୧୦ ରାଜ୍ୟରେ ୨୪ଟି ରାଜ୍ୟସଭା ଆସନରେ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ; ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ନିର୍ବାଚନ କମିଶନ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ୧୦ଟି ରାଜ୍ୟର ୨୪ଟି ଆସନ ପାଇଁ ଭୋଟ୍ ୧୮ ଜୁନରେ ଅନୁଷ୍ଠିତ ହେବ । ୮ ଜୁନ୍ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯାଇପାରିବ ଏବଂ ୯ ଜୁନରେ ଯାଞ୍ଚ ଆରମ୍ଭ ହେବ । ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ । ଜୁନ୍ ୧୮ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ । ସନ୍ଧ୍ୟାରେ ଭୋଟ୍ ଗଣନା କରାଯିବ । ଜୁନ୍ ୨୦ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ହେବ ।

ଜୁନ୍-ଜୁଲାଇ ୨୦୨୬ରେ ଅବସର ନେଉଥିବା ୨୪ ରାଜ୍ୟସଭା ସଦସ୍ୟଙ୍କ ଆସନ ପୂରଣ ପାଇଁ ଭାରତର ନିର୍ବାଚନ କମିଶନ ଦ୍ୱିବାର୍ଷିକ ନିର୍ବାଚନ ଘୋଷଣା କରିଛନ୍ତି । ୧୦ଟି ରାଜ୍ୟରୁ ନିର୍ବାଚିତ ୨୪ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଜୁନ୍-ଜୁଲାଇ ୨୦୨୬ରେ ଶେଷ ହେବାକୁ ଯାଉଛି। ନିର୍ବାଚନ କମିଶନଙ୍କ ଅନୁଯାୟୀ, ୧୦ ଟି ରାଜ୍ୟରେ ଏହି ଆସନ ପାଇଁ ଭୋଟ୍ ୧୮ ଜୁନ୍, ୨୦୨୬ରେ ଭୋଟ ହେବ । ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକରେ ୪ଟି ଲେଖାଏଁ ଆସନ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ୩ଟି ଆସନ, ଝାଡ଼ଖଣ୍ଡର ଦୁଇଟି ଆସନ ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ଗୋଟିଏ ଲେଖାଏଁ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

୨ଟି ଆସନରେ ଉପନିର୍ବାଚନ ହେବ- ନିର୍ବାଚନ କମିଶନ ମହାରାଷ୍ଟ୍ର ଏବଂ ତାମିଲନାଡୁର ଦୁଇଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଇସିଆଇ ଘୋଷଣା କରିଛି ଯେ, ମହାରାଷ୍ଟ୍ର ଏବଂ ତାମିଲନାଡୁର ୨ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଜୁନ୍ ୧୯ ତାରିଖରେ ଭୋଟ ଗ୍ରହଣ ହେବ । ଜୁନ୍ ୨ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁନ୍ ୯ରେ ନାମାଙ୍କନର ଶେଷ ତାରିଖ । ଜୁନ୍ ୧୦ରେ ନାମାଙ୍କନ ଯାଞ୍ଚ ହେବ । ଜୁନ୍ ୧୨ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ଏବଂ AIADMK ନେତା ସି ଭି ସାନମୁୁଗୁନ ଇସ୍ତଫା ଦେବା ପରେ ୨ଟି ଆସନ ଖାଲି ପଡିଛି । ​​​​​​​
କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଏନ୍ ଏବଂ ରଭନୀତି ସିଂହ ବିଟ୍ଟୁଙ୍କ ସମେତ ୧୧ ଜଣ ବିଜେପି ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡଗେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଏବଂ ମଧ୍ୟପ୍ରଦେଶର ତତ୍କକାଳୀନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି । ଫଳସ୍ୱରୁପ କର୍ଣ୍ଣାଟକ, ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶରେ ୪ଟି ଲେଖାଏଁ ଆସଲ ଖାଲି ହେବାକୁ ଯାଉଛି । ଝାଡ଼ଖଣ୍ଡ, ତାମିଲନାଡୁ ଏବଂ ମହାରାଷ୍ଟ୍ର ଗୋଟିଏ ଆସନରେ ଉପନିର୍ବାଚନ ହୋଇପାରେ । ଅବସର ନେଉଥିବା ୧୧ ଜଣ ସାଂସଦଙ୍କ ମଧ୍ୟରୁ ୧୧ ଜଣ ବିଜେପି ଏବଂ ୪ ଜଣ କଂଗ୍ରେସରୁ ଅଛନ୍ତି ।

  • Related Posts

    ଝାଡ଼ଖଣ୍ଡରେ ଜିଦରେ ଅଟଳ ଛାତ୍ରଛାତ୍ରୀ, ଆଜି ବିଧାନସଭା ଘେରାଉ

    ରାଞ୍ଚି (ଝାଡ଼ଖଣ୍ଡ): JPSC ଏବଂ JSSC ପରୀକ୍ଷାରେ ଅନିୟମିତତା ବିରୋଧରେ ଦୀର୍ଘ 17 ଦିନ ଧରି ଝାଡ଼ଖଣ୍ଡରେ ଛାତ୍ର ଅନ୍ଦୋଳନ ଚାଲିଛି । ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ସରକାର ଓ ଛାତ୍ରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିନାହିଁ । ଛାତ୍ରଛାତ୍ରୀମାନଙ୍କ…

    Continue reading
    ୧୬୯ ଜନଜାତି ଗୋଷ୍ଠୀକୁ ST ମାନ୍ୟତା ଦାବି ଦୋହରାଇଲେ ନବୀନ

    ଭୁବନେଶ୍ୱର: ଓଡ଼ିଶାର ୧୬୯ଟି ଜନଜାତି ଗୋଷ୍ଠୀକୁ ଅନୁସୂଚିତ ଜନଜାତି (ST) ତାଲିକାରେ ସାମିଲ କରିବା ଦାବି ଦୋହରାଇଛନ୍ତି ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଦାବି ହାସଲ ପାଇଁ ବିଜେଡିର ଉଦ୍ୟମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ