ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି

ଭୁବନେଶ୍ୱର: ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି । ଆଗାମୀ ୨୭ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପରିଚାଳନାର ତଦାରଖ ଓ ଆଇନ ଶୃଂଖଳା ରକ୍ଷା ପାଇଁ ସହଯୋଗ କରିବାକୁ ଜିଲ୍ଳାପାଳମାନଙ୍କୁ ନିବେଦନ କରି ଚିଠି ଲେଖିଛନ୍ତି ବୋର୍ଡ ସମ୍ପାଦକ । ବୋର୍ଡକୁ ପଠାଯିବା ପର୍ୟ୍ୟନ୍ତ ଗୋପନୀୟ ଜିନିଷ ଗୁଡିକୁ ପରୀକ୍ଷା କେନ୍ଦ୍ରରେ ସୁରକ୍ଷିତ ଭାବେ ରଖିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ସମ୍ପାଦକ । ଏଥିସହ କ୍ଷେତ୍ର କର୍ମଚାରୀଙ୍କୁ ସହଯୋଗ ପାଇଁ ନିର୍ଦ୍ଦେଶ ଦେବାକୁ ଚିଠିରେ ନିବେଦନ କରାଯାଇଛି। ଆସନ୍ତା ୨୭ ତାରିଖରେ ରାଜ୍ୟରେ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ।
ସକାଳ ୯ଟାରୁ ୧୧ଟା ୩୦ ଓ ୨ଟାରୁ ୪ଟା ୩୦ ପର୍ୟ୍ୟନ୍ତ ଦୁଇଟି ପର୍ୟ୍ୟାୟରେ ପରୀକ୍ଷା ହେବ । ଓଟିଇଟି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଚୋରି ହେବାରୁ ଜୁଲାଇ ୨୦ରେ ପରୀକ୍ଷା ବାତିଲ ହୋଇଥିଲା । ତାପରେ ଓଟିଇଟି ପ୍ରଶ୍ନପତ୍ର ଚୋରିକୁ ନେଇ ଖୋଳତାଡ ପରେ ବଡ କେଳେଙ୍କାରୀ ସାମନାକୁ ଆସିଥିଲା । ପ୍ରଶ୍ନପତ୍ର ଚୋରି ପଛରେ ସମ୍ପୃକ୍ତ ଥିବା ଅଭିଯୋଗରେ ବୋର୍ଡ ଉପସଭାପତିଙ୍କ ସମେତ ପ୍ରାୟ ୮ଜଣ କର୍ମଚାରୀ ଗିରଫ ହୋଇଛନ୍ତି । ତେଣୁ ଏଥର ଶୃଂଖଳାର ସହ, ବିନା ତ୍ରୁଟିରେ ଓଟିଇଟି ପରୀକ୍ଷା ସାରିବା ବୋର୍ଡ କର୍ତ୍ତୁପକ୍ଷଙ୍କ ପାଇଁ ବଡ ଆହ୍ବାନ ପାଲଟିଛି ।

  • Related Posts

    ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ

    ଭୁବନେଶ୍ୱର: ଓଡିଶା ପୋଲିସକୁ ମିଳିଲା ନୂଆ ଡିଜିପି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ପୁଲିସର ଅତିରିକ୍ତ ଡିଜିପି ଦାୟିତ୍ୱ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଶ୍ରୀ ମିଶ୍ର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ୟ୍ୟରତ ଅଛନ୍ତି। ୧୯୯୩ ବ୍ୟାଚ୍…

    Continue reading
    ଭୁବନେଶ୍ୱରରେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

    ରାଜଧାନୀ ଭୁବନେଶ୍ୱରରେ ଚିହ୍ନଟ ହେଲେ କୋଭିଡ୍‌ ଆକ୍ରାନ୍ତ। ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ।ଏହି କୋଭିଡ୍‌ ଆକ୍ରାନ୍ତଙ୍କ ଘର ବରମୁଣ୍ଡା ଅଞ୍ଚଳରେ। ତାଙ୍କୁ ୫୦ ବର୍ଷ ହୋଇଛି। ଏହା ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ