ସ୍ବଦେଶୀ ସାମଗ୍ରୀ କିଣନ୍ତୁ ଓ ବିଦେଶୀ ସାମଗ୍ରୀ ବିକ୍ରି କରିବାରୁ ବିରତ ରୁହନ୍ତୁ : ପ୍ରଧାନମନ୍ତ୍ରୀ

ଅହମଦାବାଦ,୨୫/୦୮: ଅହମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରୋଡ ସୋ କରିବା ସହ ଖୋଡାଲଧାମ ଗ୍ରାଉଣ୍ଡରେ ୫୪୦୦ କୋଟି ଟଙ୍କାର ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କ ଶୁଳ୍କ ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆଜି ବିଶ୍ୱରେ, ଆମେ ଆର୍ଥିକ ସ୍ୱାର୍ଥର ରାଜନୀତିକୁ ଭଲ ଭାବରେ ଦେଖୁଛୁ, ସମସ୍ତେ ନିଜ ନିଜ କାମ କରିବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ‘ଯେତେ ଚାପ ଆସିଲେ ମଧ୍ୟ, ଆମେ ଆମର ଶକ୍ତି ବୃଦ୍ଧି କରିବୁ’ । ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଦେଶର ଚାଷୀ ଏବଂ ଗୋପାଳକଙ୍କ ସ୍ୱାର୍ଥ ତାଙ୍କ ପାଇଁ ସର୍ବୋପରି। ସେ କହିଛନ୍ତି, “ମୁଁ ଗାନ୍ଧୀଙ୍କ ଭୂମିରୁ କହୁଛି, ମୋ ଦେଶର ଛୋଟ ଉଦ୍ୟୋଗୀ, ଚାଷୀ, ଗୋପାଳକ ହେଉ, ସେମାନଙ୍କ ସ୍ୱାର୍ଥ ମୋ ପାଇଁ ସର୍ବୋପରି। ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଦେଶର ଚାଷୀ ଏବଂ ଗୋପାଳକଙ୍କ ସ୍ୱାର୍ଥ ତାଙ୍କ ପାଇଁ ସର୍ବୋପରି। ସେ କହିଛନ୍ତି, “ମୁଁ ଗାନ୍ଧୀଙ୍କ ଭୂମିରୁ କହୁଛି, ମୋ ଦେଶର ଛୋଟ ଉଦ୍ୟୋଗୀ, ଚାଷୀ, ଗୋପାଳକ ହେଉ, ସେମାନଙ୍କ ସ୍ୱାର୍ଥ ମୋ ପାଇଁ ସର୍ବୋପରି। ମୋ ସରକାର କେବେବି ଛୋଟ ଉଦ୍ୟୋଗୀ, ଚାଷୀ, ଗୋପାଳକଙ୍କ ପ୍ରତି କୌଣସି କ୍ଷତି ହେବାକୁ ଦେବ ନାହିଁ। ଯେତେ ଚାପ ଆସିଲେ ମଧ୍ୟ, ଆମେ ଏହାକୁ ସହ୍ୟ କରିବା ପାଇଁ ଆମର ଶକ୍ତି ବୃଦ୍ଧି କରିବୁ।” ସେ ଆହୁରି ମଧ୍ୟ ଲୋକମାନଙ୍କୁ ସ୍ବଦେଶୀ ସାମଗ୍ରୀ ଖରିଦ କରିବାକୁ ନିବେଦନ କରିଛନ୍ତି । ସେହିପରି ବିଦେଶୀ ସାମଗ୍ରୀ ବିକ୍ରି କରିବାରୁ ବ୍ୟବସାୟୀମାନେ ବିରତ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି ।

  • Related Posts

    ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ

    କଟକ,୨୫/୦୮: କଟକ ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ। ଦୁର୍ଗା ପୂଜାକୁ ଆଉ ମାସେ ବାକି ଥିବା ବେଳେ ଏଥିପାଇଁ ଜାରି ହେଲା ସର୍କୁଲାର। ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ।…

    Continue reading
    ପ୍ରଶିକ୍ଷଣ ପାଇଁ ଓଡ଼ିଶାରେ ପହଁଚିଲେ ଶ୍ରୀଲଙ୍କାର ଅଧିକାରୀ

    ଭୁବନେଶ୍ୱର,୨୫/୦୮: ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କାର ୩୦ ଜଣ ଅଧିକାରୀ ଆଜି ଓଡ଼ିଶାରେ ପହଁଚିଛନ୍ତି । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଂଯୋଜନାରେ ସେମାନେ ପାଞ୍ଚ ଦିନ ଧରି ପ୍ରଶିକ୍ଷଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଦିଲ୍ଲୀରଠାରେ ଓପନ୍‌ ଏଆଇର ପ୍ରଥମ ଅଫିସ୍‌ ଖୋଲିବ

    ସ୍ବଦେଶୀ ସାମଗ୍ରୀ କିଣନ୍ତୁ ଓ ବିଦେଶୀ ସାମଗ୍ରୀ ବିକ୍ରି କରିବାରୁ ବିରତ ରୁହନ୍ତୁ : ପ୍ରଧାନମନ୍ତ୍ରୀ

    ଗମ୍ଭୀର ଅପରାଧର ଅଭିଯୁକ୍ତଙ୍କୁ ଦଳରେ ସାମିଲ କରି ମାମଲାର ସମାଧାନ କରୁଥିବା ମନ୍ତ୍ରୀ/ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦବୀ ଛାଡିବା ଉଚିତ କି?: ଅରବିନ୍ଦ କେଜରିୱାଲ

    ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ମୀରାବାଈ ଚାନୁ

    ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ

    ଓଡ଼ିଶା ହେବ ଇଲେକ୍ଟ୍ରୋନିକ୍ସ ହବ୍‌: ନୂତନ ନୀତି-୨୦୨୫କୁ ଅନୁମୋଦନ