୧୧ ଖଣି ବ୍ଲକ ନିଲାମ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ବକ୍ସାଇଟ୍, ଲୁହାପଥର, ମାଙ୍ଗାନିଜ୍‌‌, ଆଲୁମିନିୟମଯୁକ୍ତ ଲାଟେରାଇଟ୍ ଓ ଚୂନପଥର ଭଳି ଖଣିଜ ସମ୍ପଦ ଗଚ୍ଛିତ ଥିବା ୫ଟି ଜିଲାର ୧୧ଟି ବୃହତ୍ ଖଣିଜ ବ୍ଲକ ନିଲାମ ହେବ। ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଅଧୀନରେ ଥିବା ଖଣି ଓ ଭୂତତ୍ତ୍ବ ନିର୍ଦେଶାଳୟ ପକ୍ଷରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ବରଗଡ଼ ଜିଲାରେ ଅବସ୍ଥିତ ଏହି ଖଣି ବ୍ଲକଗୁଡ଼ିକର ଅନଲାଇନ ବା ଇ-ନିଲାମ ହେବ। ଏଥିପାଇଁ ଆସନ୍ତା ଜୁଲାଇ ୧୩ ସୁଦ୍ଧା ବିଡ୍ ଦାଖଲ କରିବାକୁ ସମୟସୀମା ଧାର୍ଯ୍ୟ ହୋଇଛି। ୮ଟି ବ୍ଲକକୁ ‘ଖଣି ଲିଜ୍’ ଏବଂ ୩ଟି ବକ୍ସାଇଟ୍‌ ବ୍ଲକକୁ ‘କମ୍ପୋଜିଟ୍ ଲାଇସେନ୍ସ’ ପ୍ରଦାନ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଚଳିତଥର ରାଜ୍ୟ ସରକାର କର୍ଲାପାଟ ବକ୍ସାଇଟ୍‌ ଖଣି ବ୍ଲକକୁ ନିଲାମ ପାଇଁ ପଦକ୍ଷେପ ନେଇଛନ୍ତି। ସେହିପରି ରାୟଗଡ଼ା ଜିଲାର ନୁନାପାଇମାଲି ବକ୍ସାଇଟ୍‌ ବ୍ଲକ ମଧ୍ୟ ନିଲାମ ହେବ। ରାୟଗଡ଼ାରେ ଥିବା ଟିକିରିମାଲି- ବୁଢ଼ାରାଜାମାଲି, ଟିକିରିଗୁଡ଼ା- ମାଲିଗୁଡ଼ା ଓ ନଙ୍ଗାଲମାର୍ହିମାଲି ବ୍ଲକକୁ କମ୍ପୋଜିଟ୍‌ ଲାଇସେନ୍ସ ମୋଡ୍‌ରେ ନିଲାମ କରାଯିବାକୁ ସ୍ଥିର ହୋଇଛି। ଏଥିସହ କେନ୍ଦୁଝର ଜିଲାର ଗଦାଧରପୁର ଲୁହାପଥର ବ୍ଲକ ନିଲାମ ହେବ। ସୁନ୍ଦରଗଡ଼ ଜିଲାରେ ଜଳଡିହି ତନ୍ତୀଗ୍ରାମ, ପଟମୁଣ୍ଡା- ବି ବ୍ଲକ ସମେତ ବରପଦା ସାଉଥ ବ୍ଲକକୁ ନିଲାମ ପାଇଁ ରଖାଯାଇଛି। କେନ୍ଦୁଝରର କେନ୍ଦୁଡିହି- ପାରୁଲିପଦା ଓ ବରଗଡ଼ ଜିଲାରେ ଥିବା ବେହେରା ବଞ୍ଜିପାଲି ଲାଇମଷ୍ଟୋନ (ଚୂନପଥର) ବ୍ଲକ ମଧ୍ୟ ଏହି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛି।

  • Related Posts

    ଏସ୍‌ସିବି ମେଡିକାଲ ସର୍ଜରୀ ୱାର୍ଡରେ ଅଗ୍ନିକାଣ୍ଡ

    କଟକ ୪।୬: ଏସ୍‌ସିବି ପିଛା ଛାଡ଼ୁନି ଅଗ୍ନିକାଣ୍ଡ । କଟକ ଏସ୍‌ସିବି ମେଡ଼ିକାଲରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ଏସ୍‌ସିବି ମେଡିକାଲ ସର୍ଜରୀ ୱାର୍ଡରେ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ୱାର୍ଡ ଭିତରେ ଥିବା…

    Continue reading
    ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ

    ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ । ଓଡ଼ିଶା ପାଇଁ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କୁ ବିଜେପି ପ୍ରାର୍ଥୀ କରିଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧଭାବେ ତାଙ୍କ ନାମ ଘୋଷଣା କରାଯାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ