୧୦ମାସର ବକେୟା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍

ଭୁବନେଶ୍ବର: ରାଜ୍ୟ ସରକାର ସିଆରପି, ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରଙ୍କୁ ପାଇଁ ବଡ଼ ଖବର ଦେଇଛନ୍ତି। ମୋହନ ସରକାର ଏମାନଙ୍କୁ ବକେୟା ପାଉଣା ଦେବେ। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ୧୦ମାସର ବକେୟା ପାଇବେ। ଏହା ଦ୍ବାରା ରାଜ୍ୟର ୬୨ ହଜାରରୁ ଊର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ।

ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲରୁ, ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରଙ୍କ ପାରିଶ୍ରମିକ ବାକି ରହିଛି। ମୋହନ ସରକାର , ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରଙ୍କୁ ବକେୟା ଦରମା ଦୋବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କରିଛନ୍ତି।

ରାଜ୍ୟରେ ପ୍ରାୟ ୬୨ ହଜାରରୁ ଊର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ କାର୍ଯ୍ୟରତ ଅଛନ୍ତି। ଏମାନେ ସମାଜର ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଉଛନ୍ତି। ଓଡ଼ିଶାରେ ଗତବର୍ଷ ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହି ଦିନଠାରୁ ସିଆରପି, ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରଙ୍କ ପାରିଶ୍ରମିକ ଅଟକି ଯାଇଥିଲା। ଜୁନ୍‌ ପ୍ରଥମ ସପ୍ତାହରେ ସାଧାରଣ ନିର୍ବାଚନ ଫଳ ଆସିଲା। ରାଜ୍ୟରେ ସରକାର ବଦଳିଯିବା ପରେ ସିଆରପି, ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରମାନେ ସଂକଟରେ ପଡ଼ିଯାଇଥିଲେ।

  • Related Posts

    ରାଷ୍ଟ୍ରପତି ଭବନକୁ ଯିବ ୩ ରଥର ତିନି ଚକ

    ପୁରୀ : ରାଷ୍ଟ୍ରପତି ଭବନକୁ ଯିବ ଶ୍ରୀଜିଉଙ୍କ ରଥଯାତ୍ରାର ୩ ରଥର ଗୋଟାଏ ଲେଖାଏଁ ଚକ । ଏହି ଚକଗୁଡ଼ିକ ରାଷ୍ଟ୍ରପତି ଭବନରେ ଶୋଭା ପାଇବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।…

    Continue reading
    ଆଜି ଦିଲ୍ଲୀ ଫେରିଯିବେ

    ଭୁବନେଶ୍ବର: ବ୍ରହ୍ମପୁରରୁ ଆସି ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବ୍ରହ୍ମପୁରରୁ ସ୍ୱତନ୍ତ୍ର ଟ୍ରେନ୍ ରେ ଭୁବନେଶ୍ୱର ଫେରିଛନ୍ତି ରାଷ୍ଟ୍ରପତି। ବ୍ରହ୍ମପୁରରୁ ସ୍ବତନ୍ତ୍ର ଟ୍ରେନରେ ଭୁବନେଶ୍ବର ଫେରିବା ପରେ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ୩ ଦିନିଆ ଓଡ଼ିଶା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ