
ଭୁବନେଶ୍ବର: ରାଜ୍ୟ ସରକାର ସିଆରପି, ବ୍ୟାଙ୍କମିତ୍ର, ଏମ୍ବିକେ ଓ ପ୍ରାଣୀମିତ୍ରଙ୍କୁ ପାଇଁ ବଡ଼ ଖବର ଦେଇଛନ୍ତି। ମୋହନ ସରକାର ଏମାନଙ୍କୁ ବକେୟା ପାଉଣା ଦେବେ। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ୧୦ମାସର ବକେୟା ପାଇବେ। ଏହା ଦ୍ବାରା ରାଜ୍ୟର ୬୨ ହଜାରରୁ ଊର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ।
ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲରୁ, ବ୍ୟାଙ୍କମିତ୍ର, ଏମ୍ବିକେ ଓ ପ୍ରାଣୀମିତ୍ରଙ୍କ ପାରିଶ୍ରମିକ ବାକି ରହିଛି। ମୋହନ ସରକାର , ବ୍ୟାଙ୍କମିତ୍ର, ଏମ୍ବିକେ ଓ ପ୍ରାଣୀମିତ୍ରଙ୍କୁ ବକେୟା ଦରମା ଦୋବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କରିଛନ୍ତି।
ରାଜ୍ୟରେ ପ୍ରାୟ ୬୨ ହଜାରରୁ ଊର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ କାର୍ଯ୍ୟରତ ଅଛନ୍ତି। ଏମାନେ ସମାଜର ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଉଛନ୍ତି। ଓଡ଼ିଶାରେ ଗତବର୍ଷ ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହି ଦିନଠାରୁ ସିଆରପି, ବ୍ୟାଙ୍କମିତ୍ର, ଏମ୍ବିକେ ଓ ପ୍ରାଣୀମିତ୍ରଙ୍କ ପାରିଶ୍ରମିକ ଅଟକି ଯାଇଥିଲା। ଜୁନ୍ ପ୍ରଥମ ସପ୍ତାହରେ ସାଧାରଣ ନିର୍ବାଚନ ଫଳ ଆସିଲା। ରାଜ୍ୟରେ ସରକାର ବଦଳିଯିବା ପରେ ସିଆରପି, ବ୍ୟାଙ୍କମିତ୍ର, ଏମ୍ବିକେ ଓ ପ୍ରାଣୀମିତ୍ରମାନେ ସଂକଟରେ ପଡ଼ିଯାଇଥିଲେ।



