୧୯ ବର୍ଷ ପରେ ପୁଣି ଫେରୁଛି ଶକ୍ତିମାନ୍

୯୦ ଦଶକରେ ଭାରତୀୟ ମନୋରଞ୍ଜନ ଜଗତର ସବୁଠାରୁ ଲୋକପ୍ରିୟ ସୁପରହିରୋ କହିଲେ ଶକ୍ତିମାନ୍ ନାଁ ସର୍ବପ୍ରଥମେ ଆସେ । ମୁକେଶ ଖାନ୍ନାଙ୍କ ଅଭିନିତ ଏହି ଶୋ’କୁ ଆବାଳ ବୃଦ୍ଧବନିତା ଏତେ ପସନ୍ଦ କରିଥିଲେ ଯେ ଶୋ’ଟି ପାଖାପାଖି ୮ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ବାନ୍ଧି ରଖିଥିଲା । ପ୍ରଯୋଜକ ମୁକେଶ୍ ଖାନ୍ନା ଏବଂ ନିର୍ଦ୍ଦେଶକ ଦିନକର ଜାନିଙ୍କ ଯୋଡ଼ି ୧୯୯୭ ରୁ ଟିଭି ପରଦାରେ ଯେମିତି ଯାଦୁ ଖେଳାଇ ଦେଇଥିଲା , ରିଲିଜ୍ ହୋଇଥିଲା ସୁପରହିରୋ ଟିଭି ଶୋ’ ଶକ୍ତିମାନ୍ । ଦୁରଦର୍ଶନ ଟିଭି ଚ୍ୟାନେଲରେ ଏହି ଶୋ’ ୧୯୯୭ ରୁ ଆରମ୍ଭ କରି ୨୦୦୫ ପର୍ଯ୍ୟନ୍ତ ଚାଲିଲା । ଏହି ସମୟରେ ଶୋ’ ଟି ୪୦୦ ଏପିସୋଡ୍ ସଂପୂର୍ଣ୍ଣ କରି ଦର୍ଶକଙ୍କ ହୃଦୟ ଜିତିଥିଲା । ଘରେ ଘରେ ପିଲାଙ୍କ ପ୍ରଥମ ପସନ୍ଦ ପାଲଟିଲା ଶକ୍ତିମାନ୍ ।

 

ବିଦେଶରେ ସୁପରମ୍ୟାନ୍ , ସ୍ପାଇଡରମ୍ୟାନ୍ , ବ୍ୟାଟ୍ସମ୍ୟାନର କ୍ରେଜ୍ ଚାଲିଥିବା ବେଳେ ଭାରତୀୟଙ୍କୁ ପାଗଳ କରିଥିଲେ ଶକ୍ତିମାନ୍ । ନାଲି ଆଉ ସୁନେଲି ରଙ୍ଗର ପୋଷାକ ତା’ସାଙ୍ଗକୁ ଚକ୍ର ଚିହ୍ନର ଡ୍ରେସ୍ ପିନ୍ଧି ପରଦାକୁ ଯେତେବେଳେ ମୁକେଶ୍ ଖାନ୍ନା ଚାଲିଆସୁଥିଲେ ଦର୍ଶକଙ୍କ ଭିତରେ ଯେମିତି ଉତ୍କଣ୍ଠା ବଢିଯାଉଥିଲା । ବର୍ତ୍ତମାନ ସମୟ ବଦଳିଛି ଧାରାବାହିକ ସରିଛି । କିନ୍ତୁ ଏବେବି ଶକ୍ତିମାନକୁ ଝୁରି ହେଉଛନ୍ତି ଦର୍ଶକ । ତେବେ ଆପଣ ବି ଯଦି ଶକ୍ତିମାନଙ୍କ ଫ୍ୟାନ୍ ତାହେଲେ ଖୁସି ହୋଇଯାଆନ୍ତୁ । କାରଣ ୧୯ ବର୍ଷର ଦୀର୍ଘ ଅପେକ୍ଷା ପରେ ଏହି ଶୋ’ ପୁଣି ପରଦାକୁ କମବ୍ୟାକ୍ କରିବାକୁ ଯାଉଛି । ଏହାର ଲେଟେଷ୍ଟ ଟିଜର୍ ମଧ୍ୟ ମେକର୍ସଙ୍କ ଦ୍ୱାରା ରିଲିଜ୍ କରିଦିଆଯାଇଛି । ଶୋ’କୁ ନେଇ ଅଭିନେତା ମୁକେଶ୍ ଖାନ୍ନା କୁହନ୍ତି , ମୋ ଆତ୍ମବିଶ୍ୱାସର ପ୍ରତିଛବି ହେଉଛି ଶକ୍ତିମାନ ଚରିତ୍ର । ମତେ ଲାଗେ ପଞ୍ଚଭୂତରେ ଶକ୍ତିମାନର ପୋଷାକ ତିଆରି । ମୁଁ ଯେତେବେଳେ ଅଭିନୟ କରେ କ୍ୟାମେରା ଭୁଲିଯାଏ । ୧୯୯୭ ରୁ ୨୦୦୫ ଭିତରେ ଆରମ୍ଭ କରିଥିବା ଦାୟିତ୍ୱକୁ ମୁଁ ପ୍ରତିଟି ଦର୍ଶକଙ୍କ ପାଖରେ ପୁଣିଥରେ ପହଂଚାଇବାକୁ ଚାହେଁ । ଆଜିର ପିଢୀ ପାଖରେ ନିଶ୍ୱାସ ନେବାକୁ ସମୟ ନାହିଁ ସବୁ ଦୌଡୁଛନ୍ତି । ସେମାନଙ୍କୁ ସ୍ଥିର ହେବାର ସମୟ ଆସିଛି । ଭିତରର ଜ୍ଞାନରେ ବୁଡ଼ ପକାଇଲେ ବ୍ରହ୍ମାଣ୍ଡ ଅନ୍ତଃମନରେ ହିଁ ପାଇପାରିବେ । ଏହା ହିଁ ହେଉଛି ଶକ୍ତିମାନର ଉଦ୍ଦେଶ୍ୟ , ଲୋକଙ୍କୁ ଜାଗୃତ କରାଇବା । ଶକ୍ତିମାନର ଗୀତ ମୁଁ ନିଜେ ଗାଇଛି କାରଣ ଏହାକୁ ଲୋକ ଅଧିକ ହୃଦୟଙ୍ଗମ କରିବେ । ଚାହିଁଥିଲେ ଡାଇଲଗ୍ ମାଧ୍ୟମରେ ବାର୍ତ୍ତା ପହଂଚାଇ ପାରିଥାନ୍ତି କିନ୍ତୁ ଗୀତର ମଧୁରତା ଲୋକଙ୍କୁ ଆକର୍ଷିତ କରିବ ଡାଇଲଗ୍ ତୁଳନାରେ । ମୁକେଶ୍ ଖାନ୍ନା ଏକତା କପୁରଙ୍କ ଉପରେ କହିଥିବା ଟିପ୍ପଣୀକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । .. ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି କି ଶକ୍ତିମାନ୍ କେଉଁ ପରଦାରେ ପୁଣି ଯାଦୁ ଖେଳାଇବ । କିନ୍ତୁ ଦର୍ଶକଙ୍କୁ ରହିବ ସୁପରହିରୋ ଶକ୍ତିମାନର ଅପେକ୍ଷା । ମୁକେଶ୍ ଖାନ୍ନା ଏକତା କପୁରଙ୍କ ଉପରେ କହିଥିବା ଟିପ୍ପଣୀକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । .. ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି କି ଶକ୍ତିମାନ୍ କେଉଁ ପରଦାରେ ପୁଣି ଯାଦୁ ଖେଳାଇବ । କିନ୍ତୁ ଦର୍ଶକଙ୍କୁ ରହିବ ସୁପରହିରୋ ଶକ୍ତିମାନର ଅପେକ୍ଷା ।

Related Posts

ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

Continue reading
ପୁଣି ବାତ୍ୟା ଭୟ

ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

Continue reading

Leave a Reply

Your email address will not be published. Required fields are marked *

You Missed

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ