ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର: ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ ରୋଷେଇ ତେଲ ଦର ଉପରେ କୌଣସି ନିୟନ୍ତ୍ରଣ ନ ଥିବାବେଳେ ଏବେ ଚିନି ଦରରେ ପ୍ରାୟ ୨୦ ଟଙ୍କା ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି। କିଛିଦିନ ତଳେ ଖୋଲା ବଜାରରେ ଚିନି କେଜି ୪୫ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ୬୫ ଟଙ୍କାରେ ପହଞ୍ଚତ୍ଛି। ଆଗକୁ ଚିନି ଦର ଆହୁରି ବୃଦ୍ଧି ସମ୍ଭାବନା ଥିବାରୁ ଏଥିରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢ଼ିବା ଆଶଙ୍କା ଦେଖାଦେଇଛି।
ଦେଶରେ ପ୍ରତି ମାସରେ ୨୩ ଲକ୍ଷ ଟନ୍‌ ଚିନି ଆବଶ୍ୟକ ହୋଇଥାଏ। ତେବେ ଓଡ଼ିଶା ପାଇଁ ବାର୍ଷିକ ୯ ଲକ୍ଷ ଟନ୍‌, ମାସିକ ୭୫ ହଜାର ଟନ୍‌ ଏବଂ ଦିନକୁ ଅଢ଼େଇ ହଜାର ଟନ୍‌ ଚିନି କାରବାର ହୋଇଥାଏ। ଏଥିପାଇଁ ମୁଖ୍ୟତଃ କର୍ନାଟକ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ ଚିନି ଆସିଥାଏ। ଚିନିର ହୋଲ୍‌ସେଲ୍‌ ଦର ପ୍ରାୟ ଦେଢ଼ ମାସ ତଳେ କୁଇଣ୍ଟାଲ ପିଛା ୪୦୦୦ ଟଙ୍କା ଥିବାବେଳେ ଏବେ ପ୍ରାୟ ୬୦୦୦ ଟଙ୍କାରେ ପହଞ୍ଚତ୍ଛି। ଫଳରେ ଖୁଚୁରା ଦରରେ ବୃଦ୍ଧି ଘଟିଛି। ମାତ୍ର ଏବେ ଚିନିର ଉତ୍ପାଦନ କମୁଥିବାରୁ ଏହି ଆବଶ୍ୟକତା ପୂରଣ ହେବାରେ ସମସ୍ୟା ଦେଖାଦେଉଛି ଏବଂ ଦରବୃଦ୍ଧି ହେବାରେ ଲାଗିଛି। ଏନେଇ ଓଡ଼ିଶା ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡା କହିଛନ୍ତି, ବର୍ତ୍ତମାନ କୁଇଣ୍ଟାଲ ପିଛା ଚିନିର ହୋଲ୍‌ସେଲ୍‌ ଦର ୬୦୦୦ ଟଙ୍କା ଥିବାବେଳେ ଖୁଚୁରା ଦର କେଜି ୬୫ଟଙ୍କା ରହିଛି। ମୁକ୍ତ ବାଣିଜ୍ୟ ଅର୍ଥନୀତିରେ ୨ରୁ ୩ ପ୍ରତିଶତ ଦର ବଢ଼ିବା ଏକ ସାଧାରଣ ଘଟଣା। ମାତ୍ର ଦେଢମାସ ଦୁଇମାସ ମଧ୍ୟରେ ୫୦ ପ୍ରତିଶତ ଦାମ୍‌ ବଢ଼ିବା ନିହାତି ପକ୍ଷେ ଏକ ଅବାସ୍ତବ ଦରବୃଦ୍ଧି। ଚିନିର ଏଭଳି ଅହେତୁକ ଦରବୃଦ୍ଧି ଖାଉଟିଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ବର୍ତ୍ତମାନର ପରିସ୍ଥିତିରେ ଆଗକୁ କ’ଣ ହେବ ତାହାର ଉତ୍ତର କାହା ପାଖରେ ନାହିଁ। ପେଟ୍ରୋଲରେ ମିଶାଯାଉଥିବା ଇଥାନଲ ଆଖୁରୁ ବାହାରିଥାଏ। ତେଣୁ ସିଂହଭାଗ ଆଖୁ ଏବେ ଇଥାନଲ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଉଛି। ଫଳରେ ଚିନି ଉତ୍ପାଦନ ପ୍ରଭାବିତ ହୋଇଛି। ସେହିପରି ଆଗକୁ ପାର୍ବଣ ଋତୁ ଆସୁଛି। ଏବେଠାରୁ ଚିନିର ଅଭାବ ଆଗକୁ ଆହୁରି ମହଙ୍ଗା ହେବ। ଏହାବାଦ୍‌ ବିଭିନ୍ନ କର୍ପୋରେଟ୍‌ ସେକ୍ଟର ଭାରି ମାତ୍ରାରେ ଚିନି ମହଜୁଦ୍‌ କରି ରଖୁଛନ୍ତି। ଆଗକୁ ନିଜ ଇଚ୍ଛାରେ ଦର ବଢ଼ାଇ ସେମାନେ ବିକ୍ରି କରିପାରିବେ। ତେଣୁ ଏହା ମଧ୍ୟ ଦର ବୃଦ୍ଧିର ଆଉ ଏକ କାରଣ। ତେବେ ଏଭଳି ଦରବୃଦ୍ଧି ଆଦୌ ଶୁଭଙ୍କର ନୁହେଁ। ତେଣୁ ସରକାର ଏହା ଉପରେ ଧ୍ୟାନ ଦେବା ସହିତ ଦରବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବା ଆବଶ୍ୟକ ବୋଲି ସୁଧାକର କହିଛନ୍ତି।
ଅନ୍ୟପକ୍ଷରେ ପନିପରିବାର ବଜାର ଦର ମଧ୍ୟ ଚଢ଼ା ରହିଛି। ଜଣେ ସାଧାରଣ ମଧ୍ୟବିତ୍ତ ପରିବାରରେ ଦୈନନ୍ଦିନ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ପିଆଜ, ରସୁଣ, ଅଦାରେ ହାତ ମାରିବାକୁ ଡର ଲାଗୁଛି। ଖୁଚୁରା ବଜାରରେ ପିଆଜ କେଜି ୫୦ ଟଙ୍କା ଓ ଏହାଠାରୁ ଅଧିକ ଟଙ୍କାରେ ବିକ୍ରି ହେଉଥିବାବେଳେ ଅଦା ୨୦୦ ଏବଂ ରସୁଣର ଦାମ୍‌ ୨୫୦ଟଙ୍କା ରହିଛି। ଏଥିସହ ବିଭିନ୍ନ ପ୍ରକାର ଓ ଗୁଣବତ୍ତା ଅନୁସାରେ ବ୍ୟବସାୟୀମାନେ ଉଚ୍ଚା ଦର ନେଉଛନ୍ତି। ସେହିପରି ବନ୍ଧାକୋବି କେଜି ୪୦ଟଙ୍କା, ଗାଜର ୫୦ଟଙ୍କା, କଲିକତି ପୋଟଳ ୫୦ଟଙ୍କା, କଲରା ୫୦ ରୁ ୮୦ ଟଙ୍କା, ବାଇଗଣ କେଜି ୫୦ରୁ ୭୦ ଟଙ୍କାରେ ବିକ୍ରି ହେଉଛି।

  • Related Posts

    ପରଲୋକରେ ପ୍ରଣବ ପଟ୍ଟନାୟକ

    ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ।୮୮ ବର୍ଷ ବୟସରେ ସେ ଆଜି ଆଖି ବୁଜିଛନ୍ତି । ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ତାଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ…

    Continue reading
    ଆଜିଠୁ ସପ୍ତାହେ ଯାଏ ବର୍ଷା

    ଭୁବନେଶ୍ୱର:ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା ପାଗ ସହ ଖରା ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା। ହେଲେ ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ