ୟୁଏସ୍‌‌ ଓପନ ଗ୍ରାଣ୍ଡସ୍ଲାମ୍‌‌ ଟେନିସ : ଆଜି ଆଲ୍‌କାରାଜ-ସିନର ଫାଇନାଲ

ନ୍ୟୁୟର୍କ : ୟୁଏସ୍‌‌ ଓପନ ଗ୍ରାଣ୍ଡସ୍ଲାମ୍‌‌ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍‌ସ ଫାଇନାଲରେ ଟପ୍‌ ସିଡ୍‌ ୟାନିକ ସିନର ଓ ୨ୟ ସିଡ୍‌ କାର୍ଲୋସ୍ ଆଲ୍‌କାରାଜଙ୍କ ମଧ୍ୟରେ ମୁକାବିଲା ହେବ। ଏହି ବହୁ ପ୍ରତୀକ୍ଷିତ ଫାଇନାଲ ରବିବାର ରାତିରେ ଖେଳାଯିବ। ଶୁକ୍ରବାର ଉଭୟ ସେମିଫାଇନାଲରେ ସିନର ଓ ଆଲ୍‌କାରାଜ ବିଜୟୀ ହୋଇଛନ୍ତି। ଗତଥରର ଚମ୍ପିଆନ୍ ଇଟାଲୀର ସିନର ୬-୧, ୩-୬, ୬-୩, ୬-୪ ସେଟ୍‌ରେ କାନାଡାର ଫେଲିକ୍ସ ଔଜେର-ଆଲିଆସିମ୍‌ଙ୍କୁ ପରାସ୍ତ କରିଛନ୍ତି। ଅନ୍ୟ ସେମିରେ ୨ୟ ସିଡ୍‌ ସ୍ପେନ୍‌ର କାର୍ଲୋସ୍ ଆଲ୍‌କାରାଜ ଓ ୭ମ ସିଡ୍‌ ସର୍ବିୟାର ନୋଭାକ୍ ଜୋକୋଭିକ୍‌ଙ୍କୁ ୬-୪, ୭-୬, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ଫାଇନାଲ ମ୍ୟାଚ୍‌ ଜିତି ଚଳିତବର୍ଷ ଫ୍ରେଞ୍ଚ୍‌ ଓପନ୍‌ ଓ ୱିମ୍ବଲଡନ ଜିତିଥିବା ସିନର ବର୍ଷର ୩ୟ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିବାକୁ ପ୍ରୟାସ କରିବେ। ୨୪ ବର୍ଷ ୨୦ ଦିନ ବୟସରେ ସିନର ଗୋଟିଏ ବର୍ଷ ଗ୍ରାଣ୍ଡସ୍ଲାମ୍‌ରେ ୨୬ଟି ମ୍ୟାଚ୍‌ ଜିତିବାର କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ପୁଣି ପେସାଦାର ଟେନିସ୍ ଯୁଗରେ ମାତ୍ର ୪ର୍ଥ ଖେଳାଳି ଭାବେ ୟାନିକ୍‌ ସିନର ଗୋଟିଏ ବର୍ଷ ୪ଟିଯାକ ଗ୍ରାଣ୍ଡସ୍ଲାମ୍‌ର ଫାଇନାଲରେ ପହଞ୍ଚିଛନ୍ତି। ପୂର୍ବରୁ ରଡ୍‌ ଲେଭର, ରଜର ଫେଡେରର ଓ ନୋଭାକ୍ ଜୋକୋଭିକ୍‌ ଏହି କୃତିତ୍ବ ହାସଲ କରିଛନ୍ତି। ଭଲ ଫର୍ମରେ ଥିବା ଆଲିଆସିମ୍‌ ପୂର୍ବରୁ ଆଲେକ୍‌ଜାଣ୍ଡର ଜେରେଭ୍‌ ଓ ଆନ୍ଦ୍ରେଇ ରୁବ୍‌ଲେଭଙ୍କୁ ପରାସ୍ତ କରିଥିଲେ ହେଁ ସିନରଙ୍କ ଚମତ୍କାର ଖେଳ ଆଗ​‌େ​ର ତିଷ୍ଠି ପାରିନଥିଲେ। ସିନର ଜୀବନର ୫ମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିବାର ପ୍ରୟାସ କରିବେ। ଚଳିତବର୍ଷ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲରେ କଡ଼ା ମୁକାବିଲା ପରେ ଆଲ୍‌କାରାଜଙ୍କଠାରୁ ପରାସ୍ତ ହୋଇଥିବା ସିନର ୱିମ୍ବଲଡନ ଫାଇନାଲରେ ଆଲ୍‌କାରାଜଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲରେ ୨୨ ବର୍ଷ ବୟସ୍କ ସ୍ପେନ୍‌ର କାର୍ଲୋସ ଆଲ୍‌କାରାଜ ତାଙ୍କଠାରୁ ୧୬ ବର୍ଷ ବଡ଼ ନୋଭାକ୍‌ ଜୋକୋଭିକ୍‌ଙ୍କୁ ପରାସ୍ତ କରିଛନ୍ତି। ଫଳରେ ବିଶ୍ବ ରେକର୍ଡ ୨୪ଟି ଗ୍ରାଣ୍ଡସ୍ଲାମ୍ ଜିତିଥିବା ଜୋକୋଭିକ୍‌ ଟାଇଟଲ ସଂଖ୍ୟାକୁ ୨୫ରୁ ବୃଦ୍ଧି କରିବାରୁ ବଞ୍ଚିତ ହୋଇଛନ୍ତି। ଆଲ୍‌କାରାଜ ୨୦୨୨ ୟୁଏସ୍‌ ଓପନ୍‌ ସହ ୫ଟି ଗ୍ରାଣ୍ଡସ୍ଲାମ୍ ଜିତିଛନ୍ତି। ୨୦୨୩ ୟୁଏସ୍‌ ଓପନ୍‌ ଜୋକୋଭିକ୍‌ଙ୍କ ଅନ୍ତିମ ତଥା ୨୪ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଥିଲା।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ