ନୂଆଦିଲ୍ଲୀ,04।09: ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଶାନ୍ତି ପାଇଁ ପ୍ରୟାସ ତୀବ୍ର ହୋଇଛି ଏବଂ ଏଥିରେ ଭାରତର ଭୂମିକାକୁ ବିଶେଷ ଗୁରୁତ୍ବ ଦିଆଯାଉଛି। ପ୍ରଥମେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଥିଲେ। ଏହା ପରେ, ଜର୍ମାନୀର ବୈଦେଶିକ ମନ୍ତ୍ରୀ ଭାରତ ଆସିଥିଲେ ଏବଂ ଏବେ ୟୁରୋପୀୟ ୟୁନିଅନ (ଇୟୁ) କମିସନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛନ୍ତି। ୟୁରୋପୀୟ ୟୁନିଅନ ଚାହେଁ ଯେ ଭାରତ ଏହି ସଙ୍କଟର ସମାଧାନରେ ସକ୍ରିୟ ଭୂମିକା ଗ୍ରହଣ କରୁ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସକି ମଧ୍ୟ ପୂର୍ବରୁ ଅନେକ ଥର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଛନ୍ତି। ଶେଷଥର ପାଇଁ ମୋଦୀଙ୍କ ଚୀନ ଗସ୍ତ ପୂର୍ବରୁ ଜେଲେନସ୍କି ଫୋନ କରି ଆଲୋଚନା କରିଥିଲେ । ୟୁରୋପୀୟ ୟୁନିଅନ ମୁଖ୍ୟ ଉର୍ସୁଲା ଭନ୍ ଡେର୍ ଲେଏନ୍ ‘ଏକ୍ସ’ ରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେବାର ସୌଭାଗ୍ୟ ପାଇଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକିଙ୍କ ସହ ଭାରତର ସମ୍ପର୍କ ସ୍ୱାଗତଯୋଗ୍ୟ। ରୁଷ ଏହାର ଯୁଦ୍ଧକୁ ଶେଷ କରିବା ଉଚିତ ଏବଂ ଶାନ୍ତି ପାଇଁ ପଥ ଖୋଲିବା ଉଚିତ। ଏଥିରେ ଭାରତର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ଯୁଦ୍ଧ କେବଳ ୟୁରୋପ ନୁହେଁ ବରଂ ସମଗ୍ର ବିଶ୍ୱର ସୁରକ୍ଷା ଏବଂ ଆର୍ଥିକ ସ୍ଥିରତାକୁ ଦୁର୍ବଳ କରୁଛି। ଏହି କାରଣରୁ ଭାରତ ଭଳି ପ୍ରଭାବଶାଳୀ ଦେଶର ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ।
ନୂଆ ଜିଏସଟି ସ୍ଲାବ୍ ଦ୍ୱାରା ଓଡ଼ିଶା ଭଳି ରାଜ୍ୟରେ ଆର୍ଥିକ ଆତ୍ମବିଶ୍ୱାସ ବଢିବ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୦୪ – ଜିଏସଟି ପରିଷଦ ବୈଠକରେ ହୋଇଥିବା ଐତିହାସିକ ନିଷ୍ପତି ଦ୍ୱାରା ସାଧାରଣ ବର୍ଗର ଲୋକମାନଙ୍କର ଆକାଂକ୍ଷା ପୂରା ହେବ ଏବଂ ସମାଜରେ ଆର୍ଥିକ ଆତ୍ମବିଶ୍ୱାସ ବଢିବ ବୋଲି ଆଜି ନୂଆଦିଲ୍ଲୀ ଠାରେ ଏ ସମ୍ପର୍କରେ ଏକ ସାମ୍ବାଦିକ…