୨ୟ ଦିନିକିଆ ଆଜି; ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ

ରାୟପୁର: ଅକ୍ଟୋବରରେ ଘରୋଇ ଅଷ୍ଟ୍ରେଲିଆଠାରୁ ପ୍ରଥମ ୨ଟି ଦିନିକିଆରେ ଭାରତ ପରାସ୍ତ ହେବା ପରେ ଶେଷ ମ୍ୟାଚ୍‌ରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଇନିଂସ ବଳରେ ଜିତିଥିଲା। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ପୁଣି ଥରେ ଏହି ଦୁଇ ବ୍ୟାଟିଂ ମହାରଥୀଙ୍କ ବ୍ୟାଟ୍‌ ଚାଲିଥିଲା। ହେଲେ ସିଡ୍‌ନୀରେ ରୋହିତ ଶତକ ଓ କୋହଲି ଅର୍ଦ୍ଧଶତକ ମାରିଥିବା ବେଳେ ରାଞ୍ଚିରେ ଓଲଟା ଦେଖିବାକୁ ମିଳିଥିଲା। ହେଲେ ମ୍ୟାଚ୍‌ର ଫଳାଫଳ ସମାନ ଥିଲା। ଦକ୍ଷିଣ ଆଫ୍ରିକାର ତଳ ଅର୍ଡର ବ୍ୟାଟ୍‌ସମ୍ୟାନ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ଭାରତ ୧୭ ରନ୍‌ରେ ଜିତି ତିନି ମ୍ୟାଚ୍‌ର ଶୃଙ୍ଖଳାରେ ଆଗୁଆ ହୋଇଛି। ବୁଧବାର ରାୟପୁରରେ ଦ୍ବିତୀୟ ଦିନିକିଆ ଖେଳାଯିବ। ଏହି ମ୍ୟାଚ୍‌କୁ ଜିତି ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ରହିଛି ଭାରତୀୟ ଦଳ। ଅନ୍ୟପକ୍ଷରେ ଶୃଙ୍ଖଳା ଜୀବନ୍ତ ରଖିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ଏହି ମ୍ୟାଚ୍‌ ନିଶ୍ଚୟ ଜିତିବାକୁ ପଡ଼ିବ। ରାଞ୍ଚି ପରି ରାୟପୁର​‌େ​‌ର ମଧ୍ୟ ବଡ଼ ସ୍କୋର୍‌ ଦେଖିବାକୁ ମିଳିପାରେ।
ଚଳିତବର୍ଷ ଚମତ୍କାର ଫର୍ମରେ ଅଛନ୍ତି ଦୁଇ ବରିଷ୍ଠ ବ୍ୟାଟ୍‌ସମ୍ୟାନ ରୋହିତ ଶର୍ମା ଓ ବିରାଟ କୋହଲି। ରୋହିତ ୧୧ଟି ମ୍ୟାଚ୍‌ରୁ ୫୧ ଆଭ୍‌ରେଜରେ ୫୬୧ ରନ୍‌ କରିଛନ୍ତି। କୋହଲି ୫୩.୭୭ ଆଭ୍‌ରେଜରେ ୪୮୪ ରନ୍‌ କରିଛନ୍ତି। ୪ନଂ ସ୍ଥାନରେ ଖେଳି ବିଫଳ ହୋଇଥିବା ଋତୁରାଜ ଗାଏକ୍‌ୱାଡ ଆଉ ଏକ ସୁଯୋଗ ପାଉଛନ୍ତି ନା ଋଷଭ ପନ୍ତଙ୍କୁ ଏହି ସ୍ଥାନରେ ଖେଳିବାର ସୁଯୋଗ ମିଳୁଛି; ତାହା ଦେଖିବାର କଥା। ଭାରତୀୟ ଏକାଦଶରେ ଅନ୍ୟ କୌଣସି ପରିବର୍ତ୍ତନ ସମ୍ଭାବନା କମ୍। ୫ନଂ ସ୍ଥାନରେ ୱାଶିଂଟନ ସୁନ୍ଦର ଖେଳି ବିଫଳ ହୋଇଥିବା ବେଳେ ଫର୍ମରେ ଥିବା ଅଧିନାୟକ କେ.ଏଲ୍‌. ରାହୁଲ ଏହି ସ୍ଥାନରେ ଖେଳିପାରନ୍ତି। ଭାରତୀୟ ବ୍ୟାଟିଂ ଲାଇନ୍‌ ବେଶ୍‌ ମଜ୍‌ଭୁତ ରହିଛି। ପେସ୍‌ ବୋଲର ହର୍ଷିତ ରାଣାଙ୍କୁ ନିୟମିତ ଖେଳାଇବା ଯୋଗୁଁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ସମାଲୋଚନା ସହିବାକୁ ମିଳିଛି। ହେଲେ ପ୍ରଥମ ଦିନିକିଆରେ ହର୍ଷିତ ୩ଟି ୱିକେଟ୍‌ ନେଇଥିଲେ। ଗତ ୯ଟି ଦିନିକିଆରୁ ହର୍ଷିତ ୧୯ଟି ୱିକେଟ୍‌ ନେଇ ସାରିଲେଣି। ଦକ୍ଷିଣ ଆଫ୍ରିକା ମଜ୍‌ଭୁତ ଥିଲେ ହେଁ ଦଳରେ ନିୟମିତ ପରିବର୍ତ୍ତନ କରାଯାଉଛି। କେବଳ ଚଳିତବର୍ଷ ୩୭ ଜଣ ଦିନିକିଆ ଖେଳି ସାରିଲେଣି।
ପ୍ରଥମ ମ୍ୟାଚ୍‌ରେ ଅଧିନାୟକ ତେମ୍ବା ବଭୁମା ଓ ଅଭିଜ୍ଞ ବାମହାତି ସ୍ପିନର କେଶବ ମହାରାଜ ବିଶ୍ରାମ ନେଇଥିଲେ। ଅଫ୍‌ସ୍ପିନର ପ୍ରିନିଲାନ୍ ସୁବ୍ରାୟେନ୍ ଅଧିକ ରନ୍‌ ଦେଇଥିବାରୁ ତାଙ୍କ ସ୍ଥାନରେ ମହାରାଜ ଖେଳିପାରନ୍ତି। ବଭୁମା ଖେଳିବାର ଥିବାରୁ ରିୟାନ୍ ରିକେଲ୍‌ଟନ ଓ କ୍ବିଣ୍ଟନ ଡି କକ୍‌ଙ୍କ ମଧ୍ୟରୁ ଜଣେ ବାଦ୍‌ ପଡ଼ିବେ। ଜୀବନର ପ୍ରଥମ ୧୦ଟି ଦିନିକିଆରୁ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ସହ ମାଥ୍ୟୁ ବ୍ରିଜ୍‌କେ ୬୮.୨୨ ଆଭ୍‌ରେଜରେ ୬୧୪ ରନ୍‌ କରିଛନ୍ତି। ଉପର ଅର୍ଡରରେ ଐଡେନ ମାର୍କରାମଙ୍କୁ ବଡ଼ ସ୍କୋର୍‌ କରିବାକୁ ପଡ଼ିବ। ଟନି ଡି ଜର୍ଜି ଓ ଡିୱାଲ୍‌ଡ ବ୍ରେଭିସ୍‌ ମଧ୍ୟକ୍ରମ‌େ​‌ର ଭଲ ବ୍ୟାଟ୍‌ସମ୍ୟାନ।

ଦୁଇ ଅଲ୍‌ରାଉଣ୍ଡର ମାର୍କୋ ୟାନ୍‌ସେନ ଓ କର୍ବିନ୍‌ ବସ୍‌ ରାଞ୍ଚିରେ ଯେପରି ପ୍ରଦର୍ଶନ କରିଥିଲେ; ତାହା ଦକ୍ଷିଣ ଆଫ୍ରିକାକୁ ଉତ୍ସାହିତ କରିଛି। ଟେଷ୍ଟ ଶୃଙ୍ଖଳାର ଫର୍ମ ଦିନିକିଆରେ ବଜାୟ ରଖି ୟାନ୍‌ସେନ ୨ଟି ୱିକେଟ୍‌ ନେବା ସହ ବିସ୍ଫୋରକ ୭୦ ରନ୍‌ କରିଥିଲେ। ବସ୍‌ ମଧ୍ୟ ୨ଟି ୱିକେଟ୍‌ ନେବା ସହ ୬୭ ରନ୍‌ କରିଥିଲେ। ବୋଲରଙ୍କ ମଧ୍ୟରେ ନାନ୍ଦ୍ରେ ବର୍ଗର ଭଲ ଫର୍ମରେ ଅଛନ୍ତି। ସେ ଚଳିତବର୍ଷ ୭ଟି ମ୍ୟାଚ୍‌ରୁ ୧୩ଟି ୱିକେଟ୍‌ ନେଇଛନ୍ତି। ରାୟପୁରରେ ମାତ୍ର ଗୋଟିଏ ଦିନିକିଆ ଖେଳା ଯାଇଥିବା ବେଳେ ଭାରତୀୟ ପେସର୍‌ଙ୍କ ଘାତକ ବୋଲିଂ ବଳରେ ନ୍ୟୁଜିଲାଣ୍ଡ ୧୦୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ପରାସ୍ତ ହୋଇଥିଲା।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ