“ହେଲଦି ଡାଏଟ୍ ଅଭିଯାନ” ର ଶୁଭାରମ୍ଭ : ଆଦିବାସୀ ମହିଳାମାନଙ୍କର ଫିଟ୍ ରହିବାର କାରଣ ହେଉଛି ମାଣ୍ଡିଆ

ଭୁବନେଶ୍ଵର: ଫିଟ୍ ରହିବା ପାଇଁ ସୁସ୍ଥ ଖାଦ୍ୟ ସହ ସୁସ୍ଥ ମନର ଆବଶ୍ୟକତା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି । ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନିସେଫର ମିଳିତ ସହଭାଗିତାରେ ଭୁବନେଶ୍ୱରସ୍ଥିତ ଲେମନଟ୍ରି ପ୍ରିମିଅମରେ “ହେଲଦି ଡାଏଟ୍ ଅଭିଯାନ” ର ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଖାଦ୍ୟାଭ୍ୟାସ ଉପରେ ଚର୍ଚ୍ଚା କରିବା ସହ ଆଦିବାସୀ ମହିଳାମାନଙ୍କର ସୁସ୍ଥ ଶରୀରର କାରଣ ମାଣ୍ଡିଆ ବୋଲି ମତ ପ୍ରକାଶ କରିଥିଲେ । ବଜାରର ଜଙ୍କ ଫୁଡ଼ଠୁ ଦୂରରେ ରହି ଘର ତିଆରି ଖାଦ୍ୟ ସହ ପାରମ୍ପରିକ ଖାଦ୍ୟ ତଥା ମାଣ୍ଡିଆ, ପଖାଳ ଓ ପିଠା ଆଦିକୁ ଆପଣେଇବା ପାଇଁ ସେ ପରାମର୍ଶ ଦେଇଥିଲେ । ବିଶେଷକରି ଗାଁ ର ମହିଳାମାନଙ୍କର ମୋଟାପା ଦୂର କରିବା ଉପରେ ସେ ବିଶେଷ ଫୋକସ ଦେଇଥିଲେ ।
କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ଓଡିଆ ଚଳଚ୍ଚିତ୍ରର ସୁପ୍ରତିଷ୍ଠିତ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ଶ୍ରୀମତୀ ଅର୍ଚ୍ଚିତା ସାହୁ ଓ ଅଭିନେତ୍ରୀ ଅନୁ ଚୌଧୁରୀ, ପୋଷଣ ବିଶେଶଜ୍ଞ ତଥା ୟୁନିସେଫର ବରିଷ୍ଠ ଅଧିକାରୀ ଶ୍ରୀ ସୌରଭ ଭଟ୍ଟାଚାର୍ଯ୍ୟ, ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନିସେଫର ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
ଗାଁ ରେ ଅଙ୍ଗନବାଡି ଓ ସ୍କୁଲ ଯାଉଥିବା ପିଲାମାନଙ୍କର ଚିପ୍ସ ଓ ନୁଡୁଲସ ଖାଇବା ଅଭ୍ୟାସ ପ୍ରତି ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଚିନ୍ତା ପ୍ରକଟ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ମହିଳା ଓ ଶିଶୁମାନଙ୍କର ଖାଦ୍ୟାଭ୍ୟାସକୁ ପରିବର୍ତ୍ତନ କରିବା ପାଇଁ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପୋଷଣ ବିଶେଷଜ୍ଞ ତଥା ୟୁନିସେଫ ଅଧିକାରି ସୌରଭ ଭଟ୍ଟାଚାର୍ଯ୍ୟ ଫିଟ ରହିବା ପାଇଁ ଘର ପ୍ରସ୍ତୁତ ଖାଦ୍ୟ ସହ ପରିବାର ସଦସ୍ୟମାନଙ୍କ ସହ ମିଶି ଖାଦ୍ୟ ଗ୍ରହଣ ଉପରେ ମତ ପ୍ରକାଶ କରିଥିଲେ । ଶିଶୁକୁ ଜନ୍ମର ୬ ମାସ ପର୍ଯ୍ୟନ୍ତ ମା’ କ୍ଷୀର ଦେବା ସହ ଅନ୍ନପ୍ରାଶନ ପରେ ମଧ୍ୟ ପିଲାଙ୍କୁ ତେଲଯୁକ୍ତ ଖାଦ୍ୟରୁ ଦୂରେଇ ରଖିବା ପାଇଁ ସେ ଦୃଢ ମତ ରଖିଥିଲେ । ମୋବାଇଲଠୁ ଦୂରେ ରହି ସ୍କ୍ରିନ ଟାଇମକୁ କମେଇବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ ।
ଏହା ସହ ଅଭିନେତ୍ରୀ ଅନୁ ଚୌଧୁରୀ ନିଜ ଖାଦ୍ୟାଭ୍ୟାସ ବିଷୟରେ ସୂଚନା ଦେବା ସହ କମ୍ ତେଲ ଓ ଘର ରନ୍ଧା ଖାଦ୍ୟ ଖାଇବା ଉପରେ ନିଜର ମତ ରଖିଥିଲେ । ଅନନ୍ତା ସିନେମାର ନାୟକ ସବ୍ୟସାଚୀ ମିଶ୍ର ସିନେମା ପାଇଁ ନିଜ ଓଜନ ବଢେଇବା ପରେ ଉପୁଜିଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ। ବିଶେଷକରି ବଦଭ୍ୟାସ ଗୁଟୁଖା, ମଦ ଓ ସିଗାରେଟରୁ ନିଜକୁ ଦୂରେଇ ରଖିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସ୍ମାର୍ଟ ଖାଦ୍ୟଶୈଳୀ ଉପରେ ଚର୍ଚ୍ଚା କରିଥିଲେ ।
କାର୍ଯ୍ୟକ୍ରମରେ ଅତିଥିମାନେ ସାମାଜିକ ବ୍ୟବହାରିକ ପରିବର୍ତ୍ତନ (social behavior change) ବିଷୟରେ ଏକ ପୋଷ୍ଟର ଉନ୍ମୋଚନ କଲେ । ଏହି ପୋଷ୍ଟର ଦ୍ଵାରା ଅଙ୍ଗନବାଡି ମାଧ୍ୟମରେ ଗାଁ ଗାଁ ରେ ଜନ ସଚେତନତା ସୃଷ୍ଟି କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସ୍ଵାଗତ ଭାଷଣ ରଖିବା ସହ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସ୍ଵୟଂପ୍ରଭା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ