
କଟକ : ମହାନଦୀର ଗଭୀର ଜଳରେ ସ୍କୁବା ଡାଇଭିଂ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ । କଟକ ନିକଟରେ ମହାନଦୀରେ ଦୁଃସାହସିକ ଜଳକ୍ରୀଡ଼ା ପ୍ରଶିକ୍ଷଣ ନେଉଥିବା ପିଲାଙ୍କ ପ୍ରଶିକ୍ଷଣ ସମ୍ପର୍କରେ ଅନୁଧ୍ୟାନ ପାଇଁ ପହଞ୍ଚିଥିଲେ କ୍ରୀଡ଼ା ମନ୍ତ୍ରୀ । ତେବେ ନଦୀରେ ସ୍କୁବା ଡାଇଭିଂ ନେଇ ସୂର୍ୟ୍ୟବଂଶୀ ଆଗ୍ରହ ପ୍ରକାଶ କରିବାରୁ ସ୍କୁବା ଡାଇଭିଂ ପ୍ରଶିକ୍ଷକ ସବୀର ବକ୍ସ ଏଥିରେ ତାଙ୍କୁ ସହାୟତା କରିଥିଲେ ।
ମନ୍ତ୍ରୀ ସୂର୍ୟ୍ୟବଂଶୀ ସ୍ପେଶାଲ ଡାଇଭିଂ ସୁଟ୍ ପିନ୍ଧି ସାଥିରେ ଅକ୍ସିଜେନ୍ ସିଲିଣ୍ଡର ଓ ମାସ୍କ ନେଇ ନଦୀର ଗଭୀର ଜଳକୁ ଓହ୍ଲାଇଥିଲେ । ନଦୀରେ ସ୍କୁବା ଡାଇଭିଂର ଅନୁଭବ ନେବା ସହ ଜଳ ଭିତରେ ସ୍ବତନ୍ତ୍ର ଚେସ୍ ବୋର୍ଡରେ ଚେସ୍ ଗୋଟି ଚାଳନା କରିଥିଲେ ସୂର୍ୟ୍ୟବଂଶୀ ସୁରଜ । ଏହି ସ୍କୁବା ଡାଇଭିଂକୁ ବେଶ୍ ଉପଭୋଗ କରିଥିବା ନିଜ ସୋସିଆଲ ମିଡ଼ିଆ ହାଣ୍ଡେଲରେ ସୂଚନା ଦେଇଛନ୍ତି ମନ୍ତ୍ରୀ ।








