ସ୍ୱାମୀଙ୍କ ମୃତ୍ୟୁ ପରେ ଡାକ୍ତରଖାନା ଛାତରୁ ଡେଇଁ ଜୀବନ ହାରିଲେ ସ୍ତ୍ରୀ

ବଲାଙ୍ଗିର: ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଯିବା ପରେ ଡାକ୍ତରଖାନାର ସର୍ଜରୀ ୱାର୍ଡରୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବଲାଙ୍ଗିରର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ।
ମୃତ ମହିଳାଙ୍କ ନାଁ ପଦ୍ମିନୀ ବାଗ। ତାଙ୍କ ଘର ପୁଇଁନ୍ତଳା ଥାନା ଡୁମ୍ବେରବାହଲ ଗାଁରେ। ତାଙ୍କ ସ୍ୱାମୀଙ୍କ ନାଁ ସେବକ ବାଗ।
ଗତକାଲି ରାତି ପ୍ରାୟ ୧୧ଟା ବେଳେ ବଲାଙ୍ଗିର-ସୋନପୁର ରାସ୍ତାର ରଣ୍ଡା ଛକରେ ଏକ ଅଟୋକୁ କୌଣସି ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା। ଏହି ଦୁର୍ଘଟଣାରେ ଡୁମ୍ବେରବାହଲ ଗାଁର ସେବକ ବାଗ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରଯାଇଥିଲା। ଆଜି ଭୋରରେ ସେବକଙ୍କ ମୃତ୍ୟୁ ହୋଇଯାଇଥିଲା।

ସ୍ୱାମୀ ସେବକ ବାଗଙ୍କର ମୃତ୍ୟୁ ହୋଇଯିବା ପରେ ଡାକ୍ତରଖାନାରେ ଥିବା ପଦ୍ମିନୀ ବାଗ ସର୍ଜରୀ ୱାର୍ଡରୁ ତଳକୁ ଡେଇଁ ପଡ଼ିଥିଲେ। ସେ ଗୁରୁତର ଭାବେ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ଉଭୟ ସେବକ ଓ ପଦ୍ମିନୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିଲା।

  • Related Posts

    ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୨୭ରୁ ସମସ୍ତ ସ୍କୁଲ ବନ୍ଦ

    ଭୁବନେଶ୍ୱର: ଆକାଶରୁ ଖସୁଛି ନିଅାଁ ଝୁଲ । ତାତିରେ ସାରା ରାଜ୍ୟ ସିଝୁଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି । ଆସନ୍ତା ଏପ୍ରିଲ ୨୭ର ସମସ୍ତ ସ୍କୁଳ ବନ୍ଦ ରହିବ…

    Continue reading
    ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ହେବ ପୁନର୍ଗଠିତ

    ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡକୁ ପୁନର୍ଗଠିତ କରିଛନ୍ତି। ତେବେ ଏହି ପ୍ରକ୍ରିୟାରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସରକାର ମାତ୍ର ଦୁଇ ଦିନର ବ୍ୟବଧାନରେ ପୂର୍ବ ନିର୍ଦ୍ଦେଶନାମାକୁ ବାତିଲ କରି ନୂତନ ବିଜ୍ଞପ୍ତି ଜାରି କରିଛନ୍ତି। ସାମାଜିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର