ସୌମ୍ୟ ହତ୍ୟା ମାମଲା:ଏଯାବତ୍ ୩୦ ଜଣଙ୍କୁ ଜେରା

ଭୁବନେଶ୍ଵର:ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ଚାଞ୍ଚଲ୍ୟ ଖବର। ସୌମ୍ୟ ହତ୍ୟା ମାମଲାରେ ଏଯାବତ୍ ୩୦ ଜଣଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ। ଏ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାଙ୍ଗ, ପରିବାର ସମେତ ୩୦ ଜଣଙ୍କୁ ଜେରା କରାଯାଇଛି। ଆଜି ବି ଏକାଧିକଙ୍କୁ ଜେରା କରାଯିବା ନେଇ କ୍ରାଇମବ୍ରାଞ୍ଚର ସୂଚନା। ଜେରା କରାଯାଇଥିବା ବ୍ୟକ୍ତିଙ୍କ ଅଡିଓ ଭିଜୁଆଲ୍ ବୟାନ ରେକର୍ଡ ହୋଇଛି।

ବାଲିଅନ୍ତାରେ ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ(ଏନ୍‌‌ଏଚ୍‌ଆର୍‌ସି) ସଦସ୍ୟଙ୍କ ତଦନ୍ତ ଶେଷ ହୋଇଛି। ତଦନ୍ତ ସମ୍ବନ୍ଧିତ କାଗଜପତ୍ର ଓ ରେକର୍ଡ କରାଯାଇଥିବା ଏକାଧିକ ବ୍ୟକ୍ତିଙ୍କ ବୟାନକୁ ତର୍ଜମା କରାଯିବ। ପରେ ଏହାର ବିସ୍ତୃତ ବିବରଣୀ ଜଣାଇ ଦିଆଯିବ ବୋଲି ତଦନ୍ତକାରୀ ଟିମ୍‌ର ସଦସ୍ୟ ସୂଚନା ଦେଇଛନ୍ତି। ଅପରପକ୍ଷେ ସୌମ୍ୟଙ୍କ ବାନ୍ଧବୀର ଏକ ଅଡିଓ କଲ୍‌ ଓ ହ୍ବାଟ୍ସଆପ୍‌ ଚାଟ୍‌ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ପ୍ରଘଟ ଅଡ଼ିଓ ଅନୁସାରେ, ସୌମ୍ୟ ଏବଂ ଓମ୍‌ଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ବିବାଦ ରହିଥିଲା। ଫଳରେ ଓମ୍‌ଙ୍କ ଅଡୁଆ ବଢିଛି। ଏହାରି ଭିତରେ ଘଟଣା ଦିନ ସୌମ୍ୟଙ୍କ ସହିତ ଉପସ୍ଥିତ ଥିବା ଓମ୍‌ଙ୍କ ଉପରେ ସନ୍ଦେହ ବଢୁଛି। ସୂଚନା ଅନୁସାରେ ସତ୍ୟବିହାର ଜିମ୍‌ରେ ଟଙ୍କାକୁ ନେଇ ଜିମ୍ ମାଲିକ ଓ ସୌମ୍ୟଙ୍କ ଭିତରେ ଝଗଡ଼ା ହୋଇଥିଲା। ସୌମ୍ୟ ଜିମ୍ ଛାଡ଼ିବା ପରେ ଓମ୍ ବି ଜିମ୍ ଛାଡ଼ି ଦେଇଥିଲା। ଅଡ଼ଶପୁର ଜିମ୍‌କୁ ନ ଆସିବା ପାଇଁ ନିଜ ବାନ୍ଧବୀ ଜରିଆରେ ସୌମ୍ୟ ଓମ୍‌ଙ୍କୁ କହିଥିଲା। ସୌମ୍ୟ ହତ୍ୟା ପଛରେ ପୁରୁଣା ବିବାଦ ଲୁଚି ରହିଛି ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି। ଓମ୍‌ର ଭୂମିକା ବିଷୟରେ ଜାଣିବା ପାଇଁ ତା’ର କଲ୍ ରେକର୍ଡ ଯାଞ୍ଚ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।ଏନ୍‌ଏଚ୍‌ଆର୍‌ସିଙ୍କ ୨ ଜଣ ସଦସ୍ୟ ଗତ ସୋମବାର ଠାରୁ ୫ ଦିନ ଧରି ସୌମ୍ୟ ହତ୍ୟାକାଣ୍ଡର ରହସ୍ୟ ଓ ସତ୍ୟାସତ୍ୟ ଜାଣିବା ପାଇଁ ଓଡ଼ିଶା ଆସି ତନାଘନା ଚଳାଇଥିଲେ। ଘଟଣା ଘଟିଥିବା ରାମଚନ୍ଦ୍ରପୁର କାଜ, ମଉଜପୁରସ୍ଥିତ ସୌମ୍ୟଙ୍କ ଘର, କଟକ ଜିଆର୍‌ପି ଥାନା ଓ ଏସ୍‌ପିଙ୍କ କାର୍ୟ୍ୟାଳୟକୁ ଯାଇ ଏନ୍‌ଏଚ୍‌ଆର୍‌ସି ସଦସ୍ୟ ତଦନ୍ତ କରିଥିଲେ। ଏଥିସହ ଭୁବନେଶ୍ବରସ୍ଥିତ ରାଜ୍ୟ ଅତିଥିଭବନରେ ସୌମ୍ୟଙ୍କ ବନ୍ଧୁ ଓମ୍, ତାଙ୍କ ପରିବାର ସଦସ୍ୟ, ବାନ୍ଧବୀ, ଅଭିଯୋଗକାରିଣୀ, ଆମ୍ବୁଲାନ୍ସ ଓ ଟ୍ରକ୍‌ ଚାଳକ, ବାଲିଅନ୍ତା ଥାନା ପୂର୍ବତନ ଅଧିକାରୀ, କ୍ରାଇମ୍ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ, ଜୋନ୍‌ ଏସିପି, ଜିଆର୍‌ପି ଏସ୍‌ପି, ଶବ ବ୍ୟବଚ୍ଛେଦ ସମୟରେ ଉପସ୍ଥିତ ଥିବା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ ଏବଂ ବ୍ୟବଛେଦ କରିଥିବା ଡାକ୍ତରଙ୍କ ସମେତ ୧୦ରୁ ଅଧିକ ପୁଲିସ କର୍ମଚାରୀଙ୍କୁ ଏନ୍‌‌ଏଚ୍‌ଆର୍‌ସି ସଦସ୍ୟ ଜେରା କରିଥିଲେ। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ୩୦ରୁ ଅଧିକ ଲୋକଙ୍କୁ ଜେରା କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏନ୍‌ଏଚ୍‌ଆର୍‌ସି ସଦସ୍ୟ ତଦନ୍ତ ସାରି ଦିଲ୍ଲୀ ଫେରିଯାଇଥିବା ବେଳେ ଆଉ କ’ଣ ସବୁ ତଥ୍ୟ ସାମ୍ନାକୁ ଆସୁଛି ତାହା ଦେଖିବାକୁ ବାକି ରହିିଲା।

  • Related Posts

    ଭିଜିଲାନ୍ସ ଜାଲରେ TPCODL କର୍ମଚାରୀ

    ନରସିଂହପୁର:କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ମୋଟ ୨୫,୦୦୦ ଟଙ୍କା ଲାଞ୍ଚ ଦାବିରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ TPCODL କର୍ମଚାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ପୂର୍ବରୁ UPI କାରବାର ମାଧ୍ୟମରେ ୮,୦୦୦ ଟଙ୍କା ନିଆଯାଇଥିଲା । ଆଜି,…

    Continue reading
    ସଙ୍ଘାପଶିରୁ ଅଣ୍ଡିରା ହାତୀ ଶାବକର ଶବ ଉଦ୍ଧାର

    ଦେବଗଡ: ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ଆଜି ଏକ ଅଣ୍ଡିରା ଶିଶୁ ଶାବକ ହାତୀର ଶବ ଉଦ୍ଧାର ହୋଇଛି।ଖବର ପାଇ ପ୍ରଥମେ ଫରେଷ୍ଟର ମନ୍ମଥ ବେହେରା, ଫରେଷ୍ଟ ଗାର୍ଡ ବାହାନ ବେହେରା ସଦଳବଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ