ହାତୀ ଆକ୍ରମଣରେ ମହିଳା ମୃତ

ବିଶୋଇ: ଦାନ୍ତକାଠି ସଂଗ୍ରହ କରୁଥିବା ବେଳେ ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଯୋଡ଼ିଆ ପଞ୍ଚାୟତସ୍ଥିତ ଗାରଗାଡି ଗ୍ରାମ ସନ୍ନିକଟ ଜଙ୍ଗଲରେ ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୧ ବର୍ଷ ବୟସର ପୁଅ ଅଳ୍ପକେ ବର୍ତ୍ତି ଯାଇଛି। ମୃତ ମହିଳା ଜଣଙ୍କ ହେଲେ ଗାରଗାଡି ଗ୍ରାମର ବାଟା ନାଏକଙ୍କ ବିବାହିତା ଝିଅ ଚାର୍ମୀ ନାଏକ(୨୭)।ସୂଚନା ଅନୁସାରେ ଚାର୍ମୀ ନାଏକ ଆଜି ସକାଳ ସମୟରେ ଦାନ୍ତକାଠି ଆଣିବା ପାଇଁ ନିଜ ଶିଶୁପୁତ୍ରକୁ ଧରି ଗ୍ରାମ ସନ୍ନିକଟ ଜଙ୍ଗଲକୁ ଯାଇଥିଲେ। ଶିଶୁପୁତ୍ରକୁ ଗୋଟିଏ ସ୍ଥାନରେ ଛାଡ଼ି ଦେଇ ଜଙ୍ଗଲ ଭିତରେ ଦାନ୍ତକାଠି ସଂଗ୍ରହ କରିବାରେ ବ୍ୟସ୍ତ ଥିଲେ। ଏହି ସମୟରେ ଏକ ହାତୀ ସହିତ ମୁହାଁମୁହିଁ ହୋଇଥିଲେ। ଫଳରେ ଉକ୍ତ ହାତୀଟି ଚାର୍ମୀଙ୍କୁ ଦଳି ଚକଟି ଦେଇଥିଲା। ଘଟଣାସ୍ଥଳରେ ହିଁ ଚାର୍ମୀଙ୍କ ମୃତ୍ୟୁ ଘଟିଥିଲା। ମଧ୍ୟାହ୍ନ ସମୟରେ ସ୍ଥାନୀୟ ଲୋକେ ଚାର୍ମୀଙ୍କ ୧ ବର୍ଷ ବୟସର ପୁଅକୁ ଜଙ୍ଗଲ ପାଖରେ ଦେଖି ସନ୍ଦେହ କରିଥିଲେ। ଏହି ସମୟରେ ଶିଶୁପୁତ୍ର କାନ୍ଦୁଥିଲା। ନିଷ୍ପାପ ଶିଶୁ କିଛି କହିପାରୁ ନଥିବାରୁ ସନ୍ଦେହରେ ଲୋକେ ଆଖପାଖରେ ବୁଲି ଘଟଣା ସଂପର୍କରେ ଅଧିକ ଅବଗତ ହୋଇଥିଲେ। ସେମାନେ ଚାର୍ମୀଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ।

  • Related Posts

    ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଜରିଆରେ ସାମାଜିକ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବୈଠକ- ‘ପ୍ରୟାସ’

    ତୃଣମୂଳ ସ୍ତରରେ ସମସ୍ୟାକୁ ଚିହ୍ନଟ କରି ଏହାର ସମାଧାନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ ‘ସୁପୋଷିତ ଓଡ଼ିଶା’, ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି ପାଇଁ ଅଭିଯାନକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର ୮ ଅକ୍ଟୋବର ୨୦୨୬ ଆଜି ଲୋକସେବା…

    Continue reading
    ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ମୃତ

    ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ପ୍ରାଣ ହରାଇଛନ୍ତି । ଆଜି ସକାଳ ୫ ଘଣ୍ଟା ୩୦ ମିନିଟ୍ ସମୟରେ ଅଜଣା ଟ୍ରକ ଧକ୍କା ଦେଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ