ହୋର୍ମୁଜ ଖୋଲିବାକୁ ଆମେରିକାକୁ ସାହାଯ୍ୟ କରିବ ୟୁଏଇ

ଆବୁଧାବି: ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଆମେରିକା-ଇରାନ ଯୁଦ୍ଧରେ ସିଧାସଳଖ ସାମିଲ ହେବାକୁ ପ୍ରସ୍ତୁତି କରୁଛି । ହୋର୍ମୁଜ ପ୍ରଣାଳୀକୁ ଜବରଦସ୍ତ ଖୋଲିବାକୁ ଏହା ଆମେରିକାକୁ ସହାୟତା କରିବ ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି । ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ରିପୋର୍ଟ ମୁତାବକ, ଜାତିସଂଘ ସୁରକ୍ଷା ପରିଷଦ(ୟୁଏନ୍ଏସ୍ସି)ରେ ଏଥିଲାଗି ଏକ ପ୍ରସ୍ତାବ ଆଣିବାକୁ ୟୁଏଇ ଉଦ୍ୟମ କରୁଛି । ସେହି ପ୍ରସ୍ତାବରେ ହୋର୍ମୁଜ ପ୍ରଣାଳୀକୁ ଜବରଦସ୍ତ ଖୋଲିବା ଲାଗି ସମସ୍ତ ଉପାୟର ବ୍ୟବହାର କରିବାକୁ ଅନୁମତି ମଗାଯିବ । ସେଥିରେ ହୋର୍ମୁଜ ସୁରକ୍ଷା ଫୋର୍ସ ବନାଯିବା ନେଇ ମଧ୍ୟ ଗୁରୁତ୍ୱାରୋପ କରାଯିବ ଯାହାକି ଏହି ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗରେ ଜାହାଜଗୁଡି଼କୁ ସୁରକ୍ଷା ଦେବ ।
ଅନ୍ୟପଟେ ଆମେରିକା, ୟୁରୋପ ଏବଂ ଏସିଆକୁ ଏକ ମେଣ୍ଟ ବନାଇ ହୋର୍ମୁଜର ସୁରକ୍ଷା କରିବାକୁ ୟୁଏଇ ଆହ୍ୱାନ କରୁଛି । ଏପରିସ୍ଥଳରେ ଯଦି ୟୁଏନ୍ଏସସିରେ ପ୍ରସ୍ତାବକୁ ମଞ୍ଜୁରି ମିଳିଯିବ ତେବେ ବର୍ତ୍ତମାନ କୁନ୍ଥକୁନ୍ଥ ହେଉଥିବା ଏସୀୟ ଏବଂ ୟୁରୋପୀୟ ଦେଶ ମଧ୍ୟ ହୋର୍ମୁଜ ଖୋଲିବାକୁ ସାହାଯ୍ୟ କରିବାକୁ ଆଗେଇ ଆସିପାରନ୍ତି ବୋଲି ଦେଶ ଭାବୁଛି । ତେବେ ଜାତିସଂଘରେ ରୁଷ୍ ଏବଂ ଚୀନ୍ ଏହି ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିପାରନ୍ତି । ଯଦି ଏହି ପ୍ରସ୍ତାବ ଜାତିସଂଘରେ ପାସ୍ ନ ହୁଏ ତଥାପି ବି ୟୁଏଇ ଇରାନ ବିରୋଧରେ ଆମେରିକାର ସାମରିକ ଅଭିଯାନକୁ ସମର୍ଥନ ଦେବାକୁ ପ୍ରସ୍ତୁତ ଅଛି । ଏହା ଆମେରିକାକୁ ଅବୁ ମୁସା ଦ୍ୱୀପ କବ୍ଜା କରିବାକୁ ପରାମର୍ଶ ବି ଦେଇଛି । ସେହି ଦ୍ୱୀପ ଦୀର୍ଘ ୫ ଦଶନ୍ଧି ହେଲା ଇରାନର ଦଖଲରେ ଥିବାବେଳେ ୟୁଏଇ ତାକୁ ନିଜର ବୋଲି ଦର୍ଶାଇ ଆସୁଛି ।
ସୂଚନା ଥାଉକି, ହୋର୍ମୁଜ ପ୍ରଣାଳୀ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ । ଏହି ଜଳମାର୍ଗ ଦେଇ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ଅଶୋଧିତ ତେଲ ପରିବହନ ହୋଇଥାଏ । ଇରାନ ଏହାକୁ ବନ୍ଦ କରି ରଖିବା ଯୋଗୁ ବୈଶ୍ୱିକ ଅର୍ଥବ୍ୟବସ୍ଥା ପ୍ରଭାବିତ ହେଉଛି । ୟୁଏଇ ବି ଏଥିଯୋଗୁ ଗୁରୁତର କ୍ଷତିଗ୍ରସ୍ତ ହେଉଛି । କେବଳ ସେତିକି ନୁହେଁ, ଆମେରିକାଇସ୍ରାଏଲର ଆକ୍ରମଣ ପରେ ଜବାବୀ ଆକ୍ରମଣ ସ୍ୱରୂପ ଇରାନ ୟୁଏଇରେ ମିସାଇଲ ଏବଂ ଡ୍ରୋନ୍ ଆକ୍ରମଣକୁ ଜୋରଦାର କରିଛି । ଅଦ୍ୟାବଧି ଦେଶ ଉପରେ ୨୫୦୦ରୁ ଅଧିକ ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ କରାଯାଇଛି । ସେଥିଯୋଗୁ ବିମାନବନ୍ଦର, ଆବାସିକ କୋଠା ଏବଂ ତୈଳ ସୁବିଧା କ୍ଷତିଗ୍ରସ୍ତ ହୋଇଛି । ଏହି କାରଣରୁ କ୍ଷୁବ୍ଧ ହୋଇ ୟୁଏଇ ଇରାନ ଯୁଦ୍ଧରେ ସାମିଲ ହେବାକୁ ବିଚାର କରୁଛି।

  • Related Posts

    ଝାଡ଼ଖଣ୍ଡରେ ଜିଦରେ ଅଟଳ ଛାତ୍ରଛାତ୍ରୀ, ଆଜି ବିଧାନସଭା ଘେରାଉ

    ରାଞ୍ଚି (ଝାଡ଼ଖଣ୍ଡ): JPSC ଏବଂ JSSC ପରୀକ୍ଷାରେ ଅନିୟମିତତା ବିରୋଧରେ ଦୀର୍ଘ 17 ଦିନ ଧରି ଝାଡ଼ଖଣ୍ଡରେ ଛାତ୍ର ଅନ୍ଦୋଳନ ଚାଲିଛି । ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ସରକାର ଓ ଛାତ୍ରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିନାହିଁ । ଛାତ୍ରଛାତ୍ରୀମାନଙ୍କ…

    Continue reading
    ହେମନ୍ତ ସୋରେନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି

    ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଛାତ୍ରମାନେ ବର୍ତ୍ତମାନ ବିଶାଳ ପ୍ରତିବାଦ କରୁଛନ୍ତି, ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ବିରୋଧ କରି ଅନେକ ଲୋକ ଅନଶନ କରୁଛନ୍ତି। ଏହି ଆନ୍ଦୋଳନ ଅନେକ ଦିନ ଧରି ଚାଲିଛି, ଏବଂ ସରକାର ଛାତ୍ରମାନଙ୍କ ସହିତ ଆଲୋଚନା କରିବାକୁ ଚେଷ୍ଟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ