୧,୭୭,୦୬୮ଜଣ ପ୍ରବାସୀ ଓଡ଼ିଆଙ୍କୁ ରେସନକାର୍ଡ଼ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି

ଭୁବନେଶ୍ବର: ପୂର୍ବ ସରକାର ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ରେସନକାର୍ଡ଼ ପ୍ରଦାନ କରିଥିଲେ। ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ଜାଲ୍‌ ରେସନକାର୍ଡ଼ଧାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରିଛି। ଇ-କେୱାଇସି ଯାଞ୍ଚ ଆରମ୍ଭ ହେବାଠାରୁ ଏ ପର‌୍ୟ୍ୟନ୍ତ ୪ମାସ ମଧ୍ୟରେ ୧,୭୭,୦୬୮ଜଣ ଭୂତ ରେସନ୍‍କାର୍ଡଧାରୀ ଚିହ୍ନଟ ହେଲେଣି। ଏହି ପ୍ରକ୍ରିୟା ଜାରି ରହିଥିବାରୁ ଭୂତ ରେସନକାର୍ଡ଼ଧାରୀଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। ଭୂତ ରେସନକାର୍ଡ଼ଧାରୀଙ୍କ ବଦଳରେ ପ୍ରାୟ ୧,୭୭,୦୬୮ଜଣ ପ୍ରବାସୀ ଓଡ଼ିଆଙ୍କୁ ରେସନକାର୍ଡ଼ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଗଞ୍ଜାମ ଜିଲାରେ ସର୍ବାଧିକ ୨୪,୫୭୯ଜଣ ପ୍ରବାସୀଙ୍କୁ ରେସନକାର୍ଡ଼ ଦିଆଯାଇଥିବାବେଳେ ମୟୂରଭଞ୍ଜ ଜିଲାରେ ସର୍ବନିମ୍ନ ୧୦୩୫ଜଣ ପ୍ରବାସୀ ଓଡ଼ିଆଙ୍କୁ ରେସନକାର୍ଡ଼ ଦିଆଯାଇଛି।
ସୂଚନା ଅନୁଯାୟୀ, ନୂଆ ସରକାର କ୍ଷମତାକୁ ଆସିବା ପରେ ଜାଲ୍‌ ରେସନକାର୍ଡ଼ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ଜାଲ୍‌ ହିତାଧିକାରୀଙ୍କୁ ଚିହ୍ନଟ କରିବା ସକାଶେ ରାଜ୍ୟ ସରକାର ରେସନକାର୍ଡ଼ଧାରୀଙ୍କ ଇ-କେୱାଇସି ଯାଞ୍ଚ ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୦ଲକ୍ଷ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ଶେଷ ହୋଇସାରିଲାଣି। ବର୍ତ୍ତମାନ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩,୨୫,୯୩,୮୭୫ ହିତାଧିକାରୀ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦,୨,୧୪୪ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଜାଲ୍‌ ହିତାଧିକାରୀଙ୍କୁ ଚିହ୍ନଟ କରିବା ସହିତ ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ରେସନକାର୍ଡ଼ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏହିକ୍ରମରେ ସରକାର ଇ-କେୱାଇସିରେ ଏ ପର‌୍ୟ୍ୟନ୍ତ ୧,୭୭,୦୬୮ ଭୂତ ରେସନ କାର୍ଡ଼ଧାରୀଙ୍କୁ
ଚିହ୍ନଟ କରାଯାଇସାରିଲାଣି। ଭୂତ ରେସନକାର୍ଡ଼ଧାରୀଙ୍କ ବଦଳରେ ପ୍ରବାସୀ ଓଡ଼ିଆଙ୍କୁ ରେସନକାର୍ଡ଼ ଯୋଗାଇ ଦେବାକୁ ସରକାର ପ୍ରାଥମିକତା ଦେଉଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ବାହାର ରାଜ୍ୟକୁ ଯାଉଥିବା ସର୍ବାଧିକ ଦାଦନ ଶ୍ରମିକ ଥିବା ଗଞ୍ଜାମ ଜିଲାରେ ଏ ପର‌୍ୟ୍ୟନ୍ତ ୨୪,୫୭୯ଜଣ ପ୍ରବାସୀଙ୍କୁ ରେସନକାର୍ଡ଼ ଦେବାପାଇଁ ଚିହ୍ନଟ ହୋଇଥିବାବେଳେ ବାଲେଶ୍ବର ଜିଲାରେ ୧୪,୪୩୬ ଜଣ, କଟକ ଜିଲାରେ ୧୨,୧୩୮, ଅନୁଗୋଳରେ ୭୯୬୧, ଭଦ୍ରକରେ ୫୮୧୬, ବଲାଙ୍ଗିରରେ ୬୯୭୩, ବୌଦ୍ଧରେ ୧୦୬୪, ଦେବଗଡ଼ରେ ୧୧୧୬, ଢେଙ୍କାନାଳରେ ୨୫୬୦, ଗଜପତିରେ ୨୩୨୯, ଜଗତସିଂହପୁରରେ ୯୨୫୦, ଯାଜପୁରରେ ୪୬୦୭, ଝାରସୁଗୁଡ଼ାରେ ୩୮୧୬, କଳାହାଣ୍ଡିରେ ୩୨୩୮, କନ୍ଧମାଳରେ ୧୫୨୩, କେନ୍ଦ୍ରାପଡ଼ାରେ ୧୧, ୭୩୬, ଖୋର୍ଦ୍ଧାରେ ୭୪୪୬, କୋରାପୁଟରେ ୧୫୭୨, ମାଲକାନଗିରିରେ ୧୧୦୫, ନବରଙ୍ଗପୁରରେ ୧୦୬୪, ନୟାଗଡ଼ରେ ୫୮୯୭, ନୂଆପଡ଼ାରେ ୬୬୯୨, ପୁରୀରେ ୬୮୭୨, ରାୟଗଡ଼ାରେ ୧୫୫୨, ସମ୍ବଲପୁରରେ ୫୪୭୫, ସୋନପୁରରେ ୨୬୪୧ ଏବଂ ସୁନ୍ଦରଗଡ଼ ଜିଲାରେ ୫୦୪୮ଜଣ ପ୍ରବାସୀ ଓଡ଼ିଆଙ୍କୁ ରେସନକାର୍ଡ଼ ଯୋଗାଇ ଦେବାକୁ ବିଭାଗ ଚିହ୍ନଟ କରିଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ