ସ୍ୱାଭାବିକଠାରୁ ୨୩୪% ଅଧିକ ବର୍ଷିଛି

ଭୁବନେଶ୍ୱର : ଗତ ୫ ଦିନରେ ନାକେଦମ୍‌ କଲାଣି ବର୍ଷା । ସ୍ୱାଭାବିକଠାରୁ ୨୩୪% ଅଧିକ ବର୍ଷିଛି । କେଉଁଠି ଘରେ ପାଣି ପଶିଲାଣି ତ’ ଆଉ କେଉଁଠି ରାସ୍ତା ଧସେଇ ଦେଲାଣି । ନିର୍ଧୁମ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । ଆଗକୁ ଆହୁରି ଢାଳିବ । ସୋମବାର ପଶ୍ଚିମ ଓଡ଼ିଶାରେ ଅତିପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓ ଉତ୍ତର ଓଡ଼ିଶାରେ ବି ଲଗାଣ ବର୍ଷା ଲାଗି ରହିବ ।
ରବିବାର ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉପରେ ଅବପାତ ସୃଷ୍ଟି ହୋଇଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଉପକୂଳକୁ ଅତିକ୍ରମ କରିବ । ଆସନ୍ତା ୧୨ ଘଣ୍ଟାରେ ଏହି ଅବପାତ ବାଲେଶ୍ୱର ପାଖରେ ଚାନ୍ଦବାଲି ଓ ଦୀଘା ମଝି ଦେଇ ଅତିକ୍ରମ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଆକଳନ କରିଛି । ପୂରା ଜୁଲାଇ ମାସରେ ସ୍ୱାଭାବିକ ଭାବେ ୩୪୧.୪ ମିମି ବର୍ଷା ହେବା କଥା । କିନ୍ତୁ ପ୍ରଥମ ୫ ଦିନରେ ୧୫୫.୨ ମିମି ବର୍ଷା ହୋଇ ସାରିଲାଣି । ଗତ ୫ଦିନରେ ପୂରା ମାସର ପ୍ରାୟ ୪୫% ବର୍ଷା ହୋଇ ସାରିଲାଣି । ଏତିକି ଦିନରେ ସ୍ୱାଭାବିକଠାରୁ ୨୩୪% ଅଧିକ ବର୍ଷି ସାରିଲାଣି । ଏଭଳି ମୂଷଳ ଧାରାରେ ବର୍ଷା ସତ୍ତେ୍ୱ ଚଳିତ ମୌସୁମୀ ଋତୁ(ଜୁନ୍‌ ୧ରୁ ଜୁଲାଇ ୫) ଭିତରେ ୬ ଜିଲ୍ଲାରେ ମୋଟ ବର୍ଷା ପରିମାଣ ନିଅଣ୍ଟିଆ ରହିଛି । ସୁନ୍ଦରଗଡ଼ରେ ୪୧%, ନବରଙ୍ଗପୁରରେ ୩୭%, କଳାହାଣ୍ଡିରେ ୩୪%, ଦେବଗଡ଼ରେ ୩୧%, ଝାରସୁଗୁଡ଼ାରେ ୨୮%, ସମ୍ବଲପୁରରେ ୨୧% ବର୍ଷା ହୋଇଛି ।
ଉଭୟ ଜୁନ୍‌ ଓ ଜୁଲାଇ ମାସରେ ବୌଦ୍ଧ ଓ କନ୍ଧମାଳରେ ଅତ୍ୟଧିକ ବର୍ଷା ହୋଇଛି । ବୌଦ୍ଧରେ ସ୍ୱାଭାବିକଠାରୁ ୯୫% ଅଧିକ ଓ କନ୍ଧମାଳରେ ୭୭% ଅଧିକ ବର୍ଷା ହୋଇଛି । ଢେଙ୍କାନାଳ, କଟକ, ନୟାଗଡ଼, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ବରଗଡ଼, ବଲାଙ୍ଗୀର ଓ କୋରାପୁଟରେ ସ୍ୱାଭାବିକ ତୁଳନାରେ ପ୍ରବଳ ବର୍ଷା ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା ଓ ନୂଆପଡ଼ାରେ ସ୍ୱାଭାବିକ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବାଧିକ ୨୨୪ ମିମି ବର୍ଷା ହୋଇଛି । ଟିଟିଲାଗଡ଼ରେ ୨୦୫ ମିମି, କେନ୍ଦ୍ରାପଡ଼ାରେ ୧୭୬, ବଲାଙ୍ଗୀରରେ ୧୪୦, କଟକରେ ୧୨୪, ଯାଜପୁରରେ ୧୨୦, ଭୁବନେଶ୍ୱରରେ ୧୧୯ ଓ ଚାନ୍ଦବାଲିରେ ୮୧ମିମି ବର୍ଷା ହୋଇଛି । ରାଜ୍ୟର ଅନେକ ସ୍ଥାନରେ ବର୍ଷା ବିତ୍ପାତ ଯୋଗୁ ଅଘଟଣ ଘଟିଛି । ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ୍‌ ପଥର୍ଲା ପଞ୍ଚାୟତ ଲୁହୁରେନପାଲିରେ କାନ୍ଥ ପଡ଼ିଯିବାରୁ ଚାପି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ବରଗଡ଼ ଲୁହୁରାଚଟି-ଲେଖାପଦ ରାସ୍ତାରେ ବାଇକ୍‌ ଭାସି ଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀର ଜିଲ୍ଲାରେ ଥିବା ଲାନ୍ଥ ନଦୀରେ ବନ୍ୟା ପାଣି ମାଡ଼ି ଆସିବାରୁ ୫୦ରୁ ଅଧିକ ଗୋରୁ ଫସି ରହିଥିଲେ । ଏନଡିଆରଏଫ ଟିମ୍‌ ସେମାନଙ୍କ ଉଦ୍ଧାର କାମରେ ନିୟୋଜିତ ହୋଇଥିଲେ ।

ଅଧିକ ପଢ଼ନ୍ତୁ :- Police Encounter: କେନ୍ଦୁଝର ପୁଲିସର ବଡ଼ ଆକ୍ସନ୍‌, ଏନ୍‌କାଉଣ୍ଟରରେ ଅଭିଯୁକ୍ତ ମହମ୍ମଦ ନାଫିସ ଆହତ

ବୌଦ୍ଧ ଜିଲ୍ଲା ସାଲୁଙ୍କି ନଦୀରେ ୨ ମହିଳା ଫସି ରହିଥିଲେ । ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରିଥିଲା । ସେହିଭଳି ଖୋର୍ଦ୍ଧା-ବଲାଙ୍ଗୀର ରେଳ ଟନେଲରେ ପାଣି ଭର୍ତ୍ତି ହୋଇ ଯାଇଥିଲା । ସମ୍ବଲପୁର ଓ ନୂଆପଡ଼ାର ଅନେକ ଅଞ୍ଚଳ ଜଳବନ୍ଦୀ ହେବା ସହ କଚ୍ଚା ଘର ଭାଙ୍ଗିଛି । ବରଗଡ଼ର ପଡ଼ା ଅଞ୍ଚଳ ଜଳମଗ୍ନ ହୋଇଛି ।

  • Related Posts

    ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ପନିର

    କଟକ: ପାର୍ବଣ ଆଗରୁ ପନିରକୁ ନେଇ ଲୋକଙ୍କ ମନରେ ଛନକା। ଖୁଲମ ଖୁଲା ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ପନିର । ପନିରକୁ ନେଇ ଧରପଗଡ ଚାଲିଥିବାବେଳେ ଗତକାଲି ବିପୁଳ ପରିମାଣର ଅପମିଶ୍ରିତ ପନିରକୁ ଧରିଛି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ…

    Continue reading
    ପୋଲିସ-ଅନଲାଇନ ଚାଳକ ମୁହାଁମୁହିଁ ଘଟଣା: ବର୍ତ୍ତମାନ ସୁଦ୍ଧା ୧୧୩ ଗିରଫ

    ମାଷ୍ଟର କ୍ୟାଣ୍ଟିନରେ ପୋଲିସ-ଅନଲାଇନ ଅଟୋ ଓ ଟାକ୍ସି ଚାଳକ ମୁହାଁମୁହିଁ ଘଟଣା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୧୩ ଜଣଙ୍କୁ ଗିରଫ କରାଯାଇଛି। ୬୦ ଜଣଙ୍କୁ ଉତ୍ତମ ବ୍ୟବହାର ଲାଗି ଛାଡ଼ି ଦିଆଯାଇଛି। ୩୫୪ଟି ଯାନବାହନ ଜବତ କରାଯାଇଛି। ଖାରବେଳନଗର ଥାନାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ