୧୨ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ

ନୂଆଦିଲ୍ଲୀ : ପ୍ରକୃତିର ଅନ୍ୟତମ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ୟୁରୋପ ଖୁବ୍ କମ୍ ସମୟ ପାଇଁ ଦିବାଲୋକରେ ଅନ୍ଧକାରମୟ ହୋଇଯିବ । ମହାକାଶର କିଛି କ୍ଷେତ୍ରରେ ୧ ମିନିଟ୍ରୁ ଟିକିଏ ଅଧିକ ସମୟ ପାଇଁ ଚନ୍ଦ୍ର ପଛରେ ଲୁଚିଯିବ ସୂର୍ଯ୍ୟ । ଦିନ ଆକାଶରେ ନକ୍ଷତ୍ର ଦୃଶ୍ୟମାନ ହେବେ । ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡ଼ିବା ସହିତ ତାପମାତ୍ରା ମଧ୍ୟ ହ୍ରାସ ପାଇବ।
ଆସନ୍ତା ୧୨ ତାରିଖ କୋଟି କୋଟି ଲୋକ ଏହି ମହାଜାଗତିକ ଘଟଣା ଦେଖିବାର ସୁଯୋଗ ପାଇବେ । ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଯେତେବେଳେ ସିଧାସଳଖ ଅତିକ୍ରମ କରେ, ପୂର୍ଣ୍ଣ ସୂର୍ଯ୍ୟପରାଗ ହୁଏ । ଏହା ସୂର୍ଯ୍ୟାଲୋକକୁ ସମ୍ପୂର୍ଣ୍ଣ ଅବରୋଦ୍ଧ କରିଦିଏ । ଏହି ୩ ଖଗୋଳୀୟ ପିଣ୍ଡ ଆପାତତଃ ଗୋଟିଏ ସରଳରେଖାରେ ରହିଲେ, ଏହି ଘଟଣା ଘଟେ । କେବଳ ଅମାବାସ୍ୟା ସମୟରେ ହିଁ ଏହି ମହାଜାଗତିକ ଘଟଣା ଘଟିପାରେ। ସୂର୍ଯ୍ୟ ଯଦିଓ ଚନ୍ଦ୍ରଠାରୁ ୪୦୦ ଗୁଣ ବିଶାଳ ଓ ପୃଥିବୀଠୁ ପ୍ରାୟ ୪୦୦ ଗୁଣ ଦୂରରେ ଅବସ୍ଥିତ, ସେଥିପାଇଁ ଆକାଶରେ ଉଭୟଙ୍କ ଆକାର ପ୍ରାୟତଃ ସମାନ ଦିଶେ । ଏହି ଉଲ୍ଲେଖନୀୟ ସଂଯୋଗ ଯୋଗୁ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ଆବୃତ୍ତ କରିଦିଏ । ପରାଗ ବଢ଼ିବା ସହିତ ପ୍ରଥମେ ଆଂଶିକ ଦୃଶ୍ୟମାନ ହୁଏ । ତା’ପରେ ଚନ୍ଦ୍ର ଧୀରେ ଧୀରେ ସୂର୍ଯ୍ୟକୁ ଗ୍ରାସ କରିଚାଲେ। ସମ୍ପୂର୍ଣ୍ଣ ଆବୃତ୍ତ କଲେ, ଚାହୁଁ ଚାହୁଁ ଦିବାଲୋକ ଦୂର ହୋଇ ଅନ୍ଧକାରମୟ ହୋଇଯାଏ । ନକ୍ଷତ୍ର ଦୃଶ୍ୟମାନ ହୁଅନ୍ତି । ଏହା ଦେଖି ପକ୍ଷୀମାନେ ବସାକୁ ଫେରିଯାଆନ୍ତି ଏବଂ ରାତ୍ରିଚର ପ୍ରାଣୀ କମ୍ ସମୟ ପାଇଁ ହେଲେ ମଧ୍ୟ ସକ୍ରିୟ ହୋଇଉଠନ୍ତି । ଏହି ପୂର୍ଣ୍ଣ ଅନ୍ଧକାର ଅବଧି କେବଳ ଏକ ସଂକୀର୍ଣ୍ଣ ପଟି ଉପରେ ରହେ, ଯାହା ସାଧାରଣତଃ ପ୍ରାୟ ୧୦୦- ୨୦୦ କିମି ଚଉଡ଼ା । ଏହି କରିଡର୍ ବାହାରେ ଲୋକେ କେବଳ ଆଂଶିକ ସୂର୍ଯ୍ୟ ପରାଗ ଦେଖିବେ, ସେଠାରେ ସୂର୍ଯ୍ୟର କିଛି ଅଂଶ ଦୃଶ୍ୟମାନ ହେବ।

  • Related Posts

    ଓଲଟିଲା ବସ୍, ୭ ମୃତ

    ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ଚମ୍ଵା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଶନିବାର ସକାଳେ ତୀସା-ବୈରାଗଡ଼ ରାସ୍ତାରେ ଚାଲୁଜ ବୁଲାଣି ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ…

    Continue reading
    କାୟା ବିସ୍ତାର କଲାଣି ‘ରାଟ୍ ଫିଭର୍’ ; ୫୮ ମୃତ

    ଥିରୁଅନନ୍ତପୁରମ୍: ବର୍ଷା ଋତୁରେ କେରଳରେ ‘ଲେପ୍ଟୋସ୍ପାଇରୋସିସ୍’ ବା ‘ରାଟ୍ ଫିଭର୍’ ଆତଙ୍କ ଦେଖାଯାଇଛି । ସାଧାରଣତଃ ଘରର ବଗିଚା କାମ, କ୍ଷେତ କିମ୍ୱା ବାହାର ଜାଗାରେ ଦୈନନ୍ଦିନ କାମ କରିବା ସମୟରେ ଏହି ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ରହିଥାଏ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ