
ଭୁବନେଶ୍ୱର: ନୂଆ ଆଶା ଓ ନୂଆ ଆକାଂକ୍ଷା ସହ ଧୁମଧାମରେ ୨୦୨୫କୁ ସ୍ୱାଗତ କରିଛନ୍ତି ଲୋକେ। ହାପି ନିୟୁ ଇୟର୍ କହି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ବିଭିନ୍ନ ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ ହୋଇଛି।
ଗତକାଲି ବିଳମ୍ବିତ ରାତି ପର୍ୟ୍ୟନ୍ତ ସେଲିବ୍ରସନର ମାହୋଲ ଲାଗି ରହିଥିଲା। ଟ୍ୱିନ ସିଟି ସମେତ ରାଜ୍ୟର ବିଭିନ୍ନ ସହରରେ ଡିଜେର ତାଳେ ତାଳେ ଝୁମି ଥିଲେ ପିଲାଠୁ ବୁଢା। କେଉଁଠି କେକ୍ କାଟି ସେଲିବ୍ରେସ ତ ଆଉ କେଉଁଠି ବାଣ ଫୁଟାଇ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ଲୋକେ।
ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ହୋଟେଲ, ବାର, ପବ ଓ ରେଷ୍ଟୁରାଣ୍ଟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଡିଜେର ତାଳେ ତାଳେ ନୃତ୍ୟ ଗୀତରେ ଝୁମଛନ୍ତି ଲୋକେ । ସୁସ୍ୱାଦୁ ଖାଦ୍ୟ, ପାନୀୟ ସହ ଭରପୁର ମଜା ଉଠାଇଛନ୍ତି ଲୋକେ।ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ନୂଆ ବର୍ଷ ପାଳନ କରିବା ପାଇଁ କମିଶନରେଟ ପୁଲିସ୍ ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଥିଲା । ରାଜଧାନୀରେ ୧୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଏଥିସହ ବିଭିନ୍ନ ଛକରେ ଚେକିଂ ଜୋରଦାର ହୋଇଥିଲା ।