା ଠାକୁରଙ୍କ ହାତୀ ବେଶ ମଇଲମ ହୋଇ ୧୧ଟାରୁ ବାହୁଡ଼ା ପହଣ୍ଡି ହେବ ବୋଲି ପ୍ରଶାସନିକ ସମୟ ଧାର୍ଯ୍ୟ ହୋଇଛି ।

ସ୍ନାନମଣ୍ଡପ ଆଗରେ ଗତବର୍ଷରୁ କରାଯାଇଥିବା ର‌୍ୟାମ୍ପ ଉପରେ ଶ୍ରଦ୍ଧାଳୁମାନେ ଯାଇ ଠାକୁର ଦର୍ଶନ କରିବେ । କେବଳ ଶ୍ରୀମନ୍ଦିର ଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ଦ୍ୱାର ଦେଇ ପ୍ରସ୍ଥାନ । ସ୍ନାନଯାତ୍ରା ଦିନ ପ୍ରାୟ ୧୫୦୦ରୁ ୨ ହଜାର ପହଣ୍ଡି ଟିକେଟ୍‌ ବିକ୍ରି କରାଯିବ । ଜଣକୁ ଅତିବେଶୀରେ ୨ଟି ଟିକେଟ ଦିଆଯିବ । ପହଣ୍ଡି ଟିକେଟ ଧାରୀ କେବଳ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ । ଏହାକୁ ପ୍ରଶାସନିକ ଅଧିକାରୀମାନେ ଶୃଙ୍ଖଳିତ ଭାବେ କରିବେ ବୋଲି ଡ. ପାଢ଼ୀ କହିଛନ୍ତି ।

  • Related Posts

    ମା ରମ୍ଭାଦେବୀଙ୍କ ଯାତ୍ରା,ବହୁ ଶ୍ରଦ୍ଧାଳୁଙ୍କ ସମାଗମ

    ଦେବଗଡ଼:ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ବାସୁଦେବପୁର ଗ୍ରାମରେ ମାଆ ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି।ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଜାତି ଧର୍ମ ନିର୍ବିଶେଷରେ ବହୁ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିଲା।ସୂଚନା ଅନୁଯାୟୀ,ଅରଣ୍ୟବେଷ୍ଟିତ ପାହାଡ ଗୁମ୍ଫାରେ ମା ପୂଜା…

    Continue reading
    ପେପର୍ ଲିକ୍ ଘଟଣା: କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

    ଦେବଗଡ଼:ନିଟ ଓ ସିବିଏସଇ ପେପର୍ ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରିବା ସହ ତାଙ୍କର ଇସ୍ତଫା ଦାବି କରିଛି କଂଗ୍ରେସ। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ