୧୫୭ ସୁଭଦ୍ରା ଆବେଦନକାରୀ ହେଉଛନ୍ତି ବିଜେପି କର୍ମୀ: ପ୍ରମିଳା

ଭୁବନେଶ୍ବର: ମହିଳାଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ସୁଭଦ୍ରା ଯୋଜନା । ହେଲେ ଏହି ମହିଳାକୈନ୍ଦ୍ରିକ ଯୋଜନାରେ ଟଙ୍କା ପାଇବାକୁ ପୁରୁଷମାନେ ଆବେଦନ କରିଥିବା ଘଟଣା ସାମନାକୁ ଆସିଛି । ଯାହା ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚାରେ ବିଷୟ ପାଲଟିଥିବା ବେଳେ ରାଜନୀତି ବି ଆରମ୍ଭ ହେଲାଣି । ପୁରୁଷଙ୍କ ଆବେଦନ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ୧୫୭ ନୁହେଁ ୫ ହଜାର ପୁରୁଷ ଆବେଦନକାରୀ ଥିବା ଅଭିଯୋଗ ଆଣିଛି ଦଳ । କର୍ମୀ ବଞ୍ଚାଇବା କାମ କରିଥିବାରୁ ସରକାର କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ପ୍ରମିଳା ।ସୁଭଦ୍ରା ଯୋଜନା ପାଇଁ ୧୫୭ ଜଣ ପୁରୁଷ ହିତାଧିକାରୀ ଆବେଦନ କରିଥିବା ସରକାର ଚିହ୍ନଟ କରିଛନ୍ତି । ସୁଭଦ୍ରା ଯୋଜନାରେ ପୁରୁଷଙ୍କ ଆବେଦନ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ସମସ୍ତ ଆବେଦନକାରୀ ବିଜେପିର ଆଗଧାଡିର କର୍ମୀ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ୧୫୭ ନୁହେଁ ୫ ହଜାର ଆବେଦନକାରୀ ଥିବା ଅଭିଯୋଗ ଆଣିଛନ୍ତି ପ୍ରମିଳା । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି,” ସୁଭଦ୍ରା ଯୋଜନାରେ ୧୫୭ ଜଣ ପୁରୁଷ ହିତାଧିକାରୀ ଆବେଦନ କରିଥିବା ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ପୁରୁଷ ହିତାଧିକାରୀ କେମିତି ସୁଭଦ୍ରା ଯୋଜନା ଆବେଦନ କରିଛନ୍ତି ? ମୋହନ ସରକାର ହାଇଟେକ୍‌ ବ୍ୟବସ୍ଥାରେ ଚାଲିଥିବା କହୁଛନ୍ତି । ଆଧାର ସଂଯୋଗ କରି ଆବେଦନ କଲେ ଯୋଜନାରେ ସାମିଲ କରାଯିବ ବୋଲି ସରକାର କହୁଛନ୍ତି । ୧୫୭ ନୁହେଁ ୫ ହଜାରରୁ ଅଧିକ ପୁରୁଷ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି । ଏହି ଆବେଦନକାରୀଙ୍କ ମଧ୍ୟରେ ରହିଛନ୍ତି ବିଜେପିର ଟାଣୁଆ କର୍ମୀ । ଚିହ୍ନଟ ହୋଇଥିବା ୧୫୭ ଜଣ ମଧ୍ୟ ହେଉଛନ୍ତି ବିଜେପି କର୍ମୀ ।”

  • Related Posts

    ବିଜେପିର ଦମ୍ଭୋକ୍ତି କୁଆଡ଼େ ଗଲା: ନବୀନ

    କୋରାପୁଟ ଜିଲ୍ଲାର କୋଟିଆ ପଂଚାୟତରେ ଆନ୍ଧ୍ର ପ୍ରଦେଶ ସରକାର ନିର୍ବାଚନ ଘୋଷଣା କରିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି…

    Continue reading
    ପୁଣି ସକ୍ରିୟ ହେଲେ କି ପାଣ୍ଡିଆନ ?

    ପୁରୀ/ଭୁବନେଶ୍ବର: ସାଧାରଣ ନିର୍ବାଚନ 2024ରେ ବିଜେଡିର ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ସକ୍ରିୟ ହେଉଛନ୍ତି କି ? ଶନିବାର ବିଳମ୍ବିତ ରାତିରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବିଜେଡି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି