ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ

ନୂଆଦିଲ୍ଲୀ:ହ୍ୱାଇଟ୍ ହାଉସ୍ ସମ୍ମୁଖ ପାର୍କ ନିକଟରେ ଗୁଳିକାଣ୍ଡ ହୋଇଛି। ଏହି ଘଟଣା ପରେ ଆମେରିକୀୟ ଗୁପ୍ତ ସେବାକୁ ଅଧିକ ସତର୍କତା ଜାରି କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଥିବା ସମୟରେ ଏପରି କାଣ୍ଡ ଘଟିଥିବା ସୂଚନା ରହିଛି।ଆମେରିକୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ହ୍ୱାଇଟ୍ ହାଉସ୍ ର ଉତ୍ତରରେ ଥିବା ଲାଫାଏଟ୍ ପାର୍କ ନିକଟରେ ଗୁଳିକାଣ୍ଡ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇଥିବା ରିପୋର୍ଟ ହୋଇନାହିଁ। ଗୁଳିକାଣ୍ଡ କରିଥିବା ବ୍ୟକ୍ତିଙ୍କର ଏପର୍ୟ୍ୟନ୍ତ କୌଣସି ପଟ୍ଟା ମିଳିନାହିଁ। ମେଟ୍ରୋପଲିଟାନ୍ ପୁଲିସ ଏବଂ ୟୁ.ଏସ୍. ପାର୍କ ପୁଲିସ ସହିତ ସମନ୍ୱୟ ରଖି ଗୁପ୍ତ ସେବା ଆରମ୍ଭ କରିଛି। ହ୍ୱାଇଟ୍ ହାଉସ୍‌ରେ କାର୍ୟ୍ୟ ସ୍ୱାଭାବିକ ରହିଥିବା ବେଳେ, ଏକ ଉଚ୍ଚ ସୁରକ୍ଷା ସ୍ଥିତିରେ ହ୍ୱାଇଟ୍ ହାଉସ୍‌ ଅଛି। ଗୁପ୍ତ ସେବା ଏହି ଘଟଣାରେ ଜଡିତ କୌଣସି ଯାନ କିମ୍ବା ଆଗ୍ରହୀ ବ୍ୟକ୍ତିଙ୍କ ନାମ ପ୍ରକାଶ କରିନାହିଁ। ଗୁଳିକାଣ୍ଡ ପଛର କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ। ମଧ୍ୟରାତ୍ରି ପରେ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ରହିଛି।
ନବୀକରଣ କାର୍ୟ୍ୟ ଯୋଗୁଁ ଲାଫାଏଟ୍ ପାର୍କ ସପ୍ତାହ ଧରି ଘେରାବନ୍ଦୀ ହୋଇ ରହିଛି। ଯାହାର ସୁଯୋଗ ନେଇ ଅଭିଯୁକ୍ତ ଏପରି କାଣ୍ଡ କରିଥିବା କୁହ ଯାଉଛି। ଟ୍ରମ୍ପ ଏହି ସମୟରେ ହ୍ୱାଇଟ୍ ହାଉସ୍‌ରେ ଥିଲେ।

  • Related Posts

    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

    ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି।…

    Continue reading
    ୪୫ ଦିନିଆ ଅସ୍ତ୍ରବିରତି ନେଇ ଇରାନ-ଆମେରିକା ମଧ୍ୟରେ ଆଲୋଚନା ଜାରି

    ୱାସିଂଟନ/ତେହେରାନ: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ସୋମବାର ଏକ ବିବୃତି ଜାରି କରି ଚେତାବନୀ ଦେଇଛି ଯେ, ଯଦି ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡ଼ିକ ବେସାମରିକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରନ୍ତି ତେବେ ଆମେ ଅଧିକ ଭୟଙ୍କର ଭାବେ ଜବାବ ଦେବୁ। ଏହି ଚେତାବନୀ ଏପରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ