ହରଣ, ଫେଡ଼ାଣ କରି ପାରୁ ନାହାନ୍ତି ଅଷ୍ଟମ ଶ୍ରେଣୀ ପିଲା

ଭୁବନେଶ୍ବର: ବିଧାନସଭାର ବଜେଟ୍‌ ଅଧିବେଶନର ଦ୍ବିତୀୟ ଦିନରେ ଶୁକ୍ରବାର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ରାଜ୍ୟରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ଗଣିତ ଜ୍ଞାନ କେତେ ରହିଛି, ସେନେଇ ଜାଣିବାକୁ ଚାହିଁଛନ୍ତି। ଅସର ରିପୋର୍ଟ ଅନୁଯାୟୀ ରାଜ୍ୟରେ ଅଷ୍ଟମ ଶ୍ରେଣୀ ପିଲା ଠିକ୍‌ ଭାବରେ ହରଣ ଗୁଣନ, ଫେଡ଼ାଣ କରି ପାରୁ ନାହାନ୍ତି। ଏଥିପାଇଁ ଶିକ୍ଷା ବ୍ୟବସ୍ଥା ଦିଗରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ କଣ ପଦକ୍ଷେପ ନେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ପ୍ରଶ୍ନ କରିଛନ୍ତି।

୨୦୧୪ରେ ୬୩.୪ ପ୍ରତିଶତ ପିଲା ଫେଡ଼ାଣ ଜାଣି ନଥିବା ବେଳେ ୨୦୨୪ରେ ୬୯.୫ ପ୍ରତିଶତ ପିଲା ଫେଡାଣ ଜାଣି ନଥିବା ରିପୋର୍ଟ ଆସିଛି। ସେହିପରି ୨୦୧୪ରେ ୩୭.୯ ପ୍ରତିଶତ ପିଲା ହରଣ ଜାଣି ନଥିବା ବେଳେ ୨୦୨୪ରେ ତାହା ବଢ଼ିକି ୪୫.୮ ପ୍ରତିଶତରେ ପହଁଚିଛି। ବିଧାୟକ ଚକ୍ରମଣି କହଁର ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଲିଖିତ ଉତ୍ତର ରଖିଛନ୍ତି।

ଅଷ୍ଟମ ଶ୍ରେଣୀ ପିଲା ଯେଉଁମାନେ ଫେଡ଼ାଣ କରି ପାରୁଛନ୍ତି ସେମାନଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି। ଅଷ୍ଟମ ଶ୍ରେଣୀ ପିଲା ଯେଉଁମାନେ ହରଣ କରି ପାରୁଛନ୍ତି ସେମାନଙ୍କ ସଂଖ୍ୟାରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି । ଅନୁରୂପ ଭାବରେ ଯେଉଁମାନେ ଶିକ୍ଷଣ ଅଭିବୃଦ୍ଧି ପାଇଁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଓଡ଼ିଆ, ଇଂରାଜୀ ଓ ଗଣିତ ବିଷୟରେ କାର୍ଯ୍ୟ ପୁସ୍ତିକା ଯୋଗାଇ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷଣ ସାମଗ୍ରୀ ଯୋଗାଇ ଦେବାକୁ ପ୍ରସ୍ତାବ ରହିଛି ଓ ଶିକ୍ଷା ଯୋଜନା ଅନ୍ତର୍ଗତ ବାର୍ଷିକ ୱାର୍କ ପ୍ଲାନ୍‌ ଓ ବଜେଟ୍‌ ୨୦୨୫-୨୬ରେ ଉପସ୍ଥାପାନ କରାଯାଇଛି। ବର୍ତ୍ତମାନ ୧୨୪୮୪ଟି ପ୍ରଧାନ ଶିକ୍ଷକ ପଦବି ଖାଲି ପଡ଼ିଛି।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ