
ଭୁବନେଶ୍ଵର, : ସ୍ଵାଧୀନତା ଦିବସ ଅବସରରେ ୧୦୯୦ ଜଣଙ୍କୁ ମିଳିବ ବୀରତ୍ଵ ପୁରସ୍କାର। ପୁଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ୍ ଡିଫେନ୍ସ ଏବଂ ସୁଧାର ସେବାର ୧୦୯୦ କର୍ମୀଙ୍କୁ ଗ୍ୟାଲେଣ୍ଟ୍ରି ଆୱାର୍ଡରେ ସମ୍ମାନିତ କରାଯିବ। ସେମାନଙ୍କ ମଧ୍ୟରୁ ୨୩୩ ଜଣଙ୍କୁ ବୀରତ୍ଵ ପଦକ , ୯୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକଏବଂ ୭୫୮ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପଦକ ପ୍ରଦାନ କରାଯିବ। ବୀରତ୍ଵ ପୁରସ୍କାର ମଧ୍ୟରୁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଥିବା ୫୪ ଜଣ ଯବାନଙ୍କୁ ସମ୍ମାନିତ କରାଯିବ। ସେହିପରି ଜାମ୍ମୁ କାଶ୍ମୀରର ୧୫୨ ଜଣ ଯବାନ, ଉତ୍ତର-ପୂର୍ବର ୩ ଯବାନ ଏବଂ ଅନ୍ୟ ଅଞ୍ଚଳର ୨୪ ଯବାନଙ୍କୁ ବୀରତ୍ଵପୂର୍ଣ୍ଣ କାର୍ୟ୍ୟ ପାଇଁ ସମ୍ମାନିତ କରାଯିବ। ସେହିପରି ୨୨୬ ପୁଲିସକର୍ମୀ ଏବଂ ୬ ଅଗ୍ନିଶମ ସେବା କର୍ମଚାରୀଙ୍କୁ ସମ୍ମାନିତ କରାଯିବ।
ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ୯୯ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ସେମାନଙ୍କ ମଧ୍ୟରୁ ୮୯ ଜଣ ପୁଲିସ, ଅଗ୍ନିଶମ ବିଭାଗରୁ ୫ ଜଣ , ହୋମଗାର୍ଡରୁ ୩ ଜଣ ଏବଂ ସୁଧାର ସେବାରୁ ୨ ଜଣଙ୍କୁ ସମ୍ମାନିତ କରାଯିବ। ସେହିପରି ପ୍ରଶଂସନୀୟ କାର୍ୟ୍ୟ ପାଇଁ ୭୫୮ ଜଣଙ୍କୁ ସମ୍ମାନିତ କରାଯିବ। ଏମାନଙ୍କ ମଧ୍ୟରୁ ୬୩୫ ଜଣ ପୁଲିସ, ୫୧ ଜଣ ଅଗ୍ନିଶମ, ୪୧ ଜଣ ହୋମଗାର୍ଡ ଏବଂ ସୁଧାର ସେବାର ୩୧ ଜଣଙ୍କୁ ସମ୍ମାନିତ କରାଯିବ।








