ଭାରତ ବନାମ ସାଉଥ୍ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ହେବ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ଭାରତ ବନାମ ସାଉଥ୍ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ହେବ କଡ଼ା ସୁରକ୍ଷା ବ୍ୟବସ୍ଥା । ଭିଡ଼କୁ ଦୃଷ୍ଟିରେ ରଖି ଟୁଇନ୍ ସିଟିରେ ୫୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବ । ୧୦ ପ୍ଲାଟୁନ୍ ଭୁବନେଶ୍ୱରରେ ବାକି ୪୦ ପ୍ଲାଟୁନ୍ କଟକରେ ରହିବେ । ଏ ସବୁ ପୁଲିସ୍ ଏୟାରପୋର୍ଟ, ହୋଟେଲ୍, ବାରବାଟି ଷ୍ଟାଡିୟମ ଓ ଟ୍ରାଫିକରେ ନିୟୋଜିତ ହେବେ ବୋଲି ପୁଲିସ୍ କମିଶନର ଡ. ଏସ୍ ଦେବଦତ୍ତ ସଂହ ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ପାଇଁ ସାମଗ୍ରିକ ସୁରକ୍ଷା, ଟ୍ରାଫିକ୍ ଏବଂ ପ୍ରଶାସନିକ ବ୍ୟବସ୍ଥା ସମୀକ୍ଷା କରିବା ପାଇଁ ଆଜି ପୁଲିସ୍ ସେବା ଭବନରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ, ବିମାନବନ୍ଦର କର୍ତ୍ତୃପକ୍ଷ, ଅଗ୍ନିଶମ ସେବା, କ୍ୟାପିଟାଲ ହସ୍ପିଟାଲର ଦଳ, ମୁଖ୍ୟ ଇଞ୍ଜିନିୟର ଡିପିଆଇ ଏବଂ ରାସ୍ତା, ହୋଟେଲ ମେ-ଫେୟାରର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଏବଂ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ବୈଠକରେ ଅଂଶଗ୍ରହଣ କରିଥିଲେ । ଖେଳାଳିଙ୍କ ଆଗମନ ଏବଂ ପ୍ରସ୍ଥାନ ସମୟରେ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା, ସେମାନଙ୍କର ରହିବା ସ୍ଥାନ, ରୁଟ୍ ଲାଇନିଂ, ଭିଆଇପି ଗତିବିଧି ଏବଂ ହୋଟେଲର ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଅଭ୍ୟାସ ଦିନ ଓ ମ୍ୟାଚ୍ ଦିନ ପାଇଁ ବିମାନବନ୍ଦରରୁ ହୋଟେଲ ଏବଂ ହୋଟେଲରୁ ଷ୍ଟାଡିୟମକୁ ଟ୍ରାଫିକ୍ ଏବଂ ରୁଟ୍ଲାଇନିଂକୁ ଅଧିକ ଫୋକସ୍ ଦିଆଯାଇଥିଲା ।

ପୁଲିସ୍ କମିଶନର ଶ୍ରୀ ସିଂହ ସୂଚନା କହିଛନ୍ତି, ଆସନ୍ତା ୭ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ପହଞ୍ଚିବ । ୮ ତାରିଖରେ ଅଭ୍ୟାସ କରିବେ । ଆଉ ୯ ତାରିଖରେ ମ୍ୟାଚ୍ ହେବ । ମ୍ୟାଚ୍ ପାଇଁ ହୋଟେଲଠାରୁ ଆରମ୍ଭ କରି ବିମାନବନ୍ଦର ଓ ବାରବାଟୀ ଷ୍ଟାଡିୟମ ସହ କଟକ ଓ ଭୁବନେଶ୍ୱରର ପ୍ରସ୍ତୁତି ଜୋରସାରରେ ଚାଲିଛି । ଅନ୍ତର୍ଜାତୀୟ ଖେଳର ଆୟୋଜନ କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ବିଭିନ୍ନ ସଂସ୍ଥା ସହିତ ଆଲୋଚନା କରାଯାଇଛି ବୋଲି କମିଶନର କହିଛନ୍ତି । ବିଶେଷ କରି ଯେଉଁମାନେ ଖେଳାଳିଙ୍କ ପାଇଁ ଡ୍ୟୁଟିରେ ରହିବେ ଯଥା ବିମାନବନ୍ଦର କର୍ତ୍ତୃପକ୍ଷ, ସିଆଇଏସଏଫ୍ ସହ ହୋଟେଲ ମେଫେୟାର ଏବଂ ଓସିଏ ଅଫିସିଆଲଙ୍କ ସହ ଆଲୋଚନା କରାଯାଇଛି ।

ଖେଳାଳିଙ୍କ ଅଭ୍ୟାସ୍ ଓ ମ୍ୟାଚ ଦିନ କିଭଳି ସୁରୁଖୁରୁରେ ପହଞ୍ଚିବେ ଓ ଖେଳ ସମ୍ପନ୍ନ ହେବ ସେନେଇ ଆଲୋଚନା ହୋଇଛି । ଏଥିପାଇଁ ଖେଳାଳିଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ଏଥିପାଇଁ ଖେଳାଳିଙ୍କ ରହଣି ସହିତ କଟକ ଯିବାଆସିବା ଓ ଖେଳ ସମୟରେ ମଧ୍ୟ ଗହଳି ନିୟନ୍ତ୍ରଣ ଉପରେ ମଧ୍ୟ ଅଧିକ ଧ୍ୟାନ ଦିଆଯାଇଛି । କଡ଼ା ସୁରକ୍ଷା ବଳୟରେ ରହିବ ବାରବାଟୀ ।

ଷ୍ଟାଡିୟମ ଭିତରେ ଓ ବାହାରେ ଖେଳ ପାଇଁ ପୁଲିସ୍ ଆୟୋଜନ ଓ ଭୁବନେଶ୍ୱରରୁ କଟକ ପର୍ୟ୍ୟନ୍ତ ଖେଳାଳିଙ୍କୁ ନେବା ଆଣିବା ପାଇଁ ଏସକର୍ଟଠାରୁ ଆରମ୍ଭ କରି ଟ୍ରାଫିକ ଛକରେ ପୁଲିସ ମୁତୟନ ମଧ୍ୟ ରହିବେ । ମୋଟ ୫୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏଥିପାଇଁ ଏୟାରପାର୍ଟଠୁ ଆରମ୍ଭ କରି ହୋଟେଲ ପର୍ୟ୍ୟନ୍ତ ମଧ୍ୟ ଖେଳାଳିଙ୍କୁ ଦେଖିବା ପାଇଁ ରାସ୍ତା କଡ଼ରେ ମଧ୍ୟ ଭିଡ଼ ଜମିବ । ତେଣୁ ସବୁଠାରେ ବ୍ୟାପକ ପୁଲିସ୍ ବନ୍ଦୋବସ୍ତ ହୋଇଛି । ଚଳିବ ବର୍ଷ ପଡ଼ିଆ ଭିତରକୁ ପାଣି ନେବାକୁ ଅନୁମତି ଦିଆଯାଇନାହିଁ । ଏହି ବୈଠକରେ ଅତିରିକ୍ତ ପୁଲିସ୍ କମିଶନର ନରସିଂହ ଭୋଳ, ଡିସିପି ହେଡ୍ କ୍ୱାର୍ଟର୍ସ ସୁରେଶ ଚୌଧୁରୀ ପାତ୍ର, ଡିସିପି ଜେ ମୀନା, ଟ୍ରାଫିକ୍ ଡିସିପି ତପନ କୁମାର ମହାନ୍ତି, ବିମାନବନ୍ଦର ନିର୍ଦ୍ଦେଶକ, ପ୍ରସନ୍ନ ପ୍ରଧାନ, ସିଆଇଏସଏଫର କମାଣ୍ଡାଣ୍ଟ ରାକେଶ ଚୌଧୁରୀ ଏବଂ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନର ସଚିବ ଅଭିଜିତ ପାଉଲ ଉପସ୍ଥିତ ଥିଲେ ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ