ନୂଆଦିଲ୍ଲୀ: ୨୦୨୪ରେ ୨ ଲକ୍ଷରୁ ଅଧିକ ବ୍ୟକ୍ତି ଭାରତୀୟ ନାଗରିକତ୍ବ ଛାଡିଥିବା ଜଣାପଡିଛି। ଶୁକ୍ରବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ବିଦେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏହି ସୂଚନା ଦେଇଛନ୍ତି। ଏମାନେ ବିଦେଶୀ ନାଗରିକତ୍ବ ଗ୍ରହଣ କରିଥିବାରୁ ଭାରତୀୟ ନାଗରିକତ୍ବ ଛାଡିଥିବା କୁହାଯାଇଛି। ସୂଚନା ମୁତାବକ ୨୦୨୦ରେ ୮୫,୨୫୬ ଜଣ ଭାରତୀୟ ନାଗରିକତ୍ବ ଛାଡିଥିବାବେଳେ ୨୦୨୧ରେ ଏମାନଙ୍କ ସଂଖ୍ୟା ୧,୬୩,୩୭୦, ୨୦୨୨ରେ ୨,୨୫,୬୨୦, ୨୦୨୩ରେ ୨,୧୬,୨୧୯ ଓ ୨୦୨୪ରେ ୨,୦୬,୩୭୮ ରହିଥିଲା। ବ୍ୟକ୍ତିଗତ କାରଣରୁ ଏମାନେ ଭାରତୀୟ ନାଗରିକତ୍ବରୁ ଓହରି ଯାଇଥିବା ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ବିଶ୍ବରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଚାହିଦା ବଢିବାରେ ଲାଗିଛି। ତେଣୁ ଅଧିକାଂଶ ଭାରତୀୟ ବିଦେଶରେ ମୋଟା ଅଙ୍କର ବେତନ ଲାଳାସାରେ ଦେଶ ଛାଡୁଥିବା ଅନୁମାନ କରାଯାଉଛି। ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ବିଦେଶରେ ୩,୪୩,୫୬,୧୯୩ ଭାରତ ବସବାସ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୧,୭୧,୮୧,୧୨ ଜଣ ଭାରତୀୟ ବଂଶୋଦ୍ଭବ ହୋଇଥିବାବେଳେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ୧,୭୧,୭୦୭୧ ୧୨୨ ରହିଥିବା ଜଣାପଡିଛି।
ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି
ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…




